ଗୋଷ୍ଠୀ ସଂଘର୍ଷକୁ ନେଇ ତୁଷୁରା ଥାନାରେ ଉତ୍ତେଜନା : ପୁଲିସକୁ ଲୋକଙ୍କ ଆକ୍ରମଣ, ପୁଲିସ ବି ଗୋଡ଼ାଇ ପିଟିଲା

ବଲାଙ୍ଗୀର : ବଲାଙ୍ଗୀର ତୁଷୁରା ଥାନା ସମ୍ମୁଖରେ ପୁଲିସ-ଜନତା ମୁହାଁମୁହିଁ । ଗୋଦାମପଡା-ପତିତପାବନପଡା ମଧ୍ୟରେ ପୂର୍ବରୁ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