ଗୋଟିଏ ଗାଁ ହେଲେ ଓଡ଼ିଶା, ଆନ୍ଧ୍ରର ପୃଥକ୍ ଅଙ୍ଗନଓ୍ବାଡି କେନ୍ଦ୍ର: ଚର୍ଚ୍ଚାରେ ଏହି ପଞ୍ଚାୟତ
ପାରଳାଖେମୁଣ୍ଡି,୫ା୩(ଗିରିଧାରୀ ପରିଛା):ଗଜପତି ଜିଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା। ଗୋଟିଏ ଗଁା, ହେଲେ ରହିଛି ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର। ଗୋଟିଏ ଓଡ଼ିଶା ଓ ଅନ୍ୟଟି ଆନ୍ଧ୍ରପ୍ରଦେଶର। ପୂର୍ବରୁ ସୀମା ବିବାଦକୁ ନେଇ ଚର୍ଚ୍ଚାରେ ରହିଥିବା ଏହି ପଞ୍ଚାୟତରେ ଆନ୍ଧ୍ର ଜାରି ରଖିଛି ଏକଚାଟିଆ କାରବାର। କେବେ ପାଣି ପାଇଁ ତ କେବେ ଜମିକୁ ନେଇ ବିବାଦ। ଓଡ଼ିଶାବାସୀଙ୍କୁ ନିଜଆଡ଼କୁ ଆକୃଷ୍ଟ କରିବାକୁ ଯୋଜନା କରି ଆନ୍ଧ୍ର ପକ୍ଷରୁ ଚାଲିଛି ପ୍ରୟାସ। ପୂର୍ବରୁ ପ୍ରଶାସନିକ ଦୁର୍ବଳତାର ଫାଇଦା […] The post ଗୋଟିଏ ଗାଁ ହେଲେ ଓଡ଼ିଶା, ଆନ୍ଧ୍ରର ପୃଥକ୍ ଅଙ୍ଗନଓ୍ବାଡି କେନ୍ଦ୍ର: ଚର୍ଚ୍ଚାରେ ଏହି ପଞ୍ଚାୟତ appeared first on Dharitri Odia News.
ପାରଳାଖେମୁଣ୍ଡି,୫ା୩(ଗିରିଧାରୀ ପରିଛା):ଗଜପତି ଜିଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା। ଗୋଟିଏ ଗଁା, ହେଲେ ରହିଛି ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର। ଗୋଟିଏ ଓଡ଼ିଶା ଓ ଅନ୍ୟଟି ଆନ୍ଧ୍ରପ୍ରଦେଶର। ପୂର୍ବରୁ ସୀମା ବିବାଦକୁ ନେଇ ଚର୍ଚ୍ଚାରେ ରହିଥିବା ଏହି ପଞ୍ଚାୟତରେ ଆନ୍ଧ୍ର ଜାରି ରଖିଛି ଏକଚାଟିଆ କାରବାର। କେବେ ପାଣି ପାଇଁ ତ କେବେ ଜମିକୁ ନେଇ ବିବାଦ। ଓଡ଼ିଶାବାସୀଙ୍କୁ ନିଜଆଡ଼କୁ ଆକୃଷ୍ଟ କରିବାକୁ ଯୋଜନା କରି ଆନ୍ଧ୍ର ପକ୍ଷରୁ ଚାଲିଛି ପ୍ରୟାସ। ପୂର୍ବରୁ ପ୍ରଶାସନିକ ଦୁର୍ବଳତାର ଫାଇଦା ନେଇ ଆନ୍ଧ୍ରର ଶ୍ରୀକାକୁଲମ ପ୍ରଶାସନ ସହଯୋଗରେ ମାଣିକପାଟଣାର ଜଣେ ବ୍ୟକ୍ତିଙ୍କ ଘରେ କେତେଜଣଙ୍କୁ ଲୋଭ ଦେଖାଇ ଅଙ୍ଗନଓ୍ବାଡି କେନ୍ଦ୍ର ଚଳାଉଥିଲା। ପରେ ଓଡ଼ିଶା ଜମିରେ ଜୋର୍ ଜବରଦସ୍ତ ଆନ୍ଧ୍ର ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ କରି ପରିଚାଳନା କରୁଛି।
