ଏବେ ଖୋଲିବ ନାହିଁ ଶମ୍ଭୁ ବର୍ଡର

ନୂଆଦିଲ୍ଲୀ, ୨୪।୭:ଅନେକ ଦିନ ଧରି ବନ୍ଦ ରହିଥିବା ଶମ୍ଭୁ ବର୍ଡର ଖୋଲିବ ନା ନାହିଁ ସେନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଶମ୍ଭୁ ବର୍ଡର ଖୋଲିବା ନେଇ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ହରିୟାଣା ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ, ଜଷ୍ଟିସ୍‌ ଦୀପଙ୍କର ଦତ୍ତା ଓ ଜଷ୍ଟିସ ଉଜ୍ଜଳ ଭୁଇୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ହରିୟାଣା ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରି ଶମ୍ଭୁ […] The post ଏବେ ଖୋଲିବ ନାହିଁ ଶମ୍ଭୁ ବର୍ଡର appeared first on Dharitri Odia News.

ଏବେ ଖୋଲିବ ନାହିଁ ଶମ୍ଭୁ ବର୍ଡର

ନୂଆଦିଲ୍ଲୀ, ୨୪।୭:ଅନେକ ଦିନ ଧରି ବନ୍ଦ ରହିଥିବା ଶମ୍ଭୁ ବର୍ଡର ଖୋଲିବ ନା ନାହିଁ ସେନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଶମ୍ଭୁ ବର୍ଡର ଖୋଲିବା ନେଇ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ହରିୟାଣା ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ, ଜଷ୍ଟିସ୍‌ ଦୀପଙ୍କର ଦତ୍ତା ଓ ଜଷ୍ଟିସ ଉଜ୍ଜଳ ଭୁଇୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ହରିୟାଣା ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରି ଶମ୍ଭୁ ବର୍ଡରରେ ସ୍ଥିତି ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ କହିଛନ୍ତି, ବଡ଼ ପ୍ରସଙ୍ଗ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବାର ଆବଶ୍ୟକତା ରହିଛି। କୃଷକ ଏବଂ ସରକାରଙ୍କ ମଧ୍ୟରେ ବିଶ୍ୱାସର ଅଭାବ ସୃଷ୍ଟି ହୋଇଛି। ତେଣୁ ମାମଲାର ସମାଧାନ ପାଇଁ ନିରପେକ୍ଷ ବ୍ୟକ୍ତିମାନେ ଚାଷୀଙ୍କ ସହ ବାର୍ତ୍ତାଳାପ କରି ସେମାନଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ଜାଣିବାର ଆବଶ୍ୟକତା ରହିଛି। ସେଥିପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ ପାଇଁ ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି। ଏଥିନିମନ୍ତେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ପରାମର୍ଶ ଦେବାକୁ ପଞ୍ଜାବ ଓ ହରିୟାଣା ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସପ୍ତାହରେ ଏହି ମାମଲାର ପୁଣି ଥରେ ଶୁଣାଣି ହେବ।

The post ଏବେ ଖୋଲିବ ନାହିଁ ଶମ୍ଭୁ ବର୍ଡର appeared first on Dharitri Odia News.