ଗୋଷ୍ଠୀ ସଂଘର୍ଷ ପରେ ଗଡୁନି ବସ୍, ହନ୍ତସନ୍ତ ଯାତ୍ରୀ

ବାରିପଦା ୨୨/୦୬: ଶୁକ୍ରବାର ରାତିରେ ବାରିପଦା ବସଷ୍ଟାଣ୍ଡରେ ଘଟିଥିବା ରକ୍ତାକ୍ତ ସଂଘର୍ଷରେ ୩ ଜଣ ଗୁରୁତର ହୋଇ କଟକ ଏସ ସି ବି ସ୍ଥାନାନ୍ତରିତ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ବସ୍ ଚଳାଚଳ ର ସମୟ କୁ ନେଇ ହୋଇଥିବା ଏହି ଗୋଷ୍ଠୀ ସଂଘର୍ଷ ରେ ସହରରେ ଉତ୍ତେଜନା ଲାଗି ରହିଛି। ଘଟଣାକୁ ବିରୋଧ କରି ନ୍ୟାୟ ଦାବିରେ ଶୁକ୍ରବାର ରାତିଠାରୁ ଜିଲ୍ଲାରେ ସମସ୍ତ ବସ୍ ଚଳାଚଳ ବନ୍ଦ କରିଛି ମୟୂରଭଞ୍ଜ ବସ୍ ମାଲିକ ସଂଘ। ବସ୍ ମାଲିକ ଓ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ସମସ୍ତ ଦୃର୍ବୁତ୍ତଙ୍କୁ ଗିରଫ ନକରିବା ଯାଏଁ ଏହି ବନ୍ଦ୍ ଜାରି ରହିବ ବୋଲି ସଂଘର ସଭାପତି ସୂଚନା ଦେଇଛନ୍ତି। ସେପଟେ ଏହି ବସ୍ ବନ୍ଦ୍ ଆନ୍ଦୋଳନ ଲାଗି ସାଧାରଣ ଯାତ୍ରୀ ନାହିଁ ନଥିବା ଅସୁବିଧାର ର ସମ୍ମୁଖୀନ ହେଉଛନ୍ତି। ଲୋକେ ନିଜ ନିଜର ଦୈନନ୍ଦିନ କାମରେ ଯିବା ଲାଗି ବସ୍ ନପାଇ ହନ୍ତସନ୍ତ ହେଉଛନ୍ତି। ଅଳ୍ପ ସଂଖ୍ୟକ ବେସରକାରୀ ଚାରିଚକିଆ ଯାନ ଉପରେ ନିର୍ଭର କରି ଖରା ଓ ଗୁଳୁଗୁଳି ଜାକିଜୁକି ହୋଇ ଯାଉଥିବାର ଦେଖାଯାଇଛି। ତେବେ ଏହି ଘଟଣାରେ ପୋଲିସ ଓ ପ୍ରଶାସନ ର ନିଷ୍କ୍ରିୟତା ଦେଖିବାକୁ ମିଳିଛି। ଜିଲ୍ଲାପାଳ ଛୁଟିରେ ଥିବାବେଳେ ଜିଲ୍ଲା ଏସ.ପି ଙ୍କୁ ରାତିଠାରୁ ଘଟଣା ସ୍ଥଳ ବା ହସ୍ପିଟାଲ୍ରେ ମଧ୍ୟ ଦେଖିବାକୁ ମିଳିନି । ଦୁଇ ପକ୍ଷରୁ ଅଲଗା ମାମଲା ରୁଜୁ ହୋଇଥିବା ଘଟଣାରେ ଜଡ଼ିତ ଥିବା ୧୦ ଜଣଙ୍କୁ ଅଟକ କରିଛି ବାରିପଦା ଟାଉନ୍ ପୋଲିସ । ବସ୍ ମା

ଗୋଷ୍ଠୀ ସଂଘର୍ଷ ପରେ ଗଡୁନି ବସ୍, ହନ୍ତସନ୍ତ ଯାତ୍ରୀ

ବାରିପଦା ୨୨/୦୬: ଶୁକ୍ରବାର ରାତିରେ ବାରିପଦା ବସଷ୍ଟାଣ୍ଡରେ ଘଟିଥିବା ରକ୍ତାକ୍ତ ସଂଘର୍ଷରେ ୩ ଜଣ ଗୁରୁତର ହୋଇ କଟକ ଏସ ସି ବି ସ୍ଥାନାନ୍ତରିତ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ବସ୍ ଚଳାଚଳ ର ସମୟ କୁ ନେଇ ହୋଇଥିବା ଏହି ଗୋଷ୍ଠୀ ସଂଘର୍ଷ ରେ ସହରରେ ଉତ୍ତେଜନା ଲାଗି ରହିଛି। 

ଘଟଣାକୁ ବିରୋଧ କରି ନ୍ୟାୟ ଦାବିରେ ଶୁକ୍ରବାର ରାତିଠାରୁ ଜିଲ୍ଲାରେ ସମସ୍ତ ବସ୍ ଚଳାଚଳ ବନ୍ଦ କରିଛି ମୟୂରଭଞ୍ଜ ବସ୍ ମାଲିକ ସଂଘ। ବସ୍ ମାଲିକ ଓ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ସମସ୍ତ ଦୃର୍ବୁତ୍ତଙ୍କୁ ଗିରଫ ନକରିବା ଯାଏଁ ଏହି ବନ୍ଦ୍ ଜାରି ରହିବ ବୋଲି ସଂଘର ସଭାପତି ସୂଚନା ଦେଇଛନ୍ତି। 

ସେପଟେ ଏହି ବସ୍ ବନ୍ଦ୍ ଆନ୍ଦୋଳନ ଲାଗି ସାଧାରଣ ଯାତ୍ରୀ ନାହିଁ ନଥିବା ଅସୁବିଧାର ର ସମ୍ମୁଖୀନ ହେଉଛନ୍ତି। ଲୋକେ ନିଜ ନିଜର ଦୈନନ୍ଦିନ କାମରେ ଯିବା ଲାଗି ବସ୍ ନପାଇ ହନ୍ତସନ୍ତ ହେଉଛନ୍ତି। ଅଳ୍ପ ସଂଖ୍ୟକ ବେସରକାରୀ ଚାରିଚକିଆ ଯାନ ଉପରେ ନିର୍ଭର କରି ଖରା ଓ ଗୁଳୁଗୁଳି ଜାକିଜୁକି ହୋଇ ଯାଉଥିବାର ଦେଖାଯାଇଛି। ତେବେ ଏହି ଘଟଣାରେ ପୋଲିସ ଓ ପ୍ରଶାସନ ର ନିଷ୍କ୍ରିୟତା ଦେଖିବାକୁ ମିଳିଛି। 

ଜିଲ୍ଲାପାଳ ଛୁଟିରେ ଥିବାବେଳେ ଜିଲ୍ଲା ଏସ.ପି ଙ୍କୁ ରାତିଠାରୁ ଘଟଣା ସ୍ଥଳ ବା ହସ୍ପିଟାଲ୍ରେ ମଧ୍ୟ ଦେଖିବାକୁ ମିଳିନି । ଦୁଇ ପକ୍ଷରୁ ଅଲଗା ମାମଲା ରୁଜୁ ହୋଇଥିବା ଘଟଣାରେ ଜଡ଼ିତ ଥିବା ୧୦ ଜଣଙ୍କୁ ଅଟକ କରିଛି ବାରିପଦା ଟାଉନ୍ ପୋଲିସ । ବସ୍ ମାଲିକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ବାବଦରେ ଜଣାଇ ଦିଆଯିବା ବୋଲି ସୂଚନା ମଳିଛି।