ଜିଲାପାଳଙ୍କ ଅଚାନକ ଗସ୍ତ: କର୍ମଚାରୀ ଛାନିଆ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ରବିବାର ଦାରିଙ୍ଗବାଡି ଗସ୍ତ କରିଥିଲେ। ସେ ଦାରିଙ୍ଗବାଡିରେ ଅପରାହ୍ନରେ ପହଞ୍ଚି ବ୍ଲକ କର୍ମଚାରୀଙ୍କ ସହ ସ୍କୁଟି ଧରି ବିଭିନ୍ନ ହଷ୍ଟେଲରେ ପହଞ୍ଚି ପରିଦର୍ଶନ କରିଥିଲେ। ଜିଲାପାଳ ଅମ୍ରିତ ଋତୁରାଜ କନ୍ଧମାଳରେ ନୂତନ ଭାବେ ନିଯୁକ୍ତି ହେବା ପରେ ଏହା ତାଙ୍କର ପ୍ରଥମ ଦାରିଙ୍ଗବାଡି ଗସ୍ତ। ତେବେ ଜିଲାପାଳଙ୍କୁ କେହି ଦେଖି ନ ଥିବା ବେଳେ ସେ ମଧ୍ୟ ହଷ୍ଟେଲରେ କାହାରିକୁ ପରିଚୟ ଦେଇ ନ ଥିଲେ। ପରିଦର୍ଶକଙ୍କ ରେଜିଷ୍ଟରରେ […] The post ଜିଲାପାଳଙ୍କ ଅଚାନକ ଗସ୍ତ: କର୍ମଚାରୀ ଛାନିଆ appeared first on Dharitri Odia News.

ଜିଲାପାଳଙ୍କ ଅଚାନକ ଗସ୍ତ: କର୍ମଚାରୀ ଛାନିଆ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ରବିବାର ଦାରିଙ୍ଗବାଡି ଗସ୍ତ କରିଥିଲେ। ସେ ଦାରିଙ୍ଗବାଡିରେ ଅପରାହ୍ନରେ ପହଞ୍ଚି ବ୍ଲକ କର୍ମଚାରୀଙ୍କ ସହ ସ୍କୁଟି ଧରି ବିଭିନ୍ନ ହଷ୍ଟେଲରେ ପହଞ୍ଚି ପରିଦର୍ଶନ କରିଥିଲେ।

ଜିଲାପାଳ ଅମ୍ରିତ ଋତୁରାଜ କନ୍ଧମାଳରେ ନୂତନ ଭାବେ ନିଯୁକ୍ତି ହେବା ପରେ ଏହା ତାଙ୍କର ପ୍ରଥମ ଦାରିଙ୍ଗବାଡି ଗସ୍ତ। ତେବେ ଜିଲାପାଳଙ୍କୁ କେହି ଦେଖି ନ ଥିବା ବେଳେ ସେ ମଧ୍ୟ ହଷ୍ଟେଲରେ କାହାରିକୁ ପରିଚୟ ଦେଇ ନ ଥିଲେ। ପରିଦର୍ଶକଙ୍କ ରେଜିଷ୍ଟରରେ ଦସ୍ତଖତ କରିବା ପରେ ଶିକ୍ଷକମାନେ ସେ ଜିଲାପାଳ ବୋଲି ଜାଣିବାକୁ ପାଇଥିଲେ।

ଜିଲାପାଳ ହଷ୍ଟେଲଗୁଡିକର ଅବ୍ୟବସ୍ଥା, ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଅନୁପସ୍ଥିତି ଆଦି ସମ୍ପର୍କରେ ଅନୁଧ୍ୟାନ କରିଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ଜିଲାପାଳ କଫି ବଗିଚା, ଡୁଲୁରୀ ପାଇନବଣ ସମେତ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ସ୍କୁଟିରେ ବୁଲିଥିଲେ। ତାଙ୍କ ସହ କାର୍‌ ଚାଳକ ଏବଂ ସୁରକ୍ଷା କର୍ମୀ ମଧ୍ୟ ସ୍କୁଟିରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଜିଲାପାଳଙ୍କ ଏଭଳି ଅଚାନକ ଗସ୍ତକୁ ନେଇ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଛାନିଆ ଦେଖାଯାଇଛି। ଜିଲାପାଳଙ୍କ ଏଭଳି ଗସ୍ତକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

The post ଜିଲାପାଳଙ୍କ ଅଚାନକ ଗସ୍ତ: କର୍ମଚାରୀ ଛାନିଆ appeared first on Dharitri Odia News.