ଭଦ୍ରକ ଜିଲ୍ଲା ସଭାପତି ଭାବେ ଭଗବାନ ପଣ୍ଡାଙ୍କ ନାଁ ଘୋଷଣା, କହିଲେ- ସମସ୍ତେ ମିଶି ଦଳକୁ ଆହୁରି ମଜ୍ବୁତ୍ କରିବା…
ଭଦ୍ରକ ୧୭।୦୨ : ଘୋଷଣା ହୋଇଛି ବିଜେପିର ନୂତନ ଜିଲ୍ଲା ସଭାପତିଙ୍କ ନାମ । ଭଦ୍ରକ ଜିଲ୍ଲାକୁ ମିଳିଛି ନୂତନ ବିଜେପି ମୁଖିଆ । ଭଗବାନ ପଣ୍ଡାଙ୍କୁ ଜିଲ୍ଲା ବିଜେପିର ସଭାପତି ଭାବେ ଦାୟିତ୍ୱ ମିଳିଛି । ତେବେ ଭଗବାନ ପଣ୍ଡାଙ୍କ ନାମ ଘୋଷଣା ପରେ ଜିଲ୍ଲାରେ ବିଜେପି କର୍ମୀ ଏବଂ ନେତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏହାସହିତ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ମଧ୍ୟ କରିଛନ୍ତି । ତେବେ ନୂତନ ଜିଲ୍ଲା ସଭାପତି ଭାବେ ନାମ ଘୋଷଣା ପରେ କହିଛନ୍ତି ଯେ, ବିଜେପି କ୍ରିୟାଶୀଳ ଅଛି । ତୃଣମୂଳ ସ୍ଥଳ ରୁ ବିଜେପି ସୁଦୃଢ଼ ଅଛି । ରାଜ୍ୟରେ ବିଜେପି ସରକାର ବହୁତ ଭଲ କାମ କରୁଛନ୍ତି । ଏବେ ନୂଆ ଦାୟିତ୍ଵ ମିଳିଛି । ତାକୁ ଠିକ୍ ଭାବେ ତୁଲାଇବେ।