ପୂର୍ବରୁ ଓଡ଼ିଶାରେ ଅନଧିକାର ପ୍ରବେଶକରି ପଡ଼ୋଶୀ ରାଜ୍ୟ ରାସ୍ତା, ସରକାରୀ କୋଠା ନିର୍ମାଣ ସହ କେତେକ ଯୋଜନା କାର୍ଯ୍ୟକାରୀ କରିବା ସହିତ ନିର୍ବାଚନ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ବିଫଳ ହୋଇଥିଲା। ପରେ ଓଡ଼ିଶାର ଗାଁ ମଧ୍ୟରେ ପରିଚାଳିତ ହେଉଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ର ବନ୍ଦ କରିବା ଓ ଓଡ଼ିଶା ଅଧିକାରୀଙ୍କୁ ଗିରଫ କରିବା ପାଇଁ ଆନ୍ଧ୍ର ଧମକ ଦେଇଥିଲା। ସେହି ସ୍ଥାନରେ ରହିଥିବା ଓଡ଼ିଶା ସରକାରଙ୍କ ସମସ୍ତ କୋଠାକୁ କ୍ଷଣକେ ଧ୍ବଂସ କରିଦେବାର ଧମକ ମଧ୍ୟ ଏକଦା ଦେଇଥିଲେ ଆନ୍ଧ୍ରର ପୂର୍ବ ମନ୍ତ୍ରୀ। ଏବେ ବି ସେଠି ଆନ୍ଧ୍ର ସରକାରଙ୍କ ଅଙ୍ଗନଓ୍ବାଡି କେନ୍ଦ୍ର ଚାଲିଛି। ମାଣିକପାଟଣା ଓ ଗୁଡୁଖୁଡ଼ି ଗ୍ରାମରେ ଆନ୍ଧ୍ର ଅନେକ ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ ଜାରି ରଖିଛି। ହେଲେ ଏବେ ଆଉ ଏକପାଦ ଆଗକୁ ଯାଇ ସରକାରୀ ସ୍ଥାୟୀ ଜମିପଟ୍ଟା ଯୋଗାଇଦେବାକୁ ଲୋକଙ୍କଠାରୁ ଆବେଦନ ଗ୍ରହଣ କରିବା ସହ ଆବାସ ଯୋଜନାରେ ସାମିଲ କରାଇବା ପାଇଁ ମସୁଧା କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ସରପଞ୍ଚ ହରିବନ୍ଧୁ କାର୍ଜି।
ଅଙ୍ଗନଓ୍ବାଡିରେ ନିୟମିତ ଖାଦ୍ୟ, କ୍ଷୀର, ଅଣ୍ଡା ଦେଇ ଲୋକଙ୍କୁ ଆକୃଷ୍ଟକରି ରଖିଥିବା ସହ ଯୋଜନାବଦ୍ଧ ଭାବେ ଅଞ୍ଚଳକୁ ଅକ୍ତିଆର କରିବାକୁ ଉଦ୍ୟମ ଜାରି ରଖିଛି ଆନ୍ଧ୍ର। ସରପଞ୍ଚ କାର୍ଜି କହନ୍ତି, ଏଠାରେ ଉଭୟ ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହେଉଛି ଏବଂ ଲୋକମାନେ ଉଭୟପଟୁ ଲାଭ ପାଉଛନ୍ତି। ପିଲାମାନେ ଆନ୍ଧ୍ର ଅଙ୍ଗନଓ୍ବାଡିରେ ଓଡ଼ିଶା ତୁଳନାରେ ଉନ୍ନତମାନର ଖାଦ୍ୟ ଏବଂ ପ୍ରତିଦିନ ଅଣ୍ଡା ଆଉ କ୍ଷୀର ପାଉଛନ୍ତି। ହଷ୍ଟେଲ ଅଭାବରୁ କେତେଜଣ ଛାତ୍ର ଆନ୍ଧ୍ରରେ ରହି ପାଠ ପଢ଼ୁଛନ୍ତି ବୋଲି ସେ କହିଛନ୍ତି। ୧୪ ବର୍ଷ ହେଲା ଆନ୍ଧ୍ର ଏଠାରେ ଅଙ୍ଗନଓ୍ବାଡି କେନ୍ଦ୍ରକରି ପିଲାଙ୍କୁ ପଢ଼ାଇବା ସହ ସବୁ ସୁବିଧା କରୁଛି। ତେଣୁ ଏଠାକାର ବାସିନ୍ଦା ଆନ୍ଧ୍ରମୁହାଁ ହେଉଛନ୍ତି ବୋଲି କାର୍ଜି କହିଛନ୍ତି। ଏବେ ରାଜ୍ୟ ଓ କେନ୍ଦ୍ରରେ ଭାଜପା ସରକାର ରହିଛି। ପଡ଼ୋଶୀ ଆନ୍ଧ୍ରରେ ମଧ୍ୟ ଭାଜପାର ମିଳିତ ସରକାର ଚାଲିଛି। ଏହି ବିବାଦର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
The post ଗୋଟିଏ ଗାଁ ହେଲେ ଓଡ଼ିଶା, ଆନ୍ଧ୍ରର ପୃଥକ୍ ଅଙ୍ଗନଓ୍ବାଡି କେନ୍ଦ୍ର: ଚର୍ଚ୍ଚାରେ ଏହି ପଞ୍ଚାୟତ appeared first on Dharitri Odia News.