ମଣିପୁର, ନାଗାଲାଣ୍ଡ ଓ ଅରୁଣାଚଳରେ ବଢ଼ିଲା AFSPA; ୬ ମାସ ବୃଦ୍ଧି କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ମଣିପୁର, ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶରେ ବଢ଼ିଲା AFSPA । ସଶସ୍ତ୍ର ବଳ ସ୍ବତନ୍ତ୍ର ଶକ୍ତି ଅଧିନିୟମଙ୍କୁ କେନ୍ଦ୍ର ସରକାର ଆଉ ୬ ମାସ ପାଇଁ ବୃଦ୍ଧି କରିଛନ୍ତି । ଉତ୍ତର-ପୂର୍ବ ରାଜ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି । ଗୃହ ମନ୍ତ୍ରଣାଳୟ ଅଧିସୂଚନା ଅନୁଯାୟୀ, କେନ୍ଦ୍ର ସରକାର ମଣିପୁର ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମୀକ୍ଷା କରିବା ପରେ ସଶସ୍ତ୍ରବଳ ଅଧିନିୟମ, ୧୯୫୮ର ଧାରା ୩ ଦ୍ବାରା ଥିବା ଶକ୍ତିକୁ ପ୍ରୟୋଗ କରିଛନ୍ତି । ରାଜ୍ୟର ୫ ଜିଲ୍ଲାରେ ଥିବା ୧୩ ପୋଲିସ ଷ୍ଟେସନ ଅଧୀନରେ ଆସୁଥିବା ଅଞ୍ଚଳକୁ ଛାଡ଼ି ବାକି ମଣିପୁରର ସମସ୍ତ ଅଞ୍ଚଳରେ ଏହି ନିୟମ ଲାଗୁ ରହିବ । ଏପ୍ରିଲ ପହିଲାରୁ ଆସନ୍ତା ୬ ମାସ ପର୍ଯ୍ୟନ୍ତ AFSPA ଲାଗୁ କରିଛନ୍ତି କେନ୍ଦ୍ର ସରକାର । ସେହିପରି ନାଗାଲାଣ୍ଡରେ ମଧ୍ୟ ପୁଣି ଥରେ AFSPA ଲାଗୁ ହୋଇଛି । ଦିମାପୁର, ନିଉଲାଣ୍ଡ, ଚୁମୋକେଦିମା, ମୋନ, କିଫିର, ନୋକଲାକ, ଫେକ ଓ ପେରନ ସଶସ୍ତ୍ର ଅଧିନିୟମକୁ ବୃଦ୍ଧି କରାଯାଇଛି । କୋହିମା ଜିଲ୍ଲାର ଖୁଜାମା, କୋହିମା ଉତ୍ତର, କୋହିମା ଦକ୍ଷିଣ, ଜୁବଜା ଏବଂ କେଜୋଚା ପୋଲିସ ଷ୍ଟେସନ ଅଧୀନରେ ଆସୁଥିବା ଅଞ୍ଚଳ ନାଗାଲଣ୍ଡରେ କ୍ଷେତ୍ରରେ ରହିଛି । ସେହିପରି ମୋକୋକଚୁଂଗ ଜିଲ୍ଲାର ଲୋଙ୍ଗଚେମ ଏବଂ ଅନାକି ‘ସି’ ପୋଲିସ ଷ୍ଟେସନକୁ ଅଶାନ୍ତି ଅଞ୍ଚଳ ଘୋଷଣା କରାଯାଇଛି । ଏହିସବୁ ଅଞ୍ଚଳରେ AFSPAକୁ ୬ ମାସ ପର୍ଯ
ନୂଆଦିଲ୍ଲୀ: ମଣିପୁର, ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶରେ ବଢ଼ିଲା AFSPA । ସଶସ୍ତ୍ର ବଳ ସ୍ବତନ୍ତ୍ର ଶକ୍ତି ଅଧିନିୟମଙ୍କୁ କେନ୍ଦ୍ର ସରକାର ଆଉ ୬ ମାସ ପାଇଁ ବୃଦ୍ଧି କରିଛନ୍ତି । ଉତ୍ତର-ପୂର୍ବ ରାଜ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି ।
ଗୃହ ମନ୍ତ୍ରଣାଳୟ ଅଧିସୂଚନା ଅନୁଯାୟୀ, କେନ୍ଦ୍ର ସରକାର ମଣିପୁର ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମୀକ୍ଷା କରିବା ପରେ ସଶସ୍ତ୍ରବଳ ଅଧିନିୟମ, ୧୯୫୮ର ଧାରା ୩ ଦ୍ବାରା ଥିବା ଶକ୍ତିକୁ ପ୍ରୟୋଗ କରିଛନ୍ତି । ରାଜ୍ୟର ୫ ଜିଲ୍ଲାରେ ଥିବା ୧୩ ପୋଲିସ ଷ୍ଟେସନ ଅଧୀନରେ ଆସୁଥିବା ଅଞ୍ଚଳକୁ ଛାଡ଼ି ବାକି ମଣିପୁରର ସମସ୍ତ ଅଞ୍ଚଳରେ ଏହି ନିୟମ ଲାଗୁ ରହିବ । ଏପ୍ରିଲ ପହିଲାରୁ ଆସନ୍ତା ୬ ମାସ ପର୍ଯ୍ୟନ୍ତ AFSPA ଲାଗୁ କରିଛନ୍ତି କେନ୍ଦ୍ର ସରକାର ।
ସେହିପରି ନାଗାଲାଣ୍ଡରେ ମଧ୍ୟ ପୁଣି ଥରେ AFSPA ଲାଗୁ ହୋଇଛି । ଦିମାପୁର, ନିଉଲାଣ୍ଡ, ଚୁମୋକେଦିମା, ମୋନ, କିଫିର, ନୋକଲାକ, ଫେକ ଓ ପେରନ ସଶସ୍ତ୍ର ଅଧିନିୟମକୁ ବୃଦ୍ଧି କରାଯାଇଛି । କୋହିମା ଜିଲ୍ଲାର ଖୁଜାମା, କୋହିମା ଉତ୍ତର, କୋହିମା ଦକ୍ଷିଣ, ଜୁବଜା ଏବଂ କେଜୋଚା ପୋଲିସ ଷ୍ଟେସନ ଅଧୀନରେ ଆସୁଥିବା ଅଞ୍ଚଳ ନାଗାଲଣ୍ଡରେ କ୍ଷେତ୍ରରେ ରହିଛି । ସେହିପରି ମୋକୋକଚୁଂଗ ଜିଲ୍ଲାର ଲୋଙ୍ଗଚେମ ଏବଂ ଅନାକି ‘ସି’ ପୋଲିସ ଷ୍ଟେସନକୁ ଅଶାନ୍ତି ଅଞ୍ଚଳ ଘୋଷଣା କରାଯାଇଛି । ଏହିସବୁ ଅଞ୍ଚଳରେ AFSPAକୁ ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
AFSPA କ’ଣ ?
ସଶସ୍ତ୍ରବଳ ସ୍ବତନ୍ତ୍ର ଶକ୍ତି ଅଧିନିୟମ, ୧୯୫୮ ଆଧାରରେ ଦେଶର ଅଶାନ୍ତ ଅଞ୍ଚଳକୁ ସୁବିଧାଜନକ କରିବା ପାଇଁ ଏହି ନିୟମ ରହିଛି । AFSPA ଲାଗୁ ହୋଇଥିବା ଅଞ୍ଚଳରେ କେନ୍ଦ୍ରୀୟ ବଳ ସହଜରେ ସର୍ଚ୍ଚ ଅପରେସନ କରିଥାଏ । ଦଙ୍ଗାକାରୀଙ୍କୁ ଗିରଫ କରିବା ଏବଂ ଆବଶ୍ୟକ ସ୍ଥଳେ ଫାୟାରିଂ ଅଧିକାର ମଧ୍ୟ ଦେଇଥାଏ ।