ବାରବାଟୀ ଷ୍ଟାଡିୟମରେ ତିନି ଦିନିଆ ଚେସ୍ ଚାମ୍ପିଅନସିପ
କଟକ: ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି ତିନି ଦିନିଆ ୧୫ ବର୍ଷରୁ କମ୍ ଚେସ୍ ଚାମ୍ପିଅନସିପ। ଏହି ଚେସ୍ ଚାମ୍ପିଅନସିପରେ ବାଳକ,ବାଳିକା ମିଶାଇ ମୋଟ ଦେଢ଼ ଶହ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।ଏହି ଚାମ୍ପିଅନସିପରେ ୫୦ରୁ ଅଧିକ ଅନ୍ତର୍ଜାତୀୟ ସ୍ତରର ଖେଳାଳି ଭାଗ ନେଇଛନ୍ତି। ଚାମ୍ପିଅନସିପରେ ଯେଉଁ ମାନେ ଭଲ ପ୍ରଦର୍ଶନ କରିବେ, ସେମାନେ ଜାତୀୟ ସ୍ତରରେ ଓଡ଼ିଶାର ପ୍ରତିନିଧିତ୍ବ କରିବେ ବୋଲି ଆୟୋଜକ କହିଛନ୍ତି।
କଟକ: ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି ତିନି ଦିନିଆ ୧୫ ବର୍ଷରୁ କମ୍ ଚେସ୍ ଚାମ୍ପିଅନସିପ। ଏହି ଚେସ୍ ଚାମ୍ପିଅନସିପରେ ବାଳକ,ବାଳିକା ମିଶାଇ ମୋଟ ଦେଢ଼ ଶହ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।
ଏହି ଚାମ୍ପିଅନସିପରେ ୫୦ରୁ ଅଧିକ ଅନ୍ତର୍ଜାତୀୟ ସ୍ତରର ଖେଳାଳି ଭାଗ ନେଇଛନ୍ତି। ଚାମ୍ପିଅନସିପରେ ଯେଉଁ ମାନେ ଭଲ ପ୍ରଦର୍ଶନ କରିବେ, ସେମାନେ ଜାତୀୟ ସ୍ତରରେ ଓଡ଼ିଶାର ପ୍ରତିନିଧିତ୍ବ କରିବେ ବୋଲି ଆୟୋଜକ କହିଛନ୍ତି।