ଦାଉଦ ଇବ୍ରାହିମ୍ଙ୍କ ସବୁଠୁ ବଡ଼ ଶତ୍ରୁ ଏବେ ବି ଜୀବିତ, ୮ ବର୍ଷ ପରେ ସାମ୍ନାକୁ ଆସିଲା ଫଟୋ
ନୂଆଦିଲ୍ଲୀ୨୧ା୪: ପ୍ରାୟ ୮ବର୍ଷ ଧରି ତିହାର ଜେଲରେ ରହିଥିବା ଅଣ୍ଡରଓ୍ବାଲର୍ଡ ଡନ୍ ଛୋଟା ରାଜନ ତଥା ଦାଉଦ ଇବ୍ରାହିମ୍ଙ୍କ ସବୁଠୁ ବଡ଼ ଶତ୍ରୁ ଏବେ ବି ଜୀବିତ। ଛୋଟା ରାଜନଙ୍କର ଏହି ପ୍ରଥମ ଫଟୋରେ ଲକ୍ ପଡ଼ିଥିବାରୁ କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, କରୋନା କାରଣରୁ ଛୋଟା ରାଜନଙ୍କର ଏମ୍ସ ହସ୍ପିଟାଲରେ ମୃତ୍ୟୁ ହାଇଥିଲା। କିନ୍ତୁ ସେହି ଖବର ମିଥ୍ୟା ଥିଲା। କାରଣ ଡନ୍ ଏବେ ବି ଜୀବିତ ଅଛନ୍ତି। ଛୋଟା ରାଜନଙ୍କର ଏହି ଦ୍ୱିତୀୟ […] The post ଦାଉଦ ଇବ୍ରାହିମ୍ଙ୍କ ସବୁଠୁ ବଡ଼ ଶତ୍ରୁ ଏବେ ବି ଜୀବିତ, ୮ ବର୍ଷ ପରେ ସାମ୍ନାକୁ ଆସିଲା ଫଟୋ appeared first on Dharitri Odia News.
ନୂଆଦିଲ୍ଲୀ୨୧ା୪: ପ୍ରାୟ ୮ବର୍ଷ ଧରି ତିହାର ଜେଲରେ ରହିଥିବା ଅଣ୍ଡରଓ୍ବାଲର୍ଡ ଡନ୍ ଛୋଟା ରାଜନ ତଥା ଦାଉଦ ଇବ୍ରାହିମ୍ଙ୍କ ସବୁଠୁ ବଡ଼ ଶତ୍ରୁ ଏବେ ବି ଜୀବିତ।
ଛୋଟା ରାଜନଙ୍କର ଏହି ପ୍ରଥମ ଫଟୋରେ ଲକ୍ ପଡ଼ିଥିବାରୁ କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, କରୋନା କାରଣରୁ ଛୋଟା ରାଜନଙ୍କର ଏମ୍ସ ହସ୍ପିଟାଲରେ ମୃତ୍ୟୁ ହାଇଥିଲା। କିନ୍ତୁ ସେହି ଖବର ମିଥ୍ୟା ଥିଲା। କାରଣ ଡନ୍ ଏବେ ବି ଜୀବିତ ଅଛନ୍ତି। ଛୋଟା ରାଜନଙ୍କର ଏହି ଦ୍ୱିତୀୟ ଫଟୋ ମଧ୍ୟ ୮ ବର୍ଷ ପରେ ସାମ୍ନାକୁ ଆସିଛି, ଯେଉଁଥିରେ ରାଜନ ସମ୍ପୂର୍ଣ୍ଣ ଫିଟ୍ ଏବଂ ପୁରୁଣା ଷ୍ଟାଇଲ୍ରେ ନଜର ଆସିଛନ୍ତି।
ଛୋଟା ରାଜନ ତିହାର ଜେଲରେ ଦୋଷୀ ସାବ୍ୟସ୍ତ। ତାଙ୍କୁ ତିହାର ଜେଲ ନମ୍ବର ୨ର ହାଇ ସିକ୍ୟୁରିଟି ଓ୍ବାର୍ଡରେ ରଖାଯାଇଛି। ଛୋଟା ରାଜନଙ୍କ ଜୀବନ ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଏ ଏବଂ ତେଣୁ ତାଙ୍କୁ ହାଇ ସିକ୍ୟୁରିଟ ଓ୍ବାର୍ଡରେ ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଜେଲ୍ରେ କୌଣସି କାମ କରିବାକୁ ଦିଆଯାଇ ନ ଥାଏ।
The post ଦାଉଦ ଇବ୍ରାହିମ୍ଙ୍କ ସବୁଠୁ ବଡ଼ ଶତ୍ରୁ ଏବେ ବି ଜୀବିତ, ୮ ବର୍ଷ ପରେ ସାମ୍ନାକୁ ଆସିଲା ଫଟୋ appeared first on Dharitri Odia News.