ବାପାଙ୍କ ଟାଙ୍ଗିଆ ଚୋଟରେ ପୁଅ ଗୁରୁତର ଘଟଣା: ସଫଳ ଅସ୍ତ୍ରୋପଚାର ପରେ ମୁଣ୍ଡରୁ ବାହାରିଲା…

କନ୍ଧମାଳ,୧ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କଟକ ବଡ଼ ମେଡିକାଲର ସ୍ନାୟୁଶଲ୍ୟ ଚିକିତ୍ସା (ନ୍ୟୁରୋସର୍ଜରୀ) ବିଭାଗରେ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଛନ୍ତି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଟିକାବାଲି ଅଞ୍ଚଳର ବିବେକ କହଁର। ମୁଣ୍ଡରେ ଧାରୁଆ ଟାଙ୍ଗିଆ ଭିତରକୁ ପଶିଥିବା ବେଳେ ପ୍ରାୟ ୪ ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇ ଟାଙ୍ଗିଆ ବାହାର କରାଯାଇଛି। ବିଭାଗୀୟ ଡାକ୍ତର ପ୍ରତାପ ଶତପଥୀ ଓ ଦୁଇ ଜଣ ବରିଷ୍ଠ ଡାକ୍ତର ଏହି ଜଟିଳ ଅସ୍ତ୍ରୋପଚାର କରିଛନ୍ତି। ଅସ୍ତ୍ରୋପଚାର ପରେ ବିବେକଙ୍କ ସ୍ବାସ୍ଥ୍ୟାବସ୍ଥା […] The post ବାପାଙ୍କ ଟାଙ୍ଗିଆ ଚୋଟରେ ପୁଅ ଗୁରୁତର ଘଟଣା: ସଫଳ ଅସ୍ତ୍ରୋପଚାର ପରେ ମୁଣ୍ଡରୁ ବାହାରିଲା… appeared first on Dharitri Odia News.

ବାପାଙ୍କ ଟାଙ୍ଗିଆ ଚୋଟରେ ପୁଅ ଗୁରୁତର ଘଟଣା: ସଫଳ ଅସ୍ତ୍ରୋପଚାର ପରେ ମୁଣ୍ଡରୁ ବାହାରିଲା…

କନ୍ଧମାଳ,୧ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କଟକ ବଡ଼ ମେଡିକାଲର ସ୍ନାୟୁଶଲ୍ୟ ଚିକିତ୍ସା (ନ୍ୟୁରୋସର୍ଜରୀ) ବିଭାଗରେ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଛନ୍ତି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଟିକାବାଲି ଅଞ୍ଚଳର ବିବେକ କହଁର। ମୁଣ୍ଡରେ ଧାରୁଆ ଟାଙ୍ଗିଆ ଭିତରକୁ ପଶିଥିବା ବେଳେ ପ୍ରାୟ ୪ ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇ ଟାଙ୍ଗିଆ ବାହାର କରାଯାଇଛି। ବିଭାଗୀୟ ଡାକ୍ତର ପ୍ରତାପ ଶତପଥୀ ଓ ଦୁଇ ଜଣ ବରିଷ୍ଠ ଡାକ୍ତର ଏହି ଜଟିଳ ଅସ୍ତ୍ରୋପଚାର କରିଛନ୍ତି। ଅସ୍ତ୍ରୋପଚାର ପରେ ବିବେକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ମେଡିକାଲ ପକ୍ଷରୁ ସୂଚନା ଦେଇଛନ୍ତି ଏସ୍‌ସିବି ନ୍ୟୁରୋସର୍ଜରୀ ବିଭାଗ ଡାକ୍ତର ରୋଶନ ମେହେର। ଏହାସହ ଯେତେବେଳେ ବିବେକ ଏସ୍‌ସିବିରେ ପହଞ୍ଚିଥିଲେ ସେହି ସମୟରେ ତାଙ୍କର ଅବସ୍ଥା ଗୁରୁତର ରହିଥିଲା। ମୁଣ୍ଡରୁ ରକ୍ତସ୍ରାବ ସାଙ୍ଗକୁ ବହୁତ ଯନ୍ତ୍ରଣାରେ ଥିଲେ। ଏପିରିକି ଅସ୍ତ୍ରୋପଚାର ସମୟରେ ଜଣେ ଡାକ୍ତର ସେହି ଟାଙ୍ଗିଆକୁ ଧରି ରଖିଥିଲେ। ଅନେକ ସମୟ ଧରି ଚାଲିଥିଲା ଅପରେଶନ।
ବିବେକଙ୍କ ସ୍ତ୍ରୀ ମମତା ଦେଇଥିବା ସୂଚନାନୁଯାୟୀ, ବିବେକଙ୍କ ବାପା ଓ ଦୁଇ ଜଣ ଯୁବକ ଘରେ ନିଶା ପାନ କରିବା ସମୟରେ ବଡ଼ ଧରଣର ବଚସା ହୋଇଥିଲା। ଏହି ସମୟରେ ବିବେକ କହଁର ଝଗଡ଼ା ରୋକିବା ପାଇଁ ପ୍ରୟାସ କରିବା ସମୟରେ ମୁଣ୍ଡକୁ ଟାଙ୍କିଆରେ ଆକ୍ରମଣ କରିଥିଲେ ତାଙ୍କ ନିଶାସକ୍ତ ବାପା। ଘଟଣାସ୍ଥଳରେ ଗୁରୁତର ହୋଇପଡ଼ିଥିଲେ ବିବେକ। ପ୍ରଥମେ ନିକଟସ୍ଥ ଟିକାବାଲି ହସ୍ପିଟାଲ ପରେ ଏମ୍‌କେସିଜି ଓ ଶେଷରେ ଏସ୍‌ସିବି ମେଡିକାଲରେ ଶନିବାର ସକାଳେ ଭର୍ତ୍ତି ହୋଇଥିଲେ ବିବେକ। ବିଳମ୍ବିତ ରାତିରେ ଅସ୍ତ୍ରୋପଚାର ଶେଷ ହେବାପରେ ବିବେକ ବିପଦମୁକ୍ତ ରହିଥିବା କହିଛନ୍ତି ଡାକ୍ତର।

The post ବାପାଙ୍କ ଟାଙ୍ଗିଆ ଚୋଟରେ ପୁଅ ଗୁରୁତର ଘଟଣା: ସଫଳ ଅସ୍ତ୍ରୋପଚାର ପରେ ମୁଣ୍ଡରୁ ବାହାରିଲା… appeared first on Dharitri Odia News.