ବିଜେଡି ରାଜ୍ୟ ସଂଯୋଜକ କମିଟି ସଦସ୍ୟ ହେଲେ ଦେବେଶ
ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟରେ ଦଳର ବିଭିନ୍ନ କାର୍ଯ୍ୟ କଳାପର ରାଜ୍ୟସ୍ତରୀୟ ସଂଯୋଜକ କମିଟି ଗଠନ କରି ସୋମବାର ନାମ ଘୋଷଣା କରିଛନ୍ତି। ଏହି କମିଟିରେ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ୧୫ ଜଣିଆ ଟିମର ନାମ ଘୋଷଣା କରାଯାଇଛି। ଉକ୍ତ ଟିମ୍ ରେ ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ମଧ୍ୟ ସାମିଲ କରାଯାଇଅଛି । ରାଜ୍ୟସ୍ତରୀୟ ଏହି ଟିମରେ ବରଗଡ଼ର ପୂର୍ବତନ ବିଧାୟକ ଆଚାର୍ଯ୍ୟଙ୍କ ନାମ […] The post ବିଜେଡି ରାଜ୍ୟ ସଂଯୋଜକ କମିଟି ସଦସ୍ୟ ହେଲେ ଦେବେଶ appeared first on Dharitri Odia News.
ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟରେ ଦଳର ବିଭିନ୍ନ କାର୍ଯ୍ୟ କଳାପର ରାଜ୍ୟସ୍ତରୀୟ ସଂଯୋଜକ କମିଟି ଗଠନ କରି ସୋମବାର ନାମ ଘୋଷଣା କରିଛନ୍ତି। ଏହି କମିଟିରେ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ୧୫ ଜଣିଆ ଟିମର ନାମ ଘୋଷଣା କରାଯାଇଛି।
ଉକ୍ତ ଟିମ୍ ରେ ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ମଧ୍ୟ ସାମିଲ କରାଯାଇଅଛି । ରାଜ୍ୟସ୍ତରୀୟ ଏହି ଟିମରେ ବରଗଡ଼ର ପୂର୍ବତନ ବିଧାୟକ ଆଚାର୍ଯ୍ୟଙ୍କ ନାମ ଘୋଷଣା ପରେ ବରଗଡ଼ ଟାଉନ ବିଜେଡି ସଭାପତି କିଶୋର ମିଶ୍ର ଓ ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ନାଏକ ଙ୍କ ସମେତ ବହୁ ଦଳୀୟ ନେତା ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ପୂର୍ବତନ ବିଧାୟକ ଆଚାର୍ଯ୍ୟଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରି ରାଜ୍ୟ ସ୍ତରୀୟ ଏହି କମିଟିର ସଦସ୍ୟ ମନୋନୀତ କରିଥିବାରୁ ବିଜେଡି ସୁପ୍ରିମୋଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।
The post ବିଜେଡି ରାଜ୍ୟ ସଂଯୋଜକ କମିଟି ସଦସ୍ୟ ହେଲେ ଦେବେଶ appeared first on Dharitri Odia News.