ଗୋଟିଏ ରାତ୍ରିରେ ୩ ଦୋକାନରୁ ଚୋରି: ଅଣ୍ଡା ଟ୍ରେ ବି ଛାଡିଲେ ନି…
ପାଟଣା,୬।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ବଜାରରୁ ଗୋଟିଏ ରାତ୍ରିରେ ସିରିଜ ଚୋରି ହୋଇଛି। ଶନିବାର ବିଳମ୍ବିତ ରାତ୍ରୀରେ ଦୁର୍ବୃତ୍ତ ରତ୍ନାକର ଦାସ ମହାଲକ୍ଷ୍ମୀ ଏଲେକ୍ଟ୍ରି ଦୋକାନ, ଚିତ୍ତରଞ୍ଜନ ଦାଶଙ୍କ ସାର ଦୋକାନ ଆଜବେଷ୍ଟସ ଓ ରାଜେଶ ସାହୁଙ୍କ ଫାଷ୍ଟ ଫୁଡ ଦୋକାନରେ କଳା କନା ବୁଲାଇ ଦେଇଛନ୍ତି। ବିଦ୍ୟୁତ୍ ଦୋକାନରୁ ଫ୍ୟାନ, ଗ୍ରାଇଣ୍ଡର ଚୋରି ହୋଇଥିବା ବେଳେ ସାର ଦୋକାନରୁ ନଗଦ ଟଙ୍କା ,ଫାଷ୍ଟ ଫୁଡ ଦୋକାନରୁ ଗ୍ୟାସ ସିଲିଣ୍ଡର, ତେଲ ପେଟି, ଅଣ୍ଡା […] The post ଗୋଟିଏ ରାତ୍ରିରେ ୩ ଦୋକାନରୁ ଚୋରି: ଅଣ୍ଡା ଟ୍ରେ ବି ଛାଡିଲେ ନି… appeared first on Dharitri Odia News.
ପାଟଣା,୬।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ବଜାରରୁ ଗୋଟିଏ ରାତ୍ରିରେ ସିରିଜ ଚୋରି ହୋଇଛି। ଶନିବାର ବିଳମ୍ବିତ ରାତ୍ରୀରେ ଦୁର୍ବୃତ୍ତ ରତ୍ନାକର ଦାସ ମହାଲକ୍ଷ୍ମୀ ଏଲେକ୍ଟ୍ରି ଦୋକାନ, ଚିତ୍ତରଞ୍ଜନ ଦାଶଙ୍କ ସାର ଦୋକାନ ଆଜବେଷ୍ଟସ ଓ ରାଜେଶ ସାହୁଙ୍କ ଫାଷ୍ଟ ଫୁଡ ଦୋକାନରେ କଳା କନା ବୁଲାଇ ଦେଇଛନ୍ତି। ବିଦ୍ୟୁତ୍ ଦୋକାନରୁ ଫ୍ୟାନ, ଗ୍ରାଇଣ୍ଡର ଚୋରି ହୋଇଥିବା ବେଳେ ସାର ଦୋକାନରୁ ନଗଦ ଟଙ୍କା ,ଫାଷ୍ଟ ଫୁଡ ଦୋକାନରୁ ଗ୍ୟାସ ସିଲିଣ୍ଡର, ତେଲ ପେଟି, ଅଣ୍ଡା ଟ୍ରେ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ। ଘଟଣା ସ୍ଥଳରେ ପାଟଣା ଥାନା ପକ୍ଷରୁ ଥାନା ଅଧିକାରୀ ମାନସ କୁମାର ମହାକୁଡ, ଏସ ଆଇ ଲକ୍ଷ୍ମଣ ମାଝି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
The post ଗୋଟିଏ ରାତ୍ରିରେ ୩ ଦୋକାନରୁ ଚୋରି: ଅଣ୍ଡା ଟ୍ରେ ବି ଛାଡିଲେ ନି… appeared first on Dharitri Odia News.