ପାର୍ବଣରେ ବୋନସ୍‌ ଦାବି ତେଜିଲା, ନ ମିଳିଲେ…

ରାଉରକେଲା,୧।୧୦(ବିପ୍ଳବ ରଞ୍ଜନ ଦାଶ): ଆର୍‌ଏସ୍‌ପିରେ କାର୍ଯ୍ୟରତ ଠିକା ଶ୍ରମିକଙ୍କୁ ବୋନସ୍‌ ପ୍ରଦାନ ଦାବି ନେଇ ରାଉରକେଲା ହିନ୍ଦ୍‌ ମଜଦୁର ସଭା ଓ ଜିଲା ଶିଳ୍ପାଞ୍ଚଳ ଶ୍ରମିକ ସଭା ପକ୍ଷରୁ ମଙ୍ଗଳବାର ବିଶ୍ରା ଗେଟ୍‌ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ହିନ୍ଦ୍‌ ମଜଦୁର ସଭାର ରାଜ୍ୟ ସମ୍ପାଦକ ତଥା ଜିଲା ଶିଳ୍ପାଞ୍ଚଳ ଶ୍ରମିକ ସଭାର ସାଧାରଣ ସମ୍ପାଦକ ଦିଗମ୍ବର ମହାନ୍ତି, କାର୍ଯ୍ୟକାରୀ ସଭାପତି ହରିକୃଷ୍ଣ ପାଢ଼ୀ, ଉପସଭାପତି ମହେଶ୍ୱର ମହାପାତ୍ର, ଠିକା ଶ୍ରମିକ ସଭାର ବିମଳ ବେହୁରିଆ, […] The post ପାର୍ବଣରେ ବୋନସ୍‌ ଦାବି ତେଜିଲା, ନ ମିଳିଲେ… appeared first on Dharitri Odia News.

ପାର୍ବଣରେ ବୋନସ୍‌ ଦାବି ତେଜିଲା, ନ ମିଳିଲେ…

ରାଉରକେଲା,୧।୧୦(ବିପ୍ଳବ ରଞ୍ଜନ ଦାଶ): ଆର୍‌ଏସ୍‌ପିରେ କାର୍ଯ୍ୟରତ ଠିକା ଶ୍ରମିକଙ୍କୁ ବୋନସ୍‌ ପ୍ରଦାନ ଦାବି ନେଇ ରାଉରକେଲା ହିନ୍ଦ୍‌ ମଜଦୁର ସଭା ଓ ଜିଲା ଶିଳ୍ପାଞ୍ଚଳ ଶ୍ରମିକ ସଭା ପକ୍ଷରୁ ମଙ୍ଗଳବାର ବିଶ୍ରା ଗେଟ୍‌ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଏଥିରେ ହିନ୍ଦ୍‌ ମଜଦୁର ସଭାର ରାଜ୍ୟ ସମ୍ପାଦକ ତଥା ଜିଲା ଶିଳ୍ପାଞ୍ଚଳ ଶ୍ରମିକ ସଭାର ସାଧାରଣ ସମ୍ପାଦକ ଦିଗମ୍ବର ମହାନ୍ତି, କାର୍ଯ୍ୟକାରୀ ସଭାପତି ହରିକୃଷ୍ଣ ପାଢ଼ୀ, ଉପସଭାପତି ମହେଶ୍ୱର ମହାପାତ୍ର, ଠିକା ଶ୍ରମିକ ସଭାର ବିମଳ ବେହୁରିଆ, ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ଜିଲା ଉପଦେଷ୍ଟା ଦେବେନ୍ଦ୍ର ନାଥ ଆଚାର୍ଯ୍ୟ, ଜିଲା ଶିଳ୍ପାଞ୍ଚଳ ଶ୍ରମିକ ସଭା ସମ୍ପାଦକ ଜଗବନ୍ଧୁ ଜେନା, ଦିଲୀପ ଜେନା, ଅଜୟ କୁମାର ନାୟକ, ଉମେଶ ଚନ୍ଦ୍ର ମଲ୍ଲିକ ଓ ଉମେଶ ଚନ୍ଦ୍ର ନାୟକଙ୍କ ସମେତ ବହୁ ମହିଳା ପୁରୁଷ ଠିକା ଶ୍ରମିକ ସାମିଲ ହୋଇଥିଲେ।

ପ୍ରତ୍ୟେକ ଠିକା ଶ୍ରମିକଙ୍କୁ ସର୍ବନିମ୍ନ ୨୦ହଜାର ଟଙ୍କା ବୋନସ୍‌ ଦେବାକୁ ସେମାନେ ଦାବି କରିଥିଲେ। ନ୍ୟାଯ୍ୟ ଦାବି ପୂରଣ ନ ହେଲେ ଆଗକୁ ଜିଲାବ୍ୟାପୀ ଠିକା ଶ୍ରମିକ ଆନ୍ଦୋଳନ ହେବ ବୋଲି ଶ୍ରମିକ ନେତାମାନେ କହିଛନ୍ତି।

ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଦିବ୍ୟ ରଞ୍ଜନ ପାଣିଗ୍ରାହୀ, ଅଶୋକ ତରେଇ, ରାଜେନ୍ଦ୍ର ପାତ୍ର, କୁନି ଘାସି, ବିଳାସ ନାୟକ, ଉଷାକାନ୍ତି ସୁରେନ ଓ ଚାନ୍ଦୁ ବାର୍ଲା ପ୍ରମୁଖ ନେତୃତ୍ୱ ନେଇଥିଲେ। ମହେଶ୍ୱର ମହାପାତ୍ର ଧନ୍ୟବାଦ ଦେଇଥିଲେ।

The post ପାର୍ବଣରେ ବୋନସ୍‌ ଦାବି ତେଜିଲା, ନ ମିଳିଲେ… appeared first on Dharitri Odia News.