ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ
ଗୁଣପୁର : ରାୟଗଡା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ ଡମ୍ବସରା ପଞ୍ଚାୟତ ସଉରା ବିକ୍ରମପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତକ ହେଲେ ଚୈତନ୍ୟ ଶବର ବୟସ(୪୮) ରହିଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣକ ନିଜ ଘରେ ଖାଉଥିବା ସମୟରେ ତାଙ୍କୁ ଟାଙ୍ଗୀଆରେ ଆକ୍ରମଣ କରାଯାଇଥିଲା। ପଡୋଶି ପଣ୍ଡା ଶବର ଓ ତାଙ୍କ ପୁଅ ମିଶି ଘର ଭିତରକୁ ଆସି ସ୍ବାମୀଙ୍କୁ ହତ୍ୟାକରିଥିଲେ`। ପୁର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ମୃତକ ପତ୍ନୀ ମେଲୁଣି […]

ଗୁଣପୁର : ରାୟଗଡା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ ଡମ୍ବସରା ପଞ୍ଚାୟତ ସଉରା ବିକ୍ରମପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତକ ହେଲେ ଚୈତନ୍ୟ ଶବର ବୟସ(୪୮) ରହିଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣକ ନିଜ ଘରେ ଖାଉଥିବା ସମୟରେ ତାଙ୍କୁ ଟାଙ୍ଗୀଆରେ ଆକ୍ରମଣ କରାଯାଇଥିଲା। ପଡୋଶି ପଣ୍ଡା ଶବର ଓ ତାଙ୍କ ପୁଅ ମିଶି ଘର ଭିତରକୁ ଆସି ସ୍ବାମୀଙ୍କୁ ହତ୍ୟାକରିଥିଲେ`। ପୁର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ମୃତକ ପତ୍ନୀ ମେଲୁଣି ଶବର କହିଛନ୍ତି।
ହତ୍ୟାକାଣ୍ଡ ଭିଆଇବା ପରେ ଅଭିଯୁକ୍ତ ପଣ୍ଡା ଶବର ପଦ୍ମପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି। ଚୈାତନ୍ୟକୁ ହତ୍ୟା କରାଯାଇଥିବା ନେଇ ପଦ୍ମପୁର ଥାନାରେ ମୃତକଙ୍କ ଝିଅ ଅଭିଯୋଗ କରିଛି। ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ମୃତଦେହକୁ ଜବତ ପରେ ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମର ସହାୟତା ପୁଲିସ ତଦନ୍ତ କରିବ ବୋଲି ଥାନା ଅଧିକାରୀ ଧରଣୀଧର ପ୍ରଧାନ ସୂଚନା ଦେଇଛନ୍ତି।