ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜଳହସ୍ତୀ ଶାବକ ଜନ୍ମ, ୧୨କୁ ବୃଦ୍ଧି ପାଇଲା ସଂଖ୍ୟା
ବାରଙ୍ଗ ୧୭।୧: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ୬୩ (କ) ଖୁଆଡ଼ର ଜଳାଶୟରେ ରହୁଥିବା ଜଳହସ୍ତୀ ଗୁରୁବାର ରାତିରେ ଏକ ଶାବକ ଜନ୍ମ ଦେଇଛି । ଏହି ଶାବକକୁ ମିଶାଇ ପ୍ରାଣୀ ଉଦ୍ୟାନରେ ଜଳହସ୍ତୀ ସଂଖ୍ୟା ୧୨ କୁ ବୃଦ୍ଧିପାଇଛି । ନବଜାତ ଛୁଆ ଖୁଆଡ ଭିତରେ ମା’ ସହିତ ଖେଳୁଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଦେଖି ଜଳାଶୟ ସମ୍ମୁଖରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ଜଳହସ୍ତୀ ମାନେ ଅଧିକାଂଶ ସମୟ ପାଣିରେ ରୁହନ୍ତି । ଏପରିକି ସେମାନେ ୫ ମିନିଟ୍ ପର୍ଯ୍ୟନ୍ତ ପାଣି ଭିତରେ ବୁଡ଼ି ରହିପାରନ୍ତି । ଆଫ୍ରିକା ମହାଦେଶର ନଦୀ ତଥା ଚାରଣଭୂମି ସଂଲଗ୍ନ ହ୍ରଦରେ ବାସକରନ୍ତି । ଚିଡ଼ିଆଖାନାରେ ସେମାନଙ୍କୁ ବଡ଼ ଜଳାଶୟରେ ଛଡ଼ାଯାଏ । ସାକାହାର ଖାଦ୍ୟ ଘାସ, ଚୋକଡ଼, ବନ୍ଧାକୋବି, କଦଳୀ, ଗାଜର, ତରୁଭୂଜ ଏବଂ ଡାଳପତ୍ର ଖାଇବାକୁ ଦିଆଯାଏ । ମାଈ ଜଳହସ୍ତୀ ୫-୬ ବର୍ଷ ପରେ ଗର୍ଭଧାରଣ ପାଇଁ ଉପଯୁକ୍ତ ହୋଇଥାନ୍ତି । ପ୍ରାୟ ୮ ମାସ ଗର୍ଭଧାରଣ ପରେ ପାଣି ଭିତରେ ଗୋଟିଏ ଛୁଆ ଜନ୍ମକରନ୍ତି । You Can Read:ନବୀନ ପଟ୍ଟନାୟକ ଯଦି ସିଙ୍ଗାପୁର ସହିତ ସମ୍ପର୍କ ବଢାଇନଥାନ୍ତେ ତାହେଲେ ଆଜି ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଖାଇବା ପାଇଁ କିଛି ନଥାନ୍ତା : ବିଜେଡ଼ି
ବାରଙ୍ଗ ୧୭।୧: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ୬୩ (କ) ଖୁଆଡ଼ର ଜଳାଶୟରେ ରହୁଥିବା ଜଳହସ୍ତୀ ଗୁରୁବାର ରାତିରେ ଏକ ଶାବକ ଜନ୍ମ ଦେଇଛି । ଏହି ଶାବକକୁ ମିଶାଇ ପ୍ରାଣୀ ଉଦ୍ୟାନରେ ଜଳହସ୍ତୀ ସଂଖ୍ୟା ୧୨ କୁ ବୃଦ୍ଧିପାଇଛି । ନବଜାତ ଛୁଆ ଖୁଆଡ ଭିତରେ ମା’ ସହିତ ଖେଳୁଥିବା ଦେଖିବାକୁ ମିଳିଛି ।
ଏହି ଦୃଶ୍ୟ ଦେଖି ଜଳାଶୟ ସମ୍ମୁଖରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ଜଳହସ୍ତୀ ମାନେ ଅଧିକାଂଶ ସମୟ ପାଣିରେ ରୁହନ୍ତି । ଏପରିକି ସେମାନେ ୫ ମିନିଟ୍ ପର୍ଯ୍ୟନ୍ତ ପାଣି ଭିତରେ ବୁଡ଼ି ରହିପାରନ୍ତି । ଆଫ୍ରିକା ମହାଦେଶର ନଦୀ ତଥା ଚାରଣଭୂମି ସଂଲଗ୍ନ ହ୍ରଦରେ ବାସକରନ୍ତି । ଚିଡ଼ିଆଖାନାରେ ସେମାନଙ୍କୁ ବଡ଼ ଜଳାଶୟରେ ଛଡ଼ାଯାଏ । ସାକାହାର ଖାଦ୍ୟ ଘାସ, ଚୋକଡ଼, ବନ୍ଧାକୋବି, କଦଳୀ, ଗାଜର, ତରୁଭୂଜ ଏବଂ ଡାଳପତ୍ର ଖାଇବାକୁ ଦିଆଯାଏ । ମାଈ ଜଳହସ୍ତୀ ୫-୬ ବର୍ଷ ପରେ ଗର୍ଭଧାରଣ ପାଇଁ ଉପଯୁକ୍ତ ହୋଇଥାନ୍ତି । ପ୍ରାୟ ୮ ମାସ ଗର୍ଭଧାରଣ ପରେ ପାଣି ଭିତରେ ଗୋଟିଏ ଛୁଆ ଜନ୍ମକରନ୍ତି ।
You Can Read: