ଗୋପାଳପୁର ବିଜେପି ପକ୍ଷରୁ ୬ ଟି ରାମରଥ ସହ ସଙ୍କୀର୍ତ୍ତନ ଦଳ ର ନିର୍ବାଚନ ମଣ୍ଡଳୀ ପରିକ୍ରମା।
ଗୋପାଳପୁର,୨୨/୦୧ ଗୋପାଳପୁର ବିଜେପି ପକ୍ଷରୁ ଆଜି ରାମଲାଲ ଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ କୁ ଲୋକଙ୍କ ଠାରେ ପହଞ୍ଚାଇବା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ୬ ଟି ରଥ ସହ ୬ ଟା ସଙ୍କୀର୍ତ୍ତନ ଦଳ ସମଗ୍ର ଗୋପାଳପୁର ନିର୍ବାଚନମଣ୍ଡଳୀ ପରିକ୍ରମା କରିଥିଲା। ଗୋଳନ୍ଥରା ସ୍ଥିତ ବନ୍ଦେ ମାତରଂ ଭବନ ପରିସରରୁ ବିଜେପି ନେତା ବିଭୁତି ଭୁଷଣ ଜେନା ଙ୍କ ପକ୍ଷରୁ ସମସ୍ତ ରଥର ପୂଜାର୍ଚ୍ଚନା କରାଯାଇ ପ୍ରତ୍ୟେକ ଅଞ୍ଚଳକୁ ପଠା ଯାଇଥିଲା।ରାମ […] The post ଗୋପାଳପୁର ବିଜେପି ପକ୍ଷରୁ ୬ ଟି ରାମରଥ ସହ ସଙ୍କୀର୍ତ୍ତନ ଦଳ ର ନିର୍ବାଚନ ମଣ୍ଡଳୀ ପରିକ୍ରମା। appeared first on Odisha.News.

ଗୋପାଳପୁର,୨୨/୦୧
ଗୋପାଳପୁର ବିଜେପି ପକ୍ଷରୁ ଆଜି ରାମଲାଲ ଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ କୁ ଲୋକଙ୍କ ଠାରେ ପହଞ୍ଚାଇବା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ୬ ଟି ରଥ ସହ ୬ ଟା ସଙ୍କୀର୍ତ୍ତନ ଦଳ ସମଗ୍ର ଗୋପାଳପୁର ନିର୍ବାଚନମଣ୍ଡଳୀ ପରିକ୍ରମା କରିଥିଲା। ଗୋଳନ୍ଥରା ସ୍ଥିତ ବନ୍ଦେ ମାତରଂ ଭବନ ପରିସରରୁ ବିଜେପି ନେତା ବିଭୁତି ଭୁଷଣ ଜେନା ଙ୍କ ପକ୍ଷରୁ ସମସ୍ତ ରଥର ପୂଜାର୍ଚ୍ଚନା କରାଯାଇ ପ୍ରତ୍ୟେକ ଅଞ୍ଚଳକୁ ପଠା ଯାଇଥିଲା।ରାମ ରଥ ବିଭିନ୍ନ ଗ୍ରାମରେ ପହଞ୍ଚିବା ପରେ ଅଞ୍ଚଳ ବାସୀ ଙ୍କ ପକ୍ଷରୁ ରଥକୁ ପୂଜାର୍ଚ୍ଚନା କରାଯାଇ ପଟୁଆରରେ ଗ୍ରାମ ପରିକ୍ରମା କରାଯାଇଥିଲା। ଏଥି ସହ ବିଭିନ୍ନ ମନ୍ଦିର ମାନଙ୍କରେ ଆଧ୍ୟାତ୍ମିକ ପ୍ରବଚନ,ନାମ ଯଜ୍ଞ,ଅନ୍ନ ଯଜ୍ଞ, ହନୁମାନ ଚାଳିଶା ସହ ସୁନ୍ଦରା କାଣ୍ଡ ପାରାୟଣ ର ଆୟୋଜନ କରାଯାଇଥିଲା।
ବିଜେପିର ସନତ କୁମାର ନାୟକ , ଦେବରାଜ ମହାନ୍ତି,ସୁନିଲ ପାତ୍ର, ବ୍ରଜମୋହନ ନାୟକ, ସୁଶାନ୍ତ ନାହକ,ଶିବ ଶଙ୍କର ନାୟକ, ଅଭିମନ୍ୟୁ ସାହୁ,ଏଲ ମୋହନ ଦାସ, ପଞ୍ଚୁ ବେହେରା, ଡ଼ ପ୍ରଦୀପ ପଟ୍ଟନାୟକ ଙ୍କ ସମେତ ଶତାଧିକ କର୍ମୀ ପଟୁଆରରେ ସାମିଲ ରହିଥିଲେ।
The post ଗୋପାଳପୁର ବିଜେପି ପକ୍ଷରୁ ୬ ଟି ରାମରଥ ସହ ସଙ୍କୀର୍ତ୍ତନ ଦଳ ର ନିର୍ବାଚନ ମଣ୍ଡଳୀ ପରିକ୍ରମା। appeared first on Odisha.News.