ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର,୭ା୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭୁବନେଶ୍ୱର ଉପକଣ୍ଠରେ ଥିବା ଅନ୍ଧାରୁଆ ଠାରେ ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶୁଭ ଉଦ୍ଘାଟନ କରିଛନ୍ତି। ଏହାକୁ ରାଜ୍ୟର ଯୋଗ୍ୟ ଛାତ୍ରମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହେବ ଓଡିଶା ସରକାରଙ୍କ ଏହି ଆଇକନ୍ ଓଡିଶା ମଡେଲ୍ ସ୍କୁଲ୍। ୨୦୨୧ ମସିହାରେ ଏହି ବିଦ୍ୟାଳୟ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଏବଂ ସେହିବର୍ଷ ୫ […] The post ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ appeared first on Dharitri Odia News.
ଭୁବନେଶ୍ୱର,୭ା୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭୁବନେଶ୍ୱର ଉପକଣ୍ଠରେ ଥିବା ଅନ୍ଧାରୁଆ ଠାରେ ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶୁଭ ଉଦ୍ଘାଟନ କରିଛନ୍ତି। ଏହାକୁ ରାଜ୍ୟର ଯୋଗ୍ୟ ଛାତ୍ରମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହେବ ଓଡିଶା ସରକାରଙ୍କ ଏହି ଆଇକନ୍ ଓଡିଶା ମଡେଲ୍ ସ୍କୁଲ୍।
୨୦୨୧ ମସିହାରେ ଏହି ବିଦ୍ୟାଳୟ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଏବଂ ସେହିବର୍ଷ ୫ ସେପ୍ଟେମ୍ବର ଗୁରୁ ଦିବସ ଉପଲକ୍ଷେ ଏହି ପ୍ରକଳ୍ପର ମୂଳଦୁଆ ପକାଯାଇଥିଲା। ଏହି ଆଇକନିକ୍ ସ୍କୁଲ ଭୁବନେଶ୍ୱରର ଆନ୍ଧାରୁଆରେ ୨୫ ଏକର ଜମିରେ ନିର୍ମାଣ ହୋଇଛି। ୩୧୪ ଟି ବ୍ଲକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ମନୋନୀତ ଛାତ୍ରୀଛାତ୍ରମାନେ ଏଠାରେ ଅଧ୍ୟୟନ କରିବାର ସୁଯୋଗ ପାଇବେ।
The post ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ appeared first on Dharitri Odia News.