ରାଷ୍ଟ୍ରପତି ପୁଟିନଙ୍କ ପାଇଁ ହୋଇଥିଲା କି ମୋଦି-ଜିନପିଙ୍ଗଙ୍କ ସାକ୍ଷାତକାର? ଜବାବ ଦେଲା ରୁଷିଆ
ମସ୍କୋ,୨୯।୧୦: ରୁଷିଆର କଜାନରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀକୁ ରୁଷିଆ ଏକ ସଫଳତା ବୋଲି ବର୍ଣ୍ଣନା କରିଛି। ଗତ ସପ୍ତାହରେ ବ୍ରିକ୍ସ ସମ୍ମିଳନୀର ଫଳାଫଳ ସମ୍ପର୍କରେ ଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ରୁଷର ରାଷ୍ଟ୍ରଦୂତ ଡେନିସ ଆଲିପୋଭ କହିଛନ୍ତି ଯେ ଜାତିସଂଘର ସେକ୍ରେଟେରୀ ଜେନେରାଲଙ୍କ ସମେତ ୩୫ଟି ରାଜ୍ୟ ତଥା ୬ଟି ଆନ୍ତର୍ଜାତୀୟ ସଂଗଠନର ନେତାଙ୍କ ସହ ଏହା ବିସ୍ତାରିତ ଫର୍ମାଟରେ ପ୍ରଥମ ଶିଖର ସମ୍ମିଳନୀ ଅଟେ , ଯେଉଁଥିରେ ଆଫ୍ରିକୀୟ ଏବଂ ଲାଟିନ ଆମେରିକୀୟ ଦେଶଗୁଡିକ ସାମିଲ […] The post ରାଷ୍ଟ୍ରପତି ପୁଟିନଙ୍କ ପାଇଁ ହୋଇଥିଲା କି ମୋଦି-ଜିନପିଙ୍ଗଙ୍କ ସାକ୍ଷାତକାର? ଜବାବ ଦେଲା ରୁଷିଆ appeared first on Dharitri Odia News.
ମସ୍କୋ,୨୯।୧୦: ରୁଷିଆର କଜାନରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀକୁ ରୁଷିଆ ଏକ ସଫଳତା ବୋଲି ବର୍ଣ୍ଣନା କରିଛି। ଗତ ସପ୍ତାହରେ ବ୍ରିକ୍ସ ସମ୍ମିଳନୀର ଫଳାଫଳ ସମ୍ପର୍କରେ ଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ରୁଷର ରାଷ୍ଟ୍ରଦୂତ ଡେନିସ ଆଲିପୋଭ କହିଛନ୍ତି ଯେ ଜାତିସଂଘର ସେକ୍ରେଟେରୀ ଜେନେରାଲଙ୍କ ସମେତ ୩୫ଟି ରାଜ୍ୟ ତଥା ୬ଟି ଆନ୍ତର୍ଜାତୀୟ ସଂଗଠନର ନେତାଙ୍କ ସହ ଏହା ବିସ୍ତାରିତ ଫର୍ମାଟରେ ପ୍ରଥମ ଶିଖର ସମ୍ମିଳନୀ ଅଟେ , ଯେଉଁଥିରେ ଆଫ୍ରିକୀୟ ଏବଂ ଲାଟିନ ଆମେରିକୀୟ ଦେଶଗୁଡିକ ସାମିଲ ହୋଇଥିଲେ। ସେ କହିଛନ୍ତି ଯେ ଏହା ଏକ ଅନ୍ତର୍ଭୂକ୍ତ ‘ପ୍ଲାଟଫର୍ମ’।
ବ୍ରିକ୍ସ ଶିଖର ସମ୍ମିଳନୀରେ ଭାରତ ଏବଂ ଚାଇନା ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହୋଇଥିଲା। ଏହି ଆଲୋଚନାକୁ ଏକ ସକରାତ୍ମକ ବିକାଶ ବୋଲି ରୁଷିଆ ବର୍ଣ୍ଣନା କରିଛି। ଏଥି ସହିତ ଚାଇନା ଏବଂ ଭାରତ ମଧ୍ୟରେ ହୋଇଥିବା ବୈଠକରେ ଏହାର କୌଣସି ଭୂମିକା ନାହିଁ ବୋଲି ରୁଷିଆ ସ୍ପଷ୍ଟ କରିଛି।
ଡେନିସ ଆଲିପୋଭଙ୍କୁ ପଚରାଯାଇଥିଲା କି ପିଏମ ମୋଦି ଏବଂ ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ବୈଠକରେ ରୁଷିଆର କୌଣସି ଭୂମିକା ଅଛି କି? ସେ ଉତ୍ତର ଦେଇଛନ୍ତି ଯେ ଏହି ବୈଠକରେ ରୁଷିଆର କୌଣସି ଭୂମିକା ନାହିଁ। ସୂଚନାଯୋଗ୍ୟ ଯେ ଆମେ ଏଭଳି ସଭାକୁ ସ୍ବାଗତ କରୁଛୁ।
The post ରାଷ୍ଟ୍ରପତି ପୁଟିନଙ୍କ ପାଇଁ ହୋଇଥିଲା କି ମୋଦି-ଜିନପିଙ୍ଗଙ୍କ ସାକ୍ଷାତକାର? ଜବାବ ଦେଲା ରୁଷିଆ appeared first on Dharitri Odia News.