ଗୋଟିଏ ଗଛରେ ଏକାଠି ଝୁଲିପଡ଼ିଲେ ପ୍ରେମୀଯୁଗଳ: ବଢୁଛି ସନ୍ଦେହ

ଅତାବିରା,୨।୧୦(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ବ୍ଲକ ଅନ୍ତର୍ଗତ ବିନ୍ଧ୍ୟବାସିନୀ ପାହାଡର ଏକ ଖଇର ଗଛରେ ପ୍ରେମୀଯୁଗଳଙ୍କ ମୃତଦେହ ଝୁଲିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବୁଧବାର ସକାଳୁ ଏହି ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। ମୃତ ପ୍ରେମୀଯୁଗଳ ଭେଡେନ ବ୍ଲକ ଅନ୍ତର୍ଗତ ସାରସପାଲି ଗ୍ରାମର ବୋଲି ସୂଚନା ମିଳିଛି। ତେବେ ସେମାନେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଅନ୍ୟ କାରଣ ରହିଛି, ତାହା ଜଣାପଡି ନାହିଁ। ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। […] The post ଗୋଟିଏ ଗଛରେ ଏକାଠି ଝୁଲିପଡ଼ିଲେ ପ୍ରେମୀଯୁଗଳ: ବଢୁଛି ସନ୍ଦେହ appeared first on Dharitri Odia News.

ଗୋଟିଏ ଗଛରେ ଏକାଠି ଝୁଲିପଡ଼ିଲେ ପ୍ରେମୀଯୁଗଳ: ବଢୁଛି ସନ୍ଦେହ

ଅତାବିରା,୨।୧୦(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ବ୍ଲକ ଅନ୍ତର୍ଗତ ବିନ୍ଧ୍ୟବାସିନୀ ପାହାଡର ଏକ ଖଇର ଗଛରେ ପ୍ରେମୀଯୁଗଳଙ୍କ ମୃତଦେହ ଝୁଲିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବୁଧବାର ସକାଳୁ ଏହି ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି।
ମୃତ ପ୍ରେମୀଯୁଗଳ ଭେଡେନ ବ୍ଲକ ଅନ୍ତର୍ଗତ ସାରସପାଲି ଗ୍ରାମର ବୋଲି ସୂଚନା ମିଳିଛି। ତେବେ ସେମାନେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଅନ୍ୟ କାରଣ ରହିଛି, ତାହା ଜଣାପଡି ନାହିଁ। ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ପ୍ରେମୀଯୁଗଳ ମଙ୍ଗଳବାର ସନ୍ଧ୍ୟାରୁ ନିଖୋଜ ଥିବା ନେଇ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି।

The post ଗୋଟିଏ ଗଛରେ ଏକାଠି ଝୁଲିପଡ଼ିଲେ ପ୍ରେମୀଯୁଗଳ: ବଢୁଛି ସନ୍ଦେହ appeared first on Dharitri Odia News.