ଗୋଠଛଡ଼ା ଦନ୍ତାର ଉତ୍ପାତ: ସାହିରେ ପଶି ଭାଙ୍ଗିଲେ ଘର
ବଣାଇ,୧୩।୭: ସୁନ୍ଦରଗଡ଼ ଜିଲା ବଣାଇ ସହରରେ ହାତୀ ଉପଦ୍ରବ ଥମିବାର ନାଁ ଧରୁ ନାହିଁ। ଏକ ଗୋଠଛଡ଼ା ଦନ୍ତା ଶୁକ୍ରବାର ରାତିରେ ସହରର ମୁଣ୍ଡା ସାହିରେ ପଶି ବ୍ୟାପକ ଭଙ୍ଗାରୁଜା କରିଛି। ଏପରିକି ପରିବାର ଲୋକେ ଘରେ ଶୋଇଥିବା ବେଳେ ୨ଟି ଘର କାନ୍ଥ ଭାଙ୍ଗି ଦେଇଛନ୍ତି। ଅନ୍ୟପକ୍ଷେ ପରିବାର ଲୋକେ ଶୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଥିସହ ହାତୀ ବାଡି ବଗିଚାରେ ପଶି ଫସଳ ଦଳିଚକଟି ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ […] The post ଗୋଠଛଡ଼ା ଦନ୍ତାର ଉତ୍ପାତ: ସାହିରେ ପଶି ଭାଙ୍ଗିଲେ ଘର appeared first on Dharitri Odia News.
ବଣାଇ,୧୩।୭: ସୁନ୍ଦରଗଡ଼ ଜିଲା ବଣାଇ ସହରରେ ହାତୀ ଉପଦ୍ରବ ଥମିବାର ନାଁ ଧରୁ ନାହିଁ। ଏକ ଗୋଠଛଡ଼ା ଦନ୍ତା ଶୁକ୍ରବାର ରାତିରେ ସହରର ମୁଣ୍ଡା ସାହିରେ ପଶି ବ୍ୟାପକ ଭଙ୍ଗାରୁଜା କରିଛି। ଏପରିକି ପରିବାର ଲୋକେ ଘରେ ଶୋଇଥିବା ବେଳେ ୨ଟି ଘର କାନ୍ଥ ଭାଙ୍ଗି ଦେଇଛନ୍ତି। ଅନ୍ୟପକ୍ଷେ ପରିବାର ଲୋକେ ଶୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଥିସହ ହାତୀ ବାଡି ବଗିଚାରେ ପଶି ଫସଳ ଦଳିଚକଟି ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି।
ଖବର ପାଇ ବନକର୍ମଚାରୀ ଗାଁ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏପରିକି ଅଞ୍ଚଳରୁ ହାତୀ ଘଉଡାଇବାକୁ ଚେଷ୍ଟା କରୁଛନ୍ତି। ତୁରନ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।
The post ଗୋଠଛଡ଼ା ଦନ୍ତାର ଉତ୍ପାତ: ସାହିରେ ପଶି ଭାଙ୍ଗିଲେ ଘର appeared first on Dharitri Odia News.