ଗୋଳାବାରୁଦ କାରଖାନାରେ ବିସ୍ଫୋରଣ

ଟିଟଲାଗଡ : ଗୋଳାବାରୁଦ କାରଖାନାରେ ବିସ୍ଫୋରଣ। ଟିଟଲାଗଡ ଜିଲ୍ଲା ସଇଁତଳା ବଡମାଳ ୟୁନିଟ୍ ୬ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବିସ୍ଫୋରଣରେ ଡିବିଡବ୍ଲୁ କର୍ମଚାରୀ ଶିବ ଶଙ୍କର ଭୋଇ ଗୁରୁତର ହୋଇଥିବା ସୂଚନା ମିଳିଛି। ତାଙ୍କୁ ତୁରନ୍ତ ଉଦ୍ଧାର କରି ରାଉରକେଲା ଆଇଜିଏଚ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବିସ୍ଫୋରକ ବାରୁଦ ପ୍ରସ୍ତୁତି ବେଳେ ବିସ୍ଫୋରଣ ଘଟିଥିବା ଜଣାପଡିଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।