ବିବାହ ପାଇଁ ଆଇନଗତ ଔପଚାରିକତା ପୂରଣ କଲେ ଜହିର ଓ ସୋନାକ୍ଷୀ

ମୁମ୍ବାଇ ୨୩।୬: ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ରବିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସୋନାକ୍ଷୀଙ୍କ ନୂଆ ଆପାର୍ଟମେଣ୍ଟ  ୮୧ଓରିଏଣ୍ଟରେ ସିଭିଲ ମ୍ୟାରେଜ ନିମନ୍ତେ ଜହିର ଇକବାଲ ଓ ସୋନାକ୍ଷୀ ଜରୁରି ଆଇନଗତ ଔପଚାରିକତା ପୂରଣ କରିଛନ୍ତି। ଏହି ଆପାର୍ଟମେଣ୍ଟ ମୁମ୍ବାଇର ପଶ୍ଚିମବାନ୍ଦ୍ରା ରଙ୍ଗଶାରଦା ଅଡିଟୋରିୟମର ନିକଟରେ ରହିଛି। ମିଡିଆ ରିପୋର୍ଟ ଅନୁସାରେ ସୋନାକ୍ଷୀ ଗତବର୍ଷ ସେପ୍ଟେମ୍ବର ମାସରେ ଏହି ଭବ୍ୟ ଆପାର୍ଟମେଣ୍ଟକୁ କ୍ରୟ କରିଥିଲେ। ଆପାର୍ଟମେଣ୍ଟର ୨୬ ତମ ମହଲାରେ ରହିଛି ସୋନାକ୍ଷୀଙ୍କ ଘର। ସମୁଦ୍ର କୂଳରେ ନିର୍ମିତ ଏହି ଆପାର୍ଟମେଣ୍ଟ ୪,୨୧୦.୮୭ ବର୍ଗଫୁଟ ଉପରେ ବ୍ୟାପ୍ତ। ଏଥିରେ ସୋନାକ୍ଷୀଙ୍କ ଘରର ମୂଲ୍ୟ ପାଖାପାଖି ୧୧ କୋଟି ଟଙ୍କା ବୋଲି କୁହାଯାଉଛି। ବିବାହ ଲାଗି ସୋନାକ୍ଷୀଙ୍କ ଘରକୁ ଯିବା  ପୂର୍ବରୁ ଜହିର ଇକବାଲ ମସଜିଦକୁ ଯାଇ ନମାଜ ପଡିଥିଲେ। ତେବେ ସେମାନଙ୍କ ବିବାହ ଉତ୍ସବ ପାର୍ଟି ଶିଳ୍ପା ସେଟ୍ଟିଙ୍କ ବାଷ୍ଟିୟନ ରେଷ୍ଟୁରାଣ୍ଟରେ ହେବ। ଏହି ବିବାହ ଉତ୍ସବକୁ ଅନେକ ବଲିଉଡ ଷ୍ଟାର ନିମନ୍ତ୍ରିତ ହୋଇଛନ୍ତି। ତେବେ ଏହି ଉତ୍ସବରେ ସଲମାନ ଖାନ ଯୋଗ ଦେବେ କି ନା ତାହା କିନ୍ତୁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ତେବେ ସୋନାକ୍ଷୀଙ୍କ ବିବାହ କାର୍ଯ୍ୟକ୍ରମରେ ତାଙ୍କ ଭାଇ ଲବ ଓ କୁଶ ନାହାନ୍ତି। ସୋନାକ୍ଷୀ ଓ ଜହିର ଗତ ୭ ବର୍ଷ ହେଲା ଡେଟ୍ କରୁଥିଲେ। ସଲମାନ ଖାନ ଜହିରଙ୍କ ପିତାଙ୍କ ବନ୍ଧୁ। ସଲମା

ବିବାହ ପାଇଁ ଆଇନଗତ ଔପଚାରିକତା ପୂରଣ କଲେ ଜହିର ଓ ସୋନାକ୍ଷୀ

ମୁମ୍ବାଇ ୨୩।୬: ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ରବିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସୋନାକ୍ଷୀଙ୍କ ନୂଆ ଆପାର୍ଟମେଣ୍ଟ  ୮୧ଓରିଏଣ୍ଟରେ ସିଭିଲ ମ୍ୟାରେଜ ନିମନ୍ତେ ଜହିର ଇକବାଲ ଓ ସୋନାକ୍ଷୀ ଜରୁରି ଆଇନଗତ ଔପଚାରିକତା ପୂରଣ କରିଛନ୍ତି। ଏହି ଆପାର୍ଟମେଣ୍ଟ ମୁମ୍ବାଇର ପଶ୍ଚିମବାନ୍ଦ୍ରା ରଙ୍ଗଶାରଦା ଅଡିଟୋରିୟମର ନିକଟରେ ରହିଛି। ମିଡିଆ ରିପୋର୍ଟ ଅନୁସାରେ ସୋନାକ୍ଷୀ ଗତବର୍ଷ ସେପ୍ଟେମ୍ବର ମାସରେ ଏହି ଭବ୍ୟ ଆପାର୍ଟମେଣ୍ଟକୁ କ୍ରୟ କରିଥିଲେ। 

ଆପାର୍ଟମେଣ୍ଟର ୨୬ ତମ ମହଲାରେ ରହିଛି ସୋନାକ୍ଷୀଙ୍କ ଘର। ସମୁଦ୍ର କୂଳରେ ନିର୍ମିତ ଏହି ଆପାର୍ଟମେଣ୍ଟ ୪,୨୧୦.୮୭ ବର୍ଗଫୁଟ ଉପରେ ବ୍ୟାପ୍ତ। ଏଥିରେ ସୋନାକ୍ଷୀଙ୍କ ଘରର ମୂଲ୍ୟ ପାଖାପାଖି ୧୧ କୋଟି ଟଙ୍କା ବୋଲି କୁହାଯାଉଛି। ବିବାହ ଲାଗି ସୋନାକ୍ଷୀଙ୍କ ଘରକୁ ଯିବା  ପୂର୍ବରୁ ଜହିର ଇକବାଲ ମସଜିଦକୁ ଯାଇ ନମାଜ ପଡିଥିଲେ। ତେବେ ସେମାନଙ୍କ ବିବାହ ଉତ୍ସବ ପାର୍ଟି ଶିଳ୍ପା ସେଟ୍ଟିଙ୍କ ବାଷ୍ଟିୟନ ରେଷ୍ଟୁରାଣ୍ଟରେ ହେବ। 

ଏହି ବିବାହ ଉତ୍ସବକୁ ଅନେକ ବଲିଉଡ ଷ୍ଟାର ନିମନ୍ତ୍ରିତ ହୋଇଛନ୍ତି। ତେବେ ଏହି ଉତ୍ସବରେ ସଲମାନ ଖାନ ଯୋଗ ଦେବେ କି ନା ତାହା କିନ୍ତୁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ତେବେ ସୋନାକ୍ଷୀଙ୍କ ବିବାହ କାର୍ଯ୍ୟକ୍ରମରେ ତାଙ୍କ ଭାଇ ଲବ ଓ କୁଶ ନାହାନ୍ତି। ସୋନାକ୍ଷୀ ଓ ଜହିର ଗତ ୭ ବର୍ଷ ହେଲା ଡେଟ୍ କରୁଥିଲେ। ସଲମାନ ଖାନ ଜହିରଙ୍କ ପିତାଙ୍କ ବନ୍ଧୁ। ସଲମାନ ସୋନାକ୍ଷୀଙ୍କୁ ଆକ୍ସନ କମେଡି ‘ଦବଙ୍ଗ’ ଫିଲ୍ମରେ ବଲିଉଡ ବ୍ରେକ୍ ଦେଇଥିଲେ।