ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର, କହିଲେ ଏଣିକି କୌଣସି ସ୍ଥାନରେ…
ଦିଶପୁର,୪ା୧୨: ଆସାମ ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜେ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି, ଆମେ ନିଷ୍ପତ୍ତି ନେଇଛୁ ଯେ ଗୋ’ମାଂସ କୌଣସି ରେଷ୍ଟୁରାଣ୍ଟ କିମ୍ବା ହୋଟେଲରେ ଦିଆଯିବ ନାହିଁ ଏବଂ ଏହା କୌଣସି ସାର୍ବଜନୀନ କାର୍ଯ୍ୟ କିମ୍ବା ସର୍ବସାଧାରଣ ସ୍ଥାନରେ ମଧ୍ୟ ଦିଆଯିବ ନାହିଁ। ଆଜି ଦିଲ୍ଲୀରେ ଆସାମ ସରକାରଙ୍କ କ୍ୟାବିନେଟ ବୈଠକ ବସିଥିଲା। ଏହି ସମୟରେ ଭିଡିଓ […] The post ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର, କହିଲେ ଏଣିକି କୌଣସି ସ୍ଥାନରେ… appeared first on Dharitri Odia News.
ଦିଶପୁର,୪ା୧୨: ଆସାମ ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜେ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି, ଆମେ ନିଷ୍ପତ୍ତି ନେଇଛୁ ଯେ ଗୋ’ମାଂସ କୌଣସି ରେଷ୍ଟୁରାଣ୍ଟ କିମ୍ବା ହୋଟେଲରେ ଦିଆଯିବ ନାହିଁ ଏବଂ ଏହା କୌଣସି ସାର୍ବଜନୀନ କାର୍ଯ୍ୟ କିମ୍ବା ସର୍ବସାଧାରଣ ସ୍ଥାନରେ ମଧ୍ୟ ଦିଆଯିବ ନାହିଁ।
ଆଜି ଦିଲ୍ଲୀରେ ଆସାମ ସରକାରଙ୍କ କ୍ୟାବିନେଟ ବୈଠକ ବସିଥିଲା। ଏହି ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନ୍ୟ ମନ୍ତ୍ରୀମାନେ ଯୋଡ଼ି ହୋଇଥିଲେ। ଏହି ସମୟରେ ରାଜ୍ୟରେ ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି।
The post ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର, କହିଲେ ଏଣିକି କୌଣସି ସ୍ଥାନରେ… appeared first on Dharitri Odia News.