ଗୋଲାମୁଣ୍ଡା ବ୍ଲକ ଫରଙ୍ଗ ପଂଚାୟତ ପବ୍ଲିକ ସ୍କୁଲରେ ଡମ୍ଭ ସମାଜ ବିକାଶ ପରିଷଦର ପ୍ରସ୍ତୁତି ବୈଠକ
କଳାହାଣ୍ଡି, ୨୨/୦୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗ ପଂଚାୟତ ପବ୍ଲିକ ସ୍କୁଲରେ ଆଜି ଡ଼ମ୍ଭସମାଜର ଏକ ପ୍ରସୂତି ବୈଠକ ଅନୁଷ୍ଠିତ ହୋଇଥିଲା ଏହି ସଭାରେ ଗୋଲାମୁଣ୍ଡା ବ୍ଲକ ଡ଼ମ୍ଭ ସମାଜ ବିକାଶ ପରିଷଦର ସଭାପତି ରାମ୍ କୁମାର ସେନାପତିଙ୍କ ନେତୃତ୍ବରେ ସଭା ଆୟୋଜନ ହୋଇଥିଲା, ଡମ୍ଭସମାଜ ବିକାଶ ପରିଷଦ ଏକ ସରକାରୀପକ୍ଷରୁ ପଞ୍ଜିକରଣ କରାଯାଇଅଛି, ତେଣୁ ସମାଜର ବିକାଶଦିଗରେ ଗତ ୨୦୧୭ମସିହାରୁ ସମାଜର, ଶିକ୍ଷା କ୍ଷେତ୍ର, ସଂଗଠାନିକ ଓ ଆର୍ଥିକକ୍ଷେତ୍ରରେ […] The post ଗୋଲାମୁଣ୍ଡା ବ୍ଲକ ଫରଙ୍ଗ ପଂଚାୟତ ପବ୍ଲିକ ସ୍କୁଲରେ ଡମ୍ଭ ସମାଜ ବିକାଶ ପରିଷଦର ପ୍ରସ୍ତୁତି ବୈଠକ appeared first on Odisha.News.
କଳାହାଣ୍ଡି, ୨୨/୦୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗ ପଂଚାୟତ ପବ୍ଲିକ ସ୍କୁଲରେ ଆଜି ଡ଼ମ୍ଭସମାଜର ଏକ ପ୍ରସୂତି ବୈଠକ ଅନୁଷ୍ଠିତ ହୋଇଥିଲା ଏହି ସଭାରେ ଗୋଲାମୁଣ୍ଡା ବ୍ଲକ ଡ଼ମ୍ଭ ସମାଜ ବିକାଶ ପରିଷଦର ସଭାପତି ରାମ୍ କୁମାର ସେନାପତିଙ୍କ ନେତୃତ୍ବରେ ସଭା ଆୟୋଜନ ହୋଇଥିଲା, ଡମ୍ଭସମାଜ ବିକାଶ ପରିଷଦ ଏକ ସରକାରୀପକ୍ଷରୁ ପଞ୍ଜିକରଣ କରାଯାଇଅଛି, ତେଣୁ ସମାଜର ବିକାଶଦିଗରେ ଗତ ୨୦୧୭ମସିହାରୁ ସମାଜର, ଶିକ୍ଷା କ୍ଷେତ୍ର, ସଂଗଠାନିକ ଓ ଆର୍ଥିକକ୍ଷେତ୍ରରେ ମଜଭୁତ ରହିଛି ଓ ଭବିଷ୍ୟତରେ ରହିବ ବୋଲି ଆଜିର ସଭା ଗୃହରେ ଆଶା ବ୍ୟକ୍ତ କରିଛନ୍ତି, ତେଣୁ ନୃତନ ୨୦୨୪ମସିହାକୁ ନବ ବର୍ଷ ଭାବେ ପାଳନ କରିବା ପାଇଁ ଆସନ୍ତା ତା ୨୮/୧/୨୦୨୪/ରବି ବାର ଦିନ ମହା ସମାରୋହରେ ବନ୍ଧୁ ମିଳନ ଉତ୍ସବ ପାଳିତହେବା ପାଇଁ ସ୍ଥିରୀ କୃତ୍ୟ ସଂପନ୍ନ ହୋଇଛି, ଓଏହି ବୈଠକରେ ଆନ୍ୟାନ ବ୍ଲକ ରୁ ମଧ୍ୟ ଡ଼ମ୍ବସମାଜର ଅତିଥି ବୃନ୍ଦ ଉପସ୍ଥିତ ରହିବ ବୋଲି ସଂଘର ସଭାପତି ରାମ କୁମାର ସେନାପତି ଗଣ ମାଧ୍ୟମ ନିକଟରେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରି ଥିବା ବେଳେ ଦଶପୁର ମଣ୍ଡଳ ସମ୍ପାଦକ ଭାଗ୍ୟବାନ ବାଗ ମଧ୍ୟ ତାଙ୍କର ମନ୍ତବ୍ୟ ଦେଇ ଥିଲେ, ଆଜିର ବୈଠକରେ ଦସପୁର ମଣ୍ଡଳ ସଭାପତି ଭୂବନେ ନିଆଲ, ଖମାରହଲଦି ପଂଚାୟତ ସମ୍ପାଦକ ଜନ୍ମେ ଜୟ ନାଏକ୍, ଉପ ସଭାପତି ଡମ୍ବରୁ ଜାଲ, ଫରଙ୍ଗପଂଚାୟତ ସଭାପତି ଉଦିଆ ନିଆଲ, ବୋର ଗୁଡା ସମ୍ପାଦକସନ୍ତୋଷ ସୁନାନୀ, ସୁବାଷ ବାଗ ଙ୍କ ପ୍ରମୁଖ ଉପସ୍ଥିତ ରହି ସଭା ସାଙ୍ଗ ହୋଇ ଥିଲା।
The post ଗୋଲାମୁଣ୍ଡା ବ୍ଲକ ଫରଙ୍ଗ ପଂଚାୟତ ପବ୍ଲିକ ସ୍କୁଲରେ ଡମ୍ଭ ସମାଜ ବିକାଶ ପରିଷଦର ପ୍ରସ୍ତୁତି ବୈଠକ appeared first on Odisha.News.