ଗୋଟିଏ ତୀରରେ ଦୁଇ ଶିକାର କରିବା ପାକିସ୍ତାନର ଲକ୍ଷ୍ୟ…

ଇସଲାମାବାଦ,୧୮।୧ : ପାକିସ୍ତାନର ବାଲୁଚିସ୍ତାନରେ ଆତଙ୍କବାଦୀ ସଂଗଠନ ଜୈଶ ଅଲ-ଆଦଲର ମୁଖ୍ୟାଳୟରେ ଇରାନ ଏୟାର ଷ୍ଟ୍ରାଇକ କରିଥିଲା। ଏହାର ଗୁରୁତର ପରିଣାମ ସମ୍ପର୍କରେ ପାକିସ୍ତାନ ଚେତାବନୀ ଦେଇଥିଲା। ବର୍ତ୍ତମାନ ଗୁରୁବାର ଦିନ ଇରାନରେ ଥିବା ବାଲୁଚ ବିଚ୍ଛିନ୍ନତାବାଦୀ ଗୋଷ୍ଠୀଙ୍କ ଶିବିର ଉପରେ ପାକିସ୍ତାନ ପକ୍ଷରୁ ଆକ୍ରମଣ ଏୟାର ଷ୍ଟ୍ରାଇକ କରାଯାଇଛି। ପାକିସ୍ତାନୀ ସୈନ୍ୟମାନେ ଇରାନର ସିସ୍ତାନ ଏବଂ ବାଲୁଚିସ୍ତାନ ପ୍ରଦେଶର ସରୱାନ ସହରରେ ବାଲୁଚିସ୍ତାନ ଲିବରେଶନ ଫ୍ରଣ୍ଟ ଏବଂ ବାଲୁଚିସ୍ତାନ ଲିବରେଶନ ଆର୍ମି ପୋଷ୍ଟ ଉପରେ ଆକ୍ରମଣ […] The post ଗୋଟିଏ ତୀରରେ ଦୁଇ ଶିକାର କରିବା ପାକିସ୍ତାନର ଲକ୍ଷ୍ୟ… appeared first on Dharitri Odia News.

ଗୋଟିଏ ତୀରରେ ଦୁଇ ଶିକାର କରିବା ପାକିସ୍ତାନର ଲକ୍ଷ୍ୟ…

ଇସଲାମାବାଦ,୧୮।୧ : ପାକିସ୍ତାନର ବାଲୁଚିସ୍ତାନରେ ଆତଙ୍କବାଦୀ ସଂଗଠନ ଜୈଶ ଅଲ-ଆଦଲର ମୁଖ୍ୟାଳୟରେ ଇରାନ ଏୟାର ଷ୍ଟ୍ରାଇକ କରିଥିଲା। ଏହାର ଗୁରୁତର ପରିଣାମ ସମ୍ପର୍କରେ ପାକିସ୍ତାନ ଚେତାବନୀ ଦେଇଥିଲା। ବର୍ତ୍ତମାନ ଗୁରୁବାର ଦିନ ଇରାନରେ ଥିବା ବାଲୁଚ ବିଚ୍ଛିନ୍ନତାବାଦୀ ଗୋଷ୍ଠୀଙ୍କ ଶିବିର ଉପରେ ପାକିସ୍ତାନ ପକ୍ଷରୁ ଆକ୍ରମଣ ଏୟାର ଷ୍ଟ୍ରାଇକ କରାଯାଇଛି। ପାକିସ୍ତାନୀ ସୈନ୍ୟମାନେ ଇରାନର ସିସ୍ତାନ ଏବଂ ବାଲୁଚିସ୍ତାନ ପ୍ରଦେଶର ସରୱାନ ସହରରେ ବାଲୁଚିସ୍ତାନ ଲିବରେଶନ ଫ୍ରଣ୍ଟ ଏବଂ ବାଲୁଚିସ୍ତାନ ଲିବରେଶନ ଆର୍ମି ପୋଷ୍ଟ ଉପରେ ଆକ୍ରମଣ କରିଥିବା ଜଣାଯାଇଛି। କିନ୍ତୁ ଏହି ଆକ୍ରମଣ ପାକିସ୍ତାନୀ ସେନାକୁ ଆଶା କରାଯାଉଥିବା ଠାରୁ ଅଧିକ ଲାଭ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଏପରି କରି ପାକିସ୍ତାନ ପ୍ରତିଶୋଧ ନେବା ସହିତ ଗୋଟିଏ ତୀରରେ ଦୁଇ ଶିକାର କରିବା ଲକ୍ଷ୍ୟ ରଖିଛି।

ବାସ୍ତବରେ ଏହି ଆକ୍ରମଣରୁ ପାକିସ୍ତାନୀ ସେନାର ଅନେକ ଲାଭ ରହିଛି। ସର୍ବପ୍ରଥମେ, ଏହା ଜନସାଧାରଣଙ୍କ କ୍ରୋଧକୁ ଶାନ୍ତ କରିବ ବୋଲି ଚର୍ଚ୍ଚା ହେଉଛି। କାରଣ ଇରାନର ଆକ୍ରମଣରେ ପାକିସ୍ତାନର ଲୋକମାନେ କ୍ରୋଧିତ ହୋଇଥିଲେ ଏବଂ ସେମାନେ ନିଜ ସେନାର ସାମର୍ଥ୍ୟ ଉପରେ ପ୍ରଶ୍ନ କରିବା ଆରମ୍ଭ କରିଥିଲେ। ଲୋକମାନେ କହୁଥିଲେ ପାକିସ୍ତାନୀ ସେନା କେବଳ ରାଜନୀତି ଜାଣିଛି। ଏହା ବ୍ୟତୀତ ପାକିସ୍ତାନୀ ସେନା ମଧ୍ୟ ରାଜନୈତିକ ଫାଇଦା ପାଇବ। ଫେବୃଆରୀ ୮ରେ ପାକିସ୍ତାନରେ ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ ଏହାପୂର୍ବରୁ ସେନା ଇମ୍ରାନ ଖାନ ଏବଂ ତାଙ୍କ ଦଳ ବିରୋଧରେ ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଏଥର ପାକିସ୍ତାନରେ ସେନା ଚାହୁଁ ନାହିଁ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ହୁଅନ୍ତୁ। ସେନା ପୁଣି ଥରେ ନୱାଜ ସରିଫଙ୍କୁ ପାକିସ୍ତାନକୁ ଆଣିଛି। ପ୍ରଧାନମନ୍ତ୍ରୀ ହେବା ପାଇଁ ନୱାଜ ସରିଫଙ୍କ ପଥରେ ଥିବା ସମସ୍ତ କଣ୍ଟା ଗୋଟିଏ ପରେ ଗୋଟିଏ ହଟାଯାଉଛି। ଜେଲରେ ରଖାଯାଇଥିବା ଇମ୍ରାନ ଖାନ ସବୁଠାରୁ ବଡ ପ୍ରତିବନ୍ଧକ ଥିଲେ। ଏହା ବ୍ୟତୀତ ତାଙ୍କ ବିରୋଧରେ ଆହୁରି ଅନେକ ମାମଲା ଖୋଲାଯାଇଥିଲା। ପାକିସ୍ତାନର ଜନସାଧାରଣଙ୍କର ଏକ ବଡ଼ ବିଭାଗ ଇମ୍ରାନଙ୍କ ସମର୍ଥନରେ ଅଛନ୍ତି। ଏଭଳି ପରିସ୍ଥିତିରେ ଇମ୍ରାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସେନା ବିରୋଧରେ କ୍ରୋଧ ସୃଷ୍ଟି କରୁଛି। ଇରାନ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ ସହିତ ସେନା ଲୋକମାନଙ୍କୁ ପୁଣି ଥରେ ଜିତିବାରେ ସଫଳ ହୋଇଥିବା ଜଣାପଡିଛି। ଯଦିଓ ଏହା କେବଳ ଅଳ୍ପ ସମୟ ପାଇଁ କରାଯାଇଛି।

 

 

The post ଗୋଟିଏ ତୀରରେ ଦୁଇ ଶିକାର କରିବା ପାକିସ୍ତାନର ଲକ୍ଷ୍ୟ… appeared first on Dharitri Odia News.