ବିକଶିତ ହେଲା ନୂଆ ଔଷଧ : ଯେକୌଣସି ବୟସରେ ବି ଉଠିବ ଦାନ୍ତ

ସାଧାରଣତଃ ପିଲାମାନଙ୍କର ଦାନ୍ତ ପଡ଼ିଯିବା ପରେ ପୁଣି ଥରେ ନୂଆ ଦାନ୍ତ ଉଠିଥାଏ। କିନ୍ତୁ ବୟସ ବଢ଼ିବା ପରେ ଏହା ସମ୍ଭବ ହୋଇ ନ ଥାଏ। ଏଣିକି ଦାନ୍ତ କେବଳ ପିଲାବେଳେ ନୁହେଁ, ଯେକୌଣସି ବୟସରେ ଉଠିବା ସମ୍ଭବ। ଜାପାନର ବୈଜ୍ଞାନିକମାନେ ଏକ ନୂତନ ପ୍ରକାର ଔଷଧ ବିକଶିତ କରିଛନ୍ତି, ଯାହାକି ଡେଣ୍ଟାଲ ମେଡିସିନ୍‌ କ୍ଷେତ୍ରରେ ନୂଆ ଏକ କ୍ରାନ୍ତି ଆଣିବା ଆଶା କରାଯାଉଛି। ବୈଜ୍ଞାନିକମାନେ ବିକଶିତ କରିଥିବା ଆଣ୍ଟିବଡି ଔଷଧ ଦ୍ବାରା ଯେକୌଣସି ବୟସରେ ବି […]

ବିକଶିତ ହେଲା ନୂଆ ଔଷଧ : ଯେକୌଣସି ବୟସରେ ବି ଉଠିବ ଦାନ୍ତ
Teeth can grow at any age, New drug developed

ସାଧାରଣତଃ ପିଲାମାନଙ୍କର ଦାନ୍ତ ପଡ଼ିଯିବା ପରେ ପୁଣି ଥରେ ନୂଆ ଦାନ୍ତ ଉଠିଥାଏ। କିନ୍ତୁ ବୟସ ବଢ଼ିବା ପରେ ଏହା ସମ୍ଭବ ହୋଇ ନ ଥାଏ। ଏଣିକି ଦାନ୍ତ କେବଳ ପିଲାବେଳେ ନୁହେଁ, ଯେକୌଣସି ବୟସରେ ଉଠିବା ସମ୍ଭବ। ଜାପାନର ବୈଜ୍ଞାନିକମାନେ ଏକ ନୂତନ ପ୍ରକାର ଔଷଧ ବିକଶିତ କରିଛନ୍ତି, ଯାହାକି ଡେଣ୍ଟାଲ ମେଡିସିନ୍‌ କ୍ଷେତ୍ରରେ ନୂଆ ଏକ କ୍ରାନ୍ତି ଆଣିବା ଆଶା କରାଯାଉଛି। ବୈଜ୍ଞାନିକମାନେ ବିକଶିତ କରିଥିବା ଆଣ୍ଟିବଡି ଔଷଧ ଦ୍ବାରା ଯେକୌଣସି ବୟସରେ ବି ଲୋକଙ୍କର ଦାନ୍ତ ଉଠି ପାରିବ। ମୁଖ୍ୟତଃ ଏହାଦ୍ବାରା ଏବେ କିଶୋରାବସ୍ଥାରେ ଦାନ୍ତ ଉଠିବା ସମ୍ଭବ।

ଅବଶ୍ୟ ଔଷଧ ମାଧ୍ୟମରେ ପ୍ରାକୃତିକ ଉପାୟରେ ଦାନ୍ତ ଉଠିବା ଘଟଣା ବିଶ୍ବରେ ପ୍ରଥମ। କ୍ୟାଟୋ ୟୁନିଭର୍ସିଟି ଏଫିଲିଏଟେଡ୍ ଷ୍ଟାର୍ଟଅପ୍‌ କମ୍ପାନି ଟୋରେଜେମ୍‌ ବାୟୋଫାର୍ମା ଦାନ୍ତ ଉଠିବା ଔଷଧ ବିକଶିତ କରିଛି। ଏହି ଔଷଧ ୟୁଏସ୍‌ଏଜି-୧ ଜିନ୍‌କୁ ଟାର୍ଗେଟ୍‌ କରି ଦାନ୍ତର ବିକାଶକୁ ରୋକିବା ଏବଂ ନୂଆ ଦାନ୍ତ ଉଠିବା ଦିଗରେ କାମ କରିଥାଏ। ସେହିପରି ପଶୁଙ୍କ ଉପରେ ଏହାର କ୍ଲିନିକାଲ ଟ୍ରାଏଲ ସଫଳତାପୂର୍ବକ ଶେଷ ହୋଇଛି। ମୂଷାଙ୍କ ଉପରେ ଏହି ଔଷଧକୁ ପରୀକ୍ଷା କରାଯାଇଛି। ଏହାବାଦ୍ ଏହିବର୍ଷ ସେପ୍ଟେମ୍ବରରେ ଉକ୍ତ ଔଷଧକୁ ଜନ୍ମରୁ ଦାନ୍ତ ନ ଥିବା ଲୋକଙ୍କ ଉପରେ ସର୍ବପ୍ରଥମେ ପରୀକ୍ଷା କରାଯିବ। ତେବେ ଔଷଧ ବିକଶିତ କରିଥିବା ଦଳ ୨୦୨୫ରେ ଜନ୍ମରୁ ଦାନ୍ତ ନ ଥିବା ୨-୬ ବର୍ଷ ପିଲାଙ୍କ ଉପରେ ଏହାର କ୍ଲିନିକାଲ ଟ୍ରାଏଲ କରିବା ଯୋଜନା ରଖିଛନ୍ତି। ଏହି ଔଷଧ ସେମାନଙ୍କୁ ଇଞ୍ଜେକସନ ମାଧ୍ୟମରେ ଦିଆଯିବ। ଅନ୍ୟପକ୍ଷରେ ଦାନ୍ତ ନ ଥିବା ସମସ୍ୟା ସାମ୍ନା କରୁଥିବା ଲୋକଙ୍କ ପାଇଁ ଏହା ରାମବାଣ ସାବ୍ୟସ୍ତ ହେବ ବୋଲି କୁହାଯାଉଛି। ୨୦୩୦ ସୁଦ୍ଧା ଏହି ଔଷଧ ବଜାରକୁ ଆସିବା ଆଶା କରାଯାଉଛି।