ଗୋଟିଏ ପରିବାରର ଚାଲିଗଲା ୧୧ ଜୀବନ

ଇସଲାମାବାଦ,୧୦ା୧: ଘରୋଇ ବିବାଦକୁ କେନ୍ଦ୍ର କରି ପାକିସ୍ତାନର ଖାଇବର ପଖତୁନଖଓ୍ବା ପ୍ରଦେଶରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ଶିଶୁ ଏବଂ ମହିଳାଙ୍କ ସମେତ ୧୧ ଜଣଙ୍କର ବିଷକ୍ରିୟା ଯୋଗୁ ମୃତ୍ୟୁ ଘଟିଛି। ଏନେଇ ବୁଧବାର ପୋଲିସ ସୂଚନା ଦେଇଛି। ସ୍ଥାନୀୟ ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ଛି ଯେ, ଦୁଇ ଦିନ ପୂର୍ବେ ଖାଦ୍ୟରେ ବିଷାକ୍ତ ପଦାର୍ଥ ବ୍ୟବହାର ହୋଇଥିବାରୁ ଏପରି ଅଭାବନୀୟ ଘଟଣା ଘଟିଛି। ସମସ୍ତ ମୃତଦେହ ଘରୁ ଉଦ୍ଧାର କରାଯାଇଥିବା ପୋଲିସ […] The post ଗୋଟିଏ ପରିବାରର ଚାଲିଗଲା ୧୧ ଜୀବନ appeared first on Dharitri Odia News.

ଗୋଟିଏ ପରିବାରର ଚାଲିଗଲା ୧୧ ଜୀବନ

ଇସଲାମାବାଦ,୧୦ା୧: ଘରୋଇ ବିବାଦକୁ କେନ୍ଦ୍ର କରି ପାକିସ୍ତାନର ଖାଇବର ପଖତୁନଖଓ୍ବା ପ୍ରଦେଶରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ଶିଶୁ ଏବଂ ମହିଳାଙ୍କ ସମେତ ୧୧ ଜଣଙ୍କର ବିଷକ୍ରିୟା ଯୋଗୁ ମୃତ୍ୟୁ ଘଟିଛି। ଏନେଇ ବୁଧବାର ପୋଲିସ ସୂଚନା ଦେଇଛି।

ସ୍ଥାନୀୟ ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ଛି ଯେ, ଦୁଇ ଦିନ ପୂର୍ବେ ଖାଦ୍ୟରେ ବିଷାକ୍ତ ପଦାର୍ଥ ବ୍ୟବହାର ହୋଇଥିବାରୁ ଏପରି ଅଭାବନୀୟ ଘଟଣା ଘଟିଛି। ସମସ୍ତ ମୃତଦେହ ଘରୁ ଉଦ୍ଧାର କରାଯାଇଥିବା ପୋଲିସ କହିଛି। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

The post ଗୋଟିଏ ପରିବାରର ଚାଲିଗଲା ୧୧ ଜୀବନ appeared first on Dharitri Odia News.