ଗୋଟିଏ ଓଭରରେ ୬ ଛକା ସହ ୩୭ ରନ ଦେଲେ ଏହି ପୂର୍ବତନ ଭାରତୀୟ କ୍ରିକେଟର, ଭିଡିଓ ଭାଇରାଲ୍
ବୋପାରା ଓ ସମିତ ପଟେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଇଂଲଣ୍ଡ ୬ ଓଭରରେ ଗୋଟିଏ ୱିକେଟ ହରାଇ ୧୨୦ ରନ କରିଥିଲା।
ଇଂଲଣ୍ଡର ପୂର୍ବତନ ଅଲରାଉଣ୍ଡର ରବି ବୋପାରା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି। ସେ ଗୋଟିଏ ଓଭରରେ କ୍ରମାଗତ ୬ ଛକା ମାରିବାର ଭିଡିଓ ଏବେ ବେଶ ଚର୍ଚ୍ଚାରେ ରହିଛି।
ସେ ଜଣେ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ବଲରେ ଏପରି ରେକର୍ଡ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ସାଧାରଣତଃ ବୋଲିଂ କରୁ ନଥିବା ରବିନ ଉଥାପ୍ପାଙ୍କ ବଲରେ ରବି ବୋପାରା ୬ ଛକା ମାରିଛନ୍ତି। ଉଥାପ୍ପା ଗୋଟିଏ ଓଭରରେ ୬ ଛକା ସହ ମୋଟ ୩୭ ରନ ଦେଇଛନ୍ତି। ହଂକଂ ସିକ୍ସେସ ଟୁର୍ଣ୍ଣାମେଣ୍ଟରେ ଏପରି ଘଟଣା ଘଟିଛି।
ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ ଜଣ ଖେଳାଳି ଖେଳିବାର ନିୟମ ରହିଛି। ଭାରତ ଓ ଇଂଲଣ୍ଡ ପରସ୍ପରକୁ ଗୋଟିଏ ମ୍ୟାଚ୍ରେ ଭେଟିଥିବା ବେଳେ ଉଥାପ୍ପା ୬ଟି ଲିଗାଲ ବଲରେ ୬ଟି ଛକା ଓ ଗୋଟିଏ ୱାଇଡ ପକାଇଥିଲେ। ବୋପାରା ମଧ୍ୟ ୧୪ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।
ଉଥାପ୍ପାଙ୍କ ପ୍ରଥମ ୫ଟି ବଲରୁ ବୋପାରା ୫ଟି ଛକା ମାରିଥିଲେ। ପରବର୍ତ୍ତୀ ବଲ ୱାଇଡ ହୋଇଥିଲା। ସେହିପରି ଶେଷ ବଲରେ ବୋପାରା ପୁଣି ଏକ ଛକା ମାରିଥିଲେ।
ପରବର୍ତ୍ତୀ ଓଭରରେ ବୋପାରା ଭାରତର ଶାହବାଜ ନଦୀମଙ୍କୁ ସାମ୍ନା କରିଥିଲେ। ତାଙ୍କର ପ୍ରଥମ ବଲକୁ ମଧ୍ୟ ସେ ବାଉଣ୍ଡରୀ ବାହାରକୁ ପଠାଇ ଦେଇଥିଲେ। ଏହାର ଅର୍ଥ ସେ ୭ ବଲରେ ୭ ଛକା ମାରିଛନ୍ତି।
???????????????????? ????????????! ⚠️
The skipper of England, Ravi Bopara is raining sixes in Hong Kong!????#HongKong #AsiasWorldCity #Cricket #ItsRainingSixes pic.twitter.com/mDckwXkeEP— Hong Kong Sixes (@HongKongSixes) November 2, 2024
ହଂକଂ ସିକ୍ସେସ ଟୁର୍ଣ୍ଣାମେଣ୍ଟରେ ବୋପାରା ଇଂଲଣ୍ଡର କମାଣ ସମ୍ଭାଳିଛନ୍ତି। ସେ ଭାରତ ବିପକ୍ଷ ମ୍ୟାଚରେ ୧୪ ବଲରେ ୫୩ ରନ କରିବା ପରେ ନିୟମ ଅନୁସାରେ ରିଟାର୍ଡ ହୋଇଥିଲେ। ସମିତ ପଟେଲ ମଧ୍ୟ ବୋପାରାଙ୍କ ସାଥ ଦେଇ ୧୮ ବଲରେ ୫୧ ରନର ଇନିଂସ ଖେଳିଛନ୍ତି।
ବୋପାରା ଓ ସମିତ ପଟେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଇଂଲଣ୍ଡ ୬ ଓଭରରେ ଗୋଟିଏ ୱିକେଟ ହରାଇ ୧୨୦ ରନ କରିଥିଲା। ଏହାର ଜବାବରେ କେଦାର ଯାଦବ ୧୫ ବଲରେ ଅପରାଜିତ ୪୮ ରନର ଇନିଂସ ଖେଳିଥିଲେ ହେଁ ଭାରତ କେବଳ ୧୦୫ ରନ କରିପାରି ଥିଲା। ଫଳରେ ଦଳକୁ ୧୫ ରନରେ ହାରିବାକୁ ପଡ଼ିଥିଲା।
ଭାରତ ଟୁର୍ଣ୍ଣାମେଣ୍ଟରେ ଏଯାଏ ଗୋଟିଏ ହେଲେ ମ୍ୟାଚ୍ ଜିତି ନାହିଁ। ଦଳ ପାକିସ୍ତାନ, ୟୁଏଇ ଓ ଇଂଲଣ୍ଡ ଠାରୁ ହାରି ସାରିଲାଣି।