ଗୋଟିଏ ବର୍ଷ ପାଇଁ ଯାତ୍ରାରୁ ବ୍ରେକ୍ ନେଲେ ପୀୟୂଷ, ସଂଘକୁ ଜଣାଇଲେ କାରଣ
ଭୁବନେଶ୍ବର: ଏବର୍ଷ ଯାତ୍ରା ମଞ୍ଚରେ ଦେଖିବାକୁ ମିଳିବନି ପୀୟୂଷଙ୍କ ଅଭିନୟ। ୨୦୨୫-୨୬ ବର୍ଷ ପାଇଁ ଯାତ୍ରା କରିବେନି ପୀୟୂଷ। ଏନେଇ ଯାତ୍ରା ମାଲିକ ସଂଘକୁ ଜଣାଇଛନ୍ତି। ତେବେ ପୀୟୂଷଙ୍କ ବାପା ଅସୁସ୍ଥ ଥିବାରୁ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ସୂଚନାଥାଉକି, ଗତ ଫେବ୍ରୁଆରୀ ମାସରେ ପୀୟୂଷ ଏକ ବଡ଼ ବିବାଦରେ ଛନ୍ଦି ହୋଇପଡ଼ିଥିଲେ। ପୀୟୂଷ ଏବଂ ଯାତ୍ରା ସିଂହବାହିନୀ ପ୍ରଯୋଜକ ସଞ୍ଜୀବ ପାଢ଼ୀଙ୍କ ମଧ୍ୟରେ ହୋଇଥିଲା ଏହି ବିବାଦ। ସୂର୍ଯ୍ୟମନ୍ଦିର ଯାତ୍ରା ପାର୍ଟିରେ ଅଭିନୟ କରୁଥିବା ପିୟୁଷଙ୍କୁ ଆଗାମୀ ବର୍ଷଠୁ ନେବାକୁ ଚାହିଁଥିଲେ ସିଂହବାହିନୀ ଅପେରାର ପରିଚାଳକ। ଏଥିପାଇଁ କିଛି ପର୍ଯ୍ୟାୟରେ କଥାବାର୍ତ୍ତା ପରେ ଚୁକ୍ତି ହୋଇଥିଲା। ସିଂହବାହିନୀ ପ୍ରଯୋଜକ ସଞ୍ଜୀବ ପାଢ଼ୀଙ୍କ କହିବା ଅନୁସାରେ ଚୁକ୍ତି କରି ପିୟୁଷଙ୍କୁ ୫୫ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ। ଏକ ଦାମୀ ଫର୍ଚ୍ୟୁନର ଗାଡ଼ି ଦେଇଥିଲେ। ପୀୟୁଷ ସିଂହବାହିନୀକୁ ଆସିବାକୁ କଥା ହେବା ସହ ପୁରୀ ଜଗନ୍ନାଥ ମନ୍ଦିରରେ ଶପଥ ବି କରିଥିବା ଦାବି କରିଥିଲେ ସଞ୍ଜୀବ। କିନ୍ତୁ ପରେ ପୀୟୁଷ ମନା କରିଥିଲେ ସିଂହବାହିନୀ ଯାତ୍ରା ଅନୁଷ୍ଠାନରେ କାମ କରିବେନି । ସୋସିଆଲ୍ ମିଡିଆରେ ପୀୟୂଷ ସିଂହବାହିନୀ ଯାଉନଥିବା କଥା ମଧ୍ୟ କହିଥିଲେ। ଯାହାକୁ ନେଇ ଅନେକ ବିବାଦ ହୋଇଥିଲା। ଶେଷରେ ନ୍ୟୁଜ୍ ସେଭେନ ଷ୍ଟୁଡିଓରେ ଉଭୟଙ୍କ ମଧ୍ୟରେ ସମାଧାନ ହୋଇଥିଲା। ପୀୟୂଷ ସିଂହବାହିନୀ ସ
ଭୁବନେଶ୍ବର: ଏବର୍ଷ ଯାତ୍ରା ମଞ୍ଚରେ ଦେଖିବାକୁ ମିଳିବନି ପୀୟୂଷଙ୍କ ଅଭିନୟ। ୨୦୨୫-୨୬ ବର୍ଷ ପାଇଁ ଯାତ୍ରା କରିବେନି ପୀୟୂଷ। ଏନେଇ ଯାତ୍ରା ମାଲିକ ସଂଘକୁ ଜଣାଇଛନ୍ତି। ତେବେ ପୀୟୂଷଙ୍କ ବାପା ଅସୁସ୍ଥ ଥିବାରୁ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି।
ସୂଚନାଥାଉକି, ଗତ ଫେବ୍ରୁଆରୀ ମାସରେ ପୀୟୂଷ ଏକ ବଡ଼ ବିବାଦରେ ଛନ୍ଦି ହୋଇପଡ଼ିଥିଲେ। ପୀୟୂଷ ଏବଂ ଯାତ୍ରା ସିଂହବାହିନୀ ପ୍ରଯୋଜକ ସଞ୍ଜୀବ ପାଢ଼ୀଙ୍କ ମଧ୍ୟରେ ହୋଇଥିଲା ଏହି ବିବାଦ। ସୂର୍ଯ୍ୟମନ୍ଦିର ଯାତ୍ରା ପାର୍ଟିରେ ଅଭିନୟ କରୁଥିବା ପିୟୁଷଙ୍କୁ ଆଗାମୀ ବର୍ଷଠୁ ନେବାକୁ ଚାହିଁଥିଲେ ସିଂହବାହିନୀ ଅପେରାର ପରିଚାଳକ। ଏଥିପାଇଁ କିଛି ପର୍ଯ୍ୟାୟରେ କଥାବାର୍ତ୍ତା ପରେ ଚୁକ୍ତି ହୋଇଥିଲା। ସିଂହବାହିନୀ ପ୍ରଯୋଜକ ସଞ୍ଜୀବ ପାଢ଼ୀଙ୍କ କହିବା ଅନୁସାରେ ଚୁକ୍ତି କରି ପିୟୁଷଙ୍କୁ ୫୫ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ। ଏକ ଦାମୀ ଫର୍ଚ୍ୟୁନର ଗାଡ଼ି ଦେଇଥିଲେ। ପୀୟୁଷ ସିଂହବାହିନୀକୁ ଆସିବାକୁ କଥା ହେବା ସହ ପୁରୀ ଜଗନ୍ନାଥ ମନ୍ଦିରରେ ଶପଥ ବି କରିଥିବା ଦାବି କରିଥିଲେ ସଞ୍ଜୀବ।
କିନ୍ତୁ ପରେ ପୀୟୁଷ ମନା କରିଥିଲେ ସିଂହବାହିନୀ ଯାତ୍ରା ଅନୁଷ୍ଠାନରେ କାମ କରିବେନି । ସୋସିଆଲ୍ ମିଡିଆରେ ପୀୟୂଷ ସିଂହବାହିନୀ ଯାଉନଥିବା କଥା ମଧ୍ୟ କହିଥିଲେ। ଯାହାକୁ ନେଇ ଅନେକ ବିବାଦ ହୋଇଥିଲା। ଶେଷରେ ନ୍ୟୁଜ୍ ସେଭେନ ଷ୍ଟୁଡିଓରେ ଉଭୟଙ୍କ ମଧ୍ୟରେ ସମାଧାନ ହୋଇଥିଲା। ପୀୟୂଷ ସିଂହବାହିନୀ ସହ କାମ କରିବେ ବୋଲି କହିଥିଲେ।