ଗୋଟିଏ ଓଢ଼ଣୀରେ ଝୁଲିପଡ଼ିଲେ ପ୍ରେମୀଯୁଗଳ
କୋରାପୁଟ,୧୩ା୧(ଅମିତାଭ ବେହେରା): କୋରାପୁଟ ଜିଲା ଦଶମନ୍ତପୁର ଥାନା ଅନ୍ତର୍ଗତ ଚଣାବାଡ଼ ପଞ୍ଚାୟତସ୍ଥିତ ଯୋଡ଼ିପାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁରେ ଶନିବାର ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପ୍ରେମିକାଙ୍କ ଓଢ଼ଣୀ ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି ସେହି ଗ୍ରାମର ମହେନ୍ଦ୍ର ହିକ୍କା ଏବଂ ଯୁବନ୍ତୀ ମୁସ୍କା। ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ। ଆଜି ଗାଁ ମୁଣ୍ଡ ଆମ୍ବତୋଟା ତେନ୍ତୁଳି ଗଛରେ ଦୁହିଁଙ୍କ ଝୁଲନ୍ତା ମୃତଦେହ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏ ନେଇ ଦଶମନ୍ତପୁର ଥାନାରେ […] The post ଗୋଟିଏ ଓଢ଼ଣୀରେ ଝୁଲିପଡ଼ିଲେ ପ୍ରେମୀଯୁଗଳ appeared first on Dharitri Odia News.
କୋରାପୁଟ,୧୩ା୧(ଅମିତାଭ ବେହେରା): କୋରାପୁଟ ଜିଲା ଦଶମନ୍ତପୁର ଥାନା ଅନ୍ତର୍ଗତ ଚଣାବାଡ଼ ପଞ୍ଚାୟତସ୍ଥିତ ଯୋଡ଼ିପାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁରେ ଶନିବାର ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପ୍ରେମିକାଙ୍କ ଓଢ଼ଣୀ ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି ସେହି ଗ୍ରାମର ମହେନ୍ଦ୍ର ହିକ୍କା ଏବଂ ଯୁବନ୍ତୀ ମୁସ୍କା। ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ। ଆଜି ଗାଁ ମୁଣ୍ଡ ଆମ୍ବତୋଟା ତେନ୍ତୁଳି ଗଛରେ ଦୁହିଁଙ୍କ ଝୁଲନ୍ତା ମୃତଦେହ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏ ନେଇ ଦଶମନ୍ତପୁର ଥାନାରେ ଏତଲା ଦିଆଯାଇଛି। ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।
The post ଗୋଟିଏ ଓଢ଼ଣୀରେ ଝୁଲିପଡ଼ିଲେ ପ୍ରେମୀଯୁଗଳ appeared first on Dharitri Odia News.