ଗୋକୁଳମ୍‌କୁ ହରାଇଲା ଚେନ୍ନାଇନ୍‌

ଭୁବନେଶ୍ୱର, ୧୭।୧(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଳିଙ୍ଗ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି ଚେନ୍ନାଇନ୍‌ ଏଫ୍‌ସି। ପିଚ୍‌-୧ରେ ଆୟୋଜିତ ଗ୍ରୁପ୍‌ ‘ସି’ ମୁକାବିଲାରେ ଚେନ୍ନାଇନ୍‌ ୨-୦ ଗୋଲରେ ଗୋକୁଳମ୍‌ କେରଳକୁ ପରାସ୍ତ କରିଛି। ମ୍ୟାଚ୍‌ ଆରମ୍ଭରୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲା ଗୋକୁଳମ୍‌। ୨୫ତମ ମିନିଟରେ କୋନୋର ଜନ୍‌ ଶିଲ୍ଡସ ଗୋଲ ଦେଇ ଚେନ୍ନାଇନ୍‌କୁ ଅଗ୍ରଣୀ କରିଥିଲେ। ଗୋଲ ପରିଶୋଧ ପାଇଁ ବିପକ୍ଷ ଦଳ ଜୋରଦାର ଉଦ୍ୟମ […] The post ଗୋକୁଳମ୍‌କୁ ହରାଇଲା ଚେନ୍ନାଇନ୍‌ appeared first on Dharitri Odia News.

ଗୋକୁଳମ୍‌କୁ ହରାଇଲା ଚେନ୍ନାଇନ୍‌

ଭୁବନେଶ୍ୱର, ୧୭।୧(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଳିଙ୍ଗ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି ଚେନ୍ନାଇନ୍‌ ଏଫ୍‌ସି। ପିଚ୍‌-୧ରେ ଆୟୋଜିତ ଗ୍ରୁପ୍‌ ‘ସି’ ମୁକାବିଲାରେ ଚେନ୍ନାଇନ୍‌ ୨-୦ ଗୋଲରେ ଗୋକୁଳମ୍‌ କେରଳକୁ ପରାସ୍ତ କରିଛି। ମ୍ୟାଚ୍‌ ଆରମ୍ଭରୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲା ଗୋକୁଳମ୍‌। ୨୫ତମ ମିନିଟରେ କୋନୋର ଜନ୍‌ ଶିଲ୍ଡସ ଗୋଲ ଦେଇ ଚେନ୍ନାଇନ୍‌କୁ ଅଗ୍ରଣୀ କରିଥିଲେ। ଗୋଲ ପରିଶୋଧ ପାଇଁ ବିପକ୍ଷ ଦଳ ଜୋରଦାର ଉଦ୍ୟମ କରିଥିଲେ ମଧ୍ୟ ପ୍ରଥମାର୍ଦ୍ଧ ସୁଦ୍ଧା ଚେନ୍ନାଇନ୍‌ ୧-୦ରେ ଆଗୁଆ ରହିଥିଲା। ୬୪ତମ ମିନିଟରେ ଇରଫାନ ୟାଦଓ୍ବାଦ ଆଉ ଏକ ଗୋଲ ଦେଇ ଦଳର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ। ବିପଜ୍ଜନକ ଖେଳ ପାଇଁ ରଶିଦ ୬୯ତମ ମିନିଟରେ ରେଡ୍‌ କାର୍ଡ ପାଇବାରୁ ଗୋକୁଳମ୍‌ ୧୦ ଜଣିଆରେ ପରିଣତ ହୋଇଥିଲା। ତେବେ ଏହି ଦଳ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରିରଖି ଚେନ୍ନାଇନ୍‌କୁ ଅଧିକ ଗୋଲ ଦେବାରୁ ଦୂରେଇ ରଖିଥିଲା। ଚେନ୍ନାଇନ୍‌ର ଜଣେ ଓ ଗୋକୁଳମ୍‌ର ୩ ଖେଳାଳି ଏହି ମ୍ୟାଚରେ ୟେଲୋ କାର୍ଡ ପାଇଥିଲେ। ଉତ୍ତମ ଖେଳ ପ୍ରଦର୍ଶନ ପାଇଁ କୋନୋର ଜନ୍‌ ଶିଲ୍ଡସ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଚେନ୍ନାଇନ୍‌ ୨ ମ୍ୟାଚରୁ ଗୋଟିଏ ଲେଖାଏ ବିଜୟ ଓ ଡ୍ର ସହ ୪ ପଏଣ୍ଟରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ଗୋକୁଳମ୍‌ ୨ ମ୍ୟାଚରୁ ଡବଲ ପରାଜୟ ବରଣ କରିଛି।

The post ଗୋକୁଳମ୍‌କୁ ହରାଇଲା ଚେନ୍ନାଇନ୍‌ appeared first on Dharitri Odia News.