ଗୋଟିଏ ଝିଅକୁ ବାହା ହେଲେ ଦୁଇ ଭାଇ
ନାହନ : ହିମାଚଳ ପ୍ରଦେଶରେ ଦୁଇଭାଇ ଗୋଟିଏ ଝିଅକୁ ବିବାହ କରିଛନ୍ତି। ସିରମୋର ଜିଲ୍ଲାର ଶିଲାଇ ଗାଁର ପ୍ରଦୀପ ନେଗୀ ଓ କପିଲ ନେଗୀ କହ୍ନାଟ ଗାଁର ଯୁବତୀ ସୁନୀତା ଚୌହାନଙ୍କୁ ବିବାହ କରିଛନ୍ତି। ଏହି ଅଞ୍ଚଳରେ ଅବଶ୍ୟ ଏଭଳି ବିବାହ ଆଦୌ ନୂଆ ନୁହଁ। ଏଠାରେ ଏଭଳି ବିବାହର ପରମ୍ପରା ରହିଆସିଛି। ଏହି ପରମ୍ପରାକୁ ବହୁପତି ବିବାହ କୁହାଯାଇଥାଏ। ଏହି ବିବାହ ଉତ୍ସବ ୩ ଦିନ ଧରି ଚାଲିଥିଲା। ପ୍ରଦୀପ ଜଳ ଶକ୍ତି ନିଗମର କର୍ମଚାରୀ […]

ନାହନ : ହିମାଚଳ ପ୍ରଦେଶରେ ଦୁଇଭାଇ ଗୋଟିଏ ଝିଅକୁ ବିବାହ କରିଛନ୍ତି। ସିରମୋର ଜିଲ୍ଲାର ଶିଲାଇ ଗାଁର ପ୍ରଦୀପ ନେଗୀ ଓ କପିଲ ନେଗୀ କହ୍ନାଟ ଗାଁର ଯୁବତୀ ସୁନୀତା ଚୌହାନଙ୍କୁ ବିବାହ କରିଛନ୍ତି। ଏହି ଅଞ୍ଚଳରେ ଅବଶ୍ୟ ଏଭଳି ବିବାହ ଆଦୌ ନୂଆ ନୁହଁ। ଏଠାରେ ଏଭଳି ବିବାହର ପରମ୍ପରା ରହିଆସିଛି। ଏହି ପରମ୍ପରାକୁ ବହୁପତି ବିବାହ କୁହାଯାଇଥାଏ।
ଏହି ବିବାହ ଉତ୍ସବ ୩ ଦିନ ଧରି ଚାଲିଥିଲା। ପ୍ରଦୀପ ଜଳ ଶକ୍ତି ନିଗମର କର୍ମଚାରୀ ଭାବେ ଚାକିରି କରୁଛନ୍ତି। ସେହିପରି ତାଙ୍କ ଭାଇ କପିଲ୍ ମଧ୍ୟପ୍ରାଚ୍ୟ ଦେଶ ବାହରିନର ଏକ ହୋଟେଲରେ ଚାକିରି କରିଛନ୍ତି। ଏଭଳି ବିବାହ ପରିବାରକୁ ଏକାଠି କରି ରଖିଥାଏ ବୋଲି କୁହାଯାଉଛି। ୩ ଜଣ ମିଳିତ ଭାବେ ଏହି ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି।