ହୃଦୟର ଆକାର କାହିଁକି ଏମିତିଆ? କେବେଠୁ କରାଯାଉଛି ବ୍ୟବହାର…
କିଛି ଗବେଷଣା ଦାବି କରେ ଯେ, ପୂର୍ବେ ଯେବେ ଯୁବତୀ ଯୁବକ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖୁଥିଲେ ଗର୍ଭଧାରଣ ଅଟକାଇବା ଲାଗି ଯୁବକମାନେ ଯୁବତୀଙ୍କୁ ସିଲିଫିୟମ ଗଛର ବିଜ ଦେଉଥିଲେ। ଯାହାର ଆକାର ଆଜିକାର ହାର୍ଟ ଶେପ୍ ପରି। ସିଲିଫିୟମ ଜୁଆଣି ପ୍ରଜାତିର ଅଟେ। ପ୍ରାଚିନ ଗ୍ରୀକ ଓ ରୋମରେ ଏହାକୁ ଭୋଜନ ସ୍ବାଦିଷ୍ଟ କରିବା ପାଇଁ ବ୍ୟବହାର କରିବା ସହ ଔଷଧ ଭାବେ ବ୍ୟବହାର କରାଯାଉଥିଲା। କୁହାଯାଏ ଏହା କାଶ ପଇଁ ଭଲ କାମ […] The post ହୃଦୟର ଆକାର କାହିଁକି ଏମିତିଆ? କେବେଠୁ କରାଯାଉଛି ବ୍ୟବହାର… appeared first on Dharitri Odia News.
କିଛି ଗବେଷଣା ଦାବି କରେ ଯେ, ପୂର୍ବେ ଯେବେ ଯୁବତୀ ଯୁବକ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖୁଥିଲେ ଗର୍ଭଧାରଣ ଅଟକାଇବା ଲାଗି ଯୁବକମାନେ ଯୁବତୀଙ୍କୁ ସିଲିଫିୟମ ଗଛର ବିଜ ଦେଉଥିଲେ। ଯାହାର ଆକାର ଆଜିକାର ହାର୍ଟ ଶେପ୍ ପରି। ସିଲିଫିୟମ ଜୁଆଣି ପ୍ରଜାତିର ଅଟେ। ପ୍ରାଚିନ ଗ୍ରୀକ ଓ ରୋମରେ ଏହାକୁ ଭୋଜନ ସ୍ବାଦିଷ୍ଟ କରିବା ପାଇଁ ବ୍ୟବହାର କରିବା ସହ ଔଷଧ ଭାବେ ବ୍ୟବହାର କରାଯାଉଥିଲା। କୁହାଯାଏ ଏହା କାଶ ପଇଁ ଭଲ କାମ କରୁଥିଲା। ହେଲେ ଏହା ବେଶି ପରିଚିତ ଥିଲା ଜନ୍ମ ନିୟନ୍ତ୍ରକ ଭାବେ। ସମୟକ୍ରମେ ଏହି ଗଛର ବିଜକୁ ପ୍ରେମର ପ୍ରତୀକଭାବେ ଗଣନା କରାଗଲା । ଆଉ ତାକୁ ବିଭିନ୍ନ ସ୍ଥାନରେ ଅଙ୍କା ଗଲା। ପୁରାତନ ସହର ସାଇରେନ ଯେଉଁଠି ସିଫିଲିୟମ ପ୍ରଚୁର ହେଉଥିଲା ଓ ଏହାର ବ୍ୟବସାୟ କରାଯାଉଥିଲା ସେଠାକାର ମୁଦ୍ରାରେ ବି ଏହି ହାର୍ଟ ଶେପ୍କୁ ସ୍ଥାନ ଦିଆଯାଇଥିଲା। ଆଉ କିଛି ତଥ୍ୟ କହେ ଯେ, ଆଇଭି ଗଛର ପତ୍ରରୁ ହାର୍ଟଶେପ୍ ଆସିଛି। ଏହାବାଦ କେହି କେହି ଦାବି କରନ୍ତି ଯେ,ଏହି ଆକୃତିକୁ ନାରୀର ସ୍ତନ, ନିତମ୍ବ ଅବା ମାନବ ଶରୀରର ଅନ୍ୟ କିଛି ଭାଗର ଆଧାରରେ ତିଆରି କରାଯାଇଛି। ତେବେ ବିଦ୍ୱାନ ପିଏରେ ଭେନକିନ ଓ ମାର୍ଟିନ କେମ୍ପ ଦାବି କରନ୍ତି ଯେ, ଏହି ହାର୍ଟଶେପ୍ର ଉତ୍ପତି ଗାଲେନ ଓ ଦାର୍ଶନିକ ଆରିଷ୍ଟଟଲଙ୍କ କିଛି ଆଲେଖ୍ୟରୁ ହୋଇଛି। ସେମାନେ ବର୍ଣ୍ଣନା କରିଥିଲେ ଯେ, ମଣିଷ ହୃତପିଣ୍ଡର ତିନୋଟି ଚାମ୍ବର ବା କୋଠରୀ ଅଛି। ଦୁଇଟି ଉପରେ ଓ ଗୋଟେ ତଳେ। ଆଉ ଏହାର ଉପରଭାଗର ମଝିରେ ଏକ ଛୋଟ ସ୍ଥାନ ଚେପା ବା ଖାଲ ସଦୃଶ ଅଛି। କୁହାଯାଏ ଏହି ତଥ୍ୟକୁ ଆଧାର କରି ପରବର୍ତ୍ତୀ ସମୟରେ ଯେବେ ମଧ୍ୟଯୁଗର କଳାକାର ଓ ବୈଜ୍ଞାନିକମାନେ ସେହି ପ୍ରାଚୀନ ଚିକିତ୍ସା ସମ୍ବନ୍ଧୀୟ ଆଲେଖ୍ୟକୁ ଚିତ୍ରକରି ପୁନଃପ୍ରଦର୍ଶିତ କରିଥିବେ ସେତେବେଳେ ଉକ୍ତ ହାର୍ଟଶେପ୍ର ଉତ୍ପତି ହୋଇଥିବ। ଯେମିତିକି ଚତୁର୍ଦ୍ଦଶ ଶତାବ୍ଦିରେ ଇଟାଲୀର ପଦାର୍ଥ ବିଜ୍ଞାନୀ ଗୁଇଡୋ ଦା ଭିଗଭାନୋ ଶରୀର ସମ୍ବନ୍ଧୀୟ ଏକ ସିରିଜ ଚିତ୍ର କରିଥିଲେ ଯେଉଁଥିରେ ହୃତପିଣ୍ଡର ଚିତ୍ର ଆରିଷ୍ଟଟଲ ବର୍ଣ୍ଣନା କରିଥିବା ହୃତପିଣ୍ଡ ପରି ଥିଲା। ଅର୍ଥାତ୍ ହୃତପିଣ୍ଡର ଆକାର କିଛିଟା ଆଜିକାର ହାର୍ଟଶେପ୍ ପରି ଥିଲା।
ମଣିଷର ହୃତପିଣ୍ଡ ଖୁସି ସହ ବିଭିନ୍ନ ଭାବକୁ ଦର୍ଶାଇଥାଏ। ତେଣୁ ଏହି ଶେପ୍କୁ ପ୍ରେମ ଓ ପ୍ରଣୟର ପ୍ରତୀକଭାବେ ଗ୍ରହଣ କରାଗଲା। ଏହାର ବ୍ୟବହାର ଯେବେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ହୃଦୟ ଭାବେ କରାଗଲା ଏବଂ ତାସ୍ ଖେଳରେ ବ୍ୟବହାର ହେଲା ଏହି ଆକୃତିର ଲୋକପ୍ରିୟତା ବଢିଲା। ଅଷ୍ଟାଦଶ ଓ ଉନବିଂଶ ଶତାବ୍ଦୀବେଳକୁ ତ ପ୍ରେମ ଚିଠି ଓ ଭାଲେଣ୍ଟାଇନ୍ସ ଡ଼େ’ କାର୍ଡରେ ଏହାର ବ୍ୟବହାର ହେବାକୁ ଲାଗିଲା। ଆଉ ଏହା ପ୍ରେମର ପ୍ରତୀକଭାବେ ଧୀରେ ଧୀରେ ସାରା ପୃଥିବୀରେ ପରିଚିତ ହୋଇଗଲା।
The post ହୃଦୟର ଆକାର କାହିଁକି ଏମିତିଆ? କେବେଠୁ କରାଯାଉଛି ବ୍ୟବହାର… appeared first on Dharitri Odia News.