ଗୋଟିଏ ପଦକ ଜିତିଲେ ନିଜ ଦେଶରୁ ମିଳିଥାଏ ଏତେ କୋଟି ପୁରସ୍କାର, ଜାଣନ୍ତୁ ଭାରତୀୟ ଖେଳାଳିଙ୍କୁ ମିଳେ କେତେ…

ପ୍ୟାରିସ୍‌,୩୧।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪କୁ ନେଇ ଭାରତୀୟ କ୍ରୀଡାପ୍ରେମୀମାନେ ଉତ୍ସାହିତ ଅଛନ୍ତି । ଚଳିତ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଭାବେ ମନୁ ଭାକର ଭାରତକୁ ୨ ପଦକ ଜିତାଇ ଇତିହାସ ରଚିଛନ୍ତି । ମନୁ ଭାକର ଏୟାର ପିଷ୍ଟଲ ଶୁଟିଂରେ ଗୋଟିଏ ସ୍ବର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି । ଅଲିମ୍ପିକ କ୍ରୀଡା ପଦକ ଜିତିଲେ ବିଭିନ୍ନ ଦେଶ ନିଜ ଖେଳାଳିଙ୍କୁ ଭିନ୍ନ ଭିନ୍ନ ପ୍ରାଇଜ ମନି ପ୍ରଦାନ କରିଥାନ୍ତି । କାରଣ ସେମାନେ ଦେଶ […] The post ଗୋଟିଏ ପଦକ ଜିତିଲେ ନିଜ ଦେଶରୁ ମିଳିଥାଏ ଏତେ କୋଟି ପୁରସ୍କାର, ଜାଣନ୍ତୁ ଭାରତୀୟ ଖେଳାଳିଙ୍କୁ ମିଳେ କେତେ… appeared first on Dharitri Odia News.

ଗୋଟିଏ ପଦକ ଜିତିଲେ ନିଜ ଦେଶରୁ ମିଳିଥାଏ ଏତେ କୋଟି ପୁରସ୍କାର, ଜାଣନ୍ତୁ ଭାରତୀୟ ଖେଳାଳିଙ୍କୁ ମିଳେ କେତେ…

ପ୍ୟାରିସ୍‌,୩୧।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪କୁ ନେଇ ଭାରତୀୟ କ୍ରୀଡାପ୍ରେମୀମାନେ ଉତ୍ସାହିତ ଅଛନ୍ତି । ଚଳିତ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଭାବେ ମନୁ ଭାକର ଭାରତକୁ ୨ ପଦକ ଜିତାଇ ଇତିହାସ ରଚିଛନ୍ତି । ମନୁ ଭାକର ଏୟାର ପିଷ୍ଟଲ ଶୁଟିଂରେ ଗୋଟିଏ ସ୍ବର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି ।
ଅଲିମ୍ପିକ କ୍ରୀଡା ପଦକ ଜିତିଲେ ବିଭିନ୍ନ ଦେଶ ନିଜ ଖେଳାଳିଙ୍କୁ ଭିନ୍ନ ଭିନ୍ନ ପ୍ରାଇଜ ମନି ପ୍ରଦାନ କରିଥାନ୍ତି । କାରଣ ସେମାନେ ଦେଶ ପାଇଁ ଗର୍ବ ଓ ଗୌରବ ହାସଲ କରିଥାନ୍ତି । ଏହା ଦେଶ ତରଫରୁ ସେମାନଙ୍କ ପାଇଁ ଏକ ସମ୍ମାନ ସଦୃଶ । ତେବେ ଆସନ୍ତୁ ଜାଣିବା କେଉଁ ଦେଶ ନିଜ ଅଲିମ୍ପିକ ଖେଳାଳିଙ୍କ ପାଇଁ କେତେ ଟଙ୍କାର ପ୍ରାଇଜ ମନି ପ୍ରଦାନ କରିଥାନ୍ତି ।

ଜର୍ମାନୀ: ଜର୍ମାନୀରେ ଜଣେ ଅଲିମ୍ପିକ ଖେଳାଳି ସ୍ବର୍ଣ୍ଣ ପଦକ ଜିତିଲେ ୧୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ । ସେହିପରି ରୌପ୍ୟ ପଦକ ଜିତିଲେ ୧୩ ଲକ୍ଷ ଏବଂ ବ୍ରୋଞ୍ଜ ପଦକ ଜିତିଲେ ୯ ଲକ୍ଷ ଟଙ୍କା ପ୍ରାଇଜ ମନି ପ୍ରଦାନ କରାଯାଇଥାଏ ।

ଆମେରିକା: ଆମେରିକାରେ ଅଲିମ୍ପିକ ଖେଳାଳି ସ୍ବର୍ଣ୍ଣ ପଦକ ଜିତିଲେ ୩୧ ଲକ୍ଷ ଟଙ୍କା, ରୌପ୍ୟ ପଦକ ଜିତିଲେ ୧୮ ଲକ୍ଷ ଏବଂ ବ୍ରୋଞ୍ଜ ପଦକ ଜିତିଲେ ୧୨ ଲକ୍ଷ ଟଙ୍କା ପ୍ରାଇଜ ମନି ପ୍ରଦାନ କରାଯାଇଥାଏ ।

ଫ୍ରାନ୍ସ: ଫ୍ରାନ୍ସରେ ଅଲିମ୍ପିକ ଖେଳାଳି ସ୍ବର୍ଣ୍ଣ ପଦକ ଜିତିଲେ ୫୯ ଲକ୍ଷ ଟଙ୍କା, ରୌପ୍ୟ ପଦକ ଜିତିଲେ ୨୨ ଲକ୍ଷ ଟଙ୍କା ଏବଂ ବ୍ରୋଞ୍ଜ ପଦକ ଜିତିଲେ ୧୩ ଲକ୍ଷ ଟଙ୍କା ପ୍ରାଇଜ ମନି ପ୍ରଦାନ କରାଯାଇଥାଏ ।

ଭାରତ: ଭାରତୀୟ ଖେଳାଳି ଅଲିମ୍ପିକ୍ସରେ ପଦକ ଜିତିଲେ ସେମାନଙ୍କ ପ୍ରାଇଜ ମନି କିଛି ନିଶ୍ଚିତ ନ ଥାଏ । ପ୍ରତିଥର ସରକାର ନୂଆ ପ୍ରାଇଜ ମନି ଘୋଷଣା କରିଥାନ୍ତି । ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ପଦକ ବିଜେତାଙ୍କୁ ପ୍ରାଇଜ ମନି ପ୍ରଦାନ କରାଯାଇଥାଏ ।

ତାଇୱାନ: ତାଇୱାନ ଖେଳାଳି ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଲେ ୬ କୋଟି ଟଙ୍କା, ରୌପ୍ୟ ପଦକ ଜିତିଲେ ୨ କୋଟି ଟଙ୍କା ଏବଂ କାଂସ୍ୟ ପଦକ ବଜେତାଙ୍କୁ ୧ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।

ସିଙ୍ଗାପୁର: ସିଙ୍ଗାପୁରରେ ଅଲିମ୍ପିକ ଖେଳାଳି ସ୍ବର୍ଣ୍ଣ ପଦକ ଜିତିଲେ ୬ କୋଟି ୨୦ ଲକ୍ଷ ଟଙ୍କା, ରୌପ୍ୟ ପଦକ ଜିତିଲେ ୩ କୋଟି ଏବଂ କାଂସ୍ୟ ପଦକ ଜିତିଲେ ୧ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।

The post ଗୋଟିଏ ପଦକ ଜିତିଲେ ନିଜ ଦେଶରୁ ମିଳିଥାଏ ଏତେ କୋଟି ପୁରସ୍କାର, ଜାଣନ୍ତୁ ଭାରତୀୟ ଖେଳାଳିଙ୍କୁ ମିଳେ କେତେ… appeared first on Dharitri Odia News.