ଗୋଟିଏ ଝଟକାରେ ଗିଳିଦେଲା ମେସିନ୍, ଛୋଟ ଭୁଲରୁ ଜୀବନ ନେଲା MRI
ନୂଆଦିଲ୍ଲୀ ୨୨।୦୭: ଜୀବନ ନେଲା ଜୀବନ ବଞ୍ଚାଉଥିବା ମେସିନ୍ । ପତ୍ନୀକୁ MRI ମେସିନ୍ ଟେବୁଲ୍ ଉପରୁ ଓହ୍ଲାଉଥିଲେ । ଆଉ ଠିକ୍ ସେହି ସମୟରେ ଟାଣି ନେଲା ମେସିନ୍ । ମେସିନ ଭିତରେ ଛଟପଟ ହୋଇ ଚାଲିଗଲା ସ୍ୱାମୀଙ୍କ ଜୀବନ । ଘଟଣାଟି ଆମେରିକାର ଲଙ୍ଗ ଆଇଲ୍ୟାଣ୍ଡରେ ଘଟିଛି । ବ୍ୟକ୍ତି ଜଣକ ୱେଷ୍ଟବରିର ନାସାଉର ବାସିନ୍ଦା କିଥ୍ ମ୍ୟାକଆଲିଷ୍ଟର। ବୟସ ୬୧ ବର୍ଷ । ସେ ଏକ MRI ମେସିନ ଭିତରକୁ ଟାଣି ହୋଇ ଯାଇଥିଲେ । ଆଉ ଗୁରୁତର ଆହତ ହୋଇଥିଲେ । ଏଥିଯୋଗୁଁ ତାଙ୍କର ଏକାଧିକ ଥର ହୃଦଘାତ ହୋଇଥିଲା। ଫଳରେ କିଥ୍ଙ୍କର ହୋଇଥିଲା ମୃତ୍ୟୁ । ଏଭଳି ମୃତ୍ୟୁ ପଛର କାରଣ କଣ ? MRI ମେସିନ କଣ ନେଇପାରେ ଜୀବନ ? ଘଟଣାକୁ ନେଇ ଡେଲି ମେଲ୍ ଖବର ପ୍ରକାଶ କରିଛି। କିଥଙ୍କ ପତ୍ନୀ ଆଡ୍ରିଆନ୍ ଜୋନ୍ସ-ମ୍ୟାକଆଲିଷ୍ଟର କହିଛନ୍ତି ଯେ ସେ ତାଙ୍କ ଆଣ୍ଠୁର MRI କରିବାକୁ ଯାଇଥିଲେ । MRI କରିବା ପରେ ସେ ତାଙ୍କ ସ୍ୱାମୀଙ୍କୁ ଭିତରକୁ ପଠାଇବା ପାଇଁ ଟେକ୍ନିସିଆନଙ୍କୁ କରିଥିଲେ ଅନୁରୋଧ । ସ୍ବାମୀ ତାଙ୍କୁ ଟେବୁଲ୍ ଉପରୁ ଓହ୍ଲାଇବାରେ ସାହାଯ୍ୟ କରିବେ । ଯେତେବେଳେ ମ୍ୟାକଆଲିଷ୍ଟର ସ୍କାନିଂ ରୁମ୍ ଭିତରକୁ ପ୍ରବେଶ କଲେ, ସେତେବେଳେ ତାଙ୍କ ବେକରେ ୨୦ ପାଉଣ୍ଡ ଓଜନର ଏକ ମେଟାଲ୍ ଚେନ୍ ଥିଲା । ତାଙ୍କ ସ୍ତ୍ରୀ କହିଛନ୍ତି ଯେ ସେ ଏହାକୁ ଓ୍ବେଟ ଟ୍ରେନିଂ ପାଇଁ ବ୍ୟବହାର କରୁଥିଲେ । ରୁମରେ ଏଣ୍ଟ୍ରି କରିବାର କିଛି ସମୟ ପରେ MRI ମେସିନର ଶକ୍ତିଶାଳୀ ଚୁମ୍
ନୂଆଦିଲ୍ଲୀ ୨୨।୦୭: ଜୀବନ ନେଲା ଜୀବନ ବଞ୍ଚାଉଥିବା ମେସିନ୍ । ପତ୍ନୀକୁ MRI ମେସିନ୍ ଟେବୁଲ୍ ଉପରୁ ଓହ୍ଲାଉଥିଲେ । ଆଉ ଠିକ୍ ସେହି ସମୟରେ ଟାଣି ନେଲା ମେସିନ୍ । ମେସିନ ଭିତରେ ଛଟପଟ ହୋଇ ଚାଲିଗଲା ସ୍ୱାମୀଙ୍କ ଜୀବନ । ଘଟଣାଟି ଆମେରିକାର ଲଙ୍ଗ ଆଇଲ୍ୟାଣ୍ଡରେ ଘଟିଛି । ବ୍ୟକ୍ତି ଜଣକ ୱେଷ୍ଟବରିର ନାସାଉର ବାସିନ୍ଦା କିଥ୍ ମ୍ୟାକଆଲିଷ୍ଟର। ବୟସ ୬୧ ବର୍ଷ ।
ସେ ଏକ MRI ମେସିନ ଭିତରକୁ ଟାଣି ହୋଇ ଯାଇଥିଲେ । ଆଉ ଗୁରୁତର ଆହତ ହୋଇଥିଲେ । ଏଥିଯୋଗୁଁ ତାଙ୍କର ଏକାଧିକ ଥର ହୃଦଘାତ ହୋଇଥିଲା। ଫଳରେ କିଥ୍ଙ୍କର ହୋଇଥିଲା ମୃତ୍ୟୁ । ଏଭଳି ମୃତ୍ୟୁ ପଛର କାରଣ କଣ ? MRI ମେସିନ କଣ ନେଇପାରେ ଜୀବନ ? ଘଟଣାକୁ ନେଇ ଡେଲି ମେଲ୍ ଖବର ପ୍ରକାଶ କରିଛି।
କିଥଙ୍କ ପତ୍ନୀ ଆଡ୍ରିଆନ୍ ଜୋନ୍ସ-ମ୍ୟାକଆଲିଷ୍ଟର କହିଛନ୍ତି ଯେ ସେ ତାଙ୍କ ଆଣ୍ଠୁର MRI କରିବାକୁ ଯାଇଥିଲେ । MRI କରିବା ପରେ ସେ ତାଙ୍କ ସ୍ୱାମୀଙ୍କୁ ଭିତରକୁ ପଠାଇବା ପାଇଁ ଟେକ୍ନିସିଆନଙ୍କୁ କରିଥିଲେ ଅନୁରୋଧ । ସ୍ବାମୀ ତାଙ୍କୁ ଟେବୁଲ୍ ଉପରୁ ଓହ୍ଲାଇବାରେ ସାହାଯ୍ୟ କରିବେ । ଯେତେବେଳେ ମ୍ୟାକଆଲିଷ୍ଟର ସ୍କାନିଂ ରୁମ୍ ଭିତରକୁ ପ୍ରବେଶ କଲେ, ସେତେବେଳେ ତାଙ୍କ ବେକରେ ୨୦ ପାଉଣ୍ଡ ଓଜନର ଏକ ମେଟାଲ୍ ଚେନ୍ ଥିଲା ।
ତାଙ୍କ ସ୍ତ୍ରୀ କହିଛନ୍ତି ଯେ ସେ ଏହାକୁ ଓ୍ବେଟ ଟ୍ରେନିଂ ପାଇଁ ବ୍ୟବହାର କରୁଥିଲେ । ରୁମରେ ଏଣ୍ଟ୍ରି କରିବାର କିଛି ସମୟ ପରେ MRI ମେସିନର ଶକ୍ତିଶାଳୀ ଚୁମ୍ବକ ହଠାତ୍ ତାଙ୍କୁ ଭିତରକୁ ଟାଣି ନେଇଗଲା। ଏପରି ମନେ ହେଉଥିଲା ଯେପରି ମେସିନ ତାଙ୍କୁ ଗିଳି ଦେଇଛି ।
ଜୋନ୍ସ କହିଛନ୍ତି କି ମୁଁ ତାଙ୍କୁ ଟେବୁଲ ପାଖକୁ ଆସୁଥିବାର ଦେଖିଲି । ଆଉ ହଠାତ୍ ତା’ପରେ ମେସିନ ତାଙ୍କୁ ଭିତରକୁ ଟାଣି ନେଇଗଲା । ପତ୍ନୀ ଅଭିଯୋଗ କରିଛନ୍ତି ଯେ ଟେକ୍ନିସିଆନ୍ ତାଙ୍କ ସ୍ୱାମୀଙ୍କୁ ରୁମରେ ଏଣ୍ଟ୍ରି କରିବାକୁ କିପରି ଦେଲେ, ଯେତେବେଳେ କି ତାଙ୍କ ବେକରେ ଚେନ୍ ଦେଖାଯାଉଥିଲା ।
ଜୋନ୍ସ କହିଛନ୍ତି ଯେ ଘଟଣା ପରେ ମ୍ୟାକଆଲିଷ୍ଟର ଅନେକଥର ହୃଦଘାତର ଶିକାର ହୋଇଥିଲେ ଏବଂ ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମ୍ୟାକଆଲିଷ୍ଟରଙ୍କ ଝିଅ ସାମନ୍ଥା ବୋଡେନ୍ ମଧ୍ୟ ତାଙ୍କ ମାଆଙ୍କ କଥାକୁ ଦୋହରାଇଛନ୍ତି । ତାଙ୍କ ବାପାଙ୍କ ଅକାଳ ମୃତ୍ୟୁ ପାଇଁ ଟେକ୍ନିସିଆନଙ୍କୁ ଦାୟୀ କରିଛନ୍ତି।
ନାସାଉ କାଉଣ୍ଟି ପୋଲିସ ବିଭାଗ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ବ୍ୟକ୍ତି ଜଣକ ଏକ ମେଟାଲର ଚେନ୍ ପିନ୍ଧି ମେସିନ ପାଖରେ ପହଞ୍ଚିଥିଲେ । ସ୍କାନ ଚାଲିଥିବା ସମୟରେ ମ୍ୟାକଆଲିଷ୍ଟର MRI ରୁମରେ ପ୍ରବେଶ କରିଥିଲେ । ତା’ପରେ ମେସିନର ଶକ୍ତିଶାଳୀ ଚୁମ୍ବକୀୟ ଶକ୍ତି ତାଙ୍କ ବେକରେ ଥିବା ମେଟାଲ ଚେନକୁ ନିଜ ଆଡକୁ ଟାଣି ନେଇଥିଲା । ଯାହା ଫଳରେ ବ୍ୟକ୍ତିଙ୍କର ହୋଇଥିଲା ମୃତ୍ୟୁ ।