ସର୍ଟସର୍କିଟ୍ ନା ଦିଆସିଲିରୁ ଲାଗିଲା ନିଆଁ ? ଚାଲିଗଲା ୧୦ ଶିଶୁଙ୍କ ଜୀବନ, ଛାନଭିନ୍ ଜାରି
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜ ଓ ହସ୍ପିଟାଲରେ କେମିତି ଲାଗି ନିଆଁ । ଅଗ୍ନିକାଣ୍ଡ ସର୍ଟସର୍କିଟ୍ ଯୋଗୁଁ ହୋଇଛି ନା ଅନ୍ୟ କିଛି କାରଣ ଯୋଗୁଁ ଏତେ ବଡ଼ ଦୁର୍ଘଟଣା ଘଟିଗଲା । ଏହାର ଖୁଲାସା ରହିଛନ୍ତି ଅଗ୍ନିକାଣ୍ଡ ସମୟରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶି । ଜଣେ ପ୍ରତ୍ୟକ୍ଷଦର୍ଶି କହିଛନ୍ତି, ଦିଆସିଲିରୁ ହସ୍ପିଟାଲର ଶିଶୁ ଓ୍ବାର୍ଡରେ ନିଆଁ ଲାଗିଥିଲା । ଜଣେ ନର୍ସ ଦିଆସିଲି ମାରିବା ବେଳେ ସେଠାରେ ଥିବା ସାମଗ୍ରୀରେ ନିଆଁ ଲାଗିଯାଇଥିଲା । ପରେ ନିଆଁର ଆଁ ଭିତରେ ପୂରା ସ୍ପେଶାଲ ନ୍ୟୁବର୍ଣ୍ଣ କେୟାର ୟୁନିଟ୍ ଆସିଥିଲା । ଯାହାର ଫଳସ୍ବରୂପ ୧୦ଜଣ ନିଷ୍ପାପ ଶିଶୁଙ୍କ ଜୀବନ ଚାଲିଛି ଯାଇଛି । ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଶିଶୁ ଆହତ ହୋଇଛନ୍ତି । ତେବେ ପ୍ରତ୍ୟକ୍ଷଦର୍ଶିକଙ୍କ ସୂଚନାରେ କେତେ ସତ୍ୟତା ରହିଛି ତଦନ୍ତ ଶେଷ ହେବା ପରେ ଜଣାପଡ଼ିବ । ଶୁକ୍ରବାର ବିଳମ୍ବିତ ରାତିରେ ମହାରାଣୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା । ଏନେଇ ମେଡିକାଲ କର୍ତ୍ତୃପକ୍ଷ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ ।ଏହାପରେ ୧୨ଟି ଦମକଳ ଗାଡି ନିଆଁକୁ ଆୟତ୍ତ କରିଥିଲା । ମାତ୍ର ସେତେବେଳକୁ ୧୦ ନବଜାତକଙ୍କ ଜୀବନ ଚାଲିଯାଇଥିଲା । ଅଗ୍ନିକାଣ୍ଡରେ ଅନେକ ଶିଶୁ ଆହତ ହୋଇଛନ୍ତି । ନିଆଁ ଲାଗିବା ବେଳେ ଏସଏନସିୟୁରେ ପ୍ରାୟ ୫୦ରୁ ଅଧିକ ଶିଶୁ ଥିଲେ । ଆହତ ଶିଶୁମାନଙ୍କୁ ଉଦ୍ଧାର କରାଯାଇ ସୁପର ସ୍ପ
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜ ଓ ହସ୍ପିଟାଲରେ କେମିତି ଲାଗି ନିଆଁ । ଅଗ୍ନିକାଣ୍ଡ ସର୍ଟସର୍କିଟ୍ ଯୋଗୁଁ ହୋଇଛି ନା ଅନ୍ୟ କିଛି କାରଣ ଯୋଗୁଁ ଏତେ ବଡ଼ ଦୁର୍ଘଟଣା ଘଟିଗଲା । ଏହାର ଖୁଲାସା ରହିଛନ୍ତି ଅଗ୍ନିକାଣ୍ଡ ସମୟରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶି । ଜଣେ ପ୍ରତ୍ୟକ୍ଷଦର୍ଶି କହିଛନ୍ତି, ଦିଆସିଲିରୁ ହସ୍ପିଟାଲର ଶିଶୁ ଓ୍ବାର୍ଡରେ ନିଆଁ ଲାଗିଥିଲା । ଜଣେ ନର୍ସ ଦିଆସିଲି ମାରିବା ବେଳେ ସେଠାରେ ଥିବା ସାମଗ୍ରୀରେ ନିଆଁ ଲାଗିଯାଇଥିଲା । ପରେ ନିଆଁର ଆଁ ଭିତରେ ପୂରା ସ୍ପେଶାଲ ନ୍ୟୁବର୍ଣ୍ଣ କେୟାର ୟୁନିଟ୍ ଆସିଥିଲା । ଯାହାର ଫଳସ୍ବରୂପ ୧୦ଜଣ ନିଷ୍ପାପ ଶିଶୁଙ୍କ ଜୀବନ ଚାଲିଛି ଯାଇଛି । ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଶିଶୁ ଆହତ ହୋଇଛନ୍ତି । ତେବେ ପ୍ରତ୍ୟକ୍ଷଦର୍ଶିକଙ୍କ ସୂଚନାରେ କେତେ ସତ୍ୟତା ରହିଛି ତଦନ୍ତ ଶେଷ ହେବା ପରେ ଜଣାପଡ଼ିବ ।
ଶୁକ୍ରବାର ବିଳମ୍ବିତ ରାତିରେ ମହାରାଣୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା । ଏନେଇ ମେଡିକାଲ କର୍ତ୍ତୃପକ୍ଷ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ ।ଏହାପରେ ୧୨ଟି ଦମକଳ ଗାଡି ନିଆଁକୁ ଆୟତ୍ତ କରିଥିଲା । ମାତ୍ର ସେତେବେଳକୁ ୧୦ ନବଜାତକଙ୍କ ଜୀବନ ଚାଲିଯାଇଥିଲା । ଅଗ୍ନିକାଣ୍ଡରେ ଅନେକ ଶିଶୁ ଆହତ ହୋଇଛନ୍ତି । ନିଆଁ ଲାଗିବା ବେଳେ ଏସଏନସିୟୁରେ ପ୍ରାୟ ୫୦ରୁ ଅଧିକ ଶିଶୁ ଥିଲେ । ଆହତ ଶିଶୁମାନଙ୍କୁ ଉଦ୍ଧାର କରାଯାଇ ସୁପର ସ୍ପେଶାଲିଟି ୱାର୍ଡରେ ଭର୍ତ୍ତି କରାଯାଇଥିଲା । ୧୬ ନବଜାତକଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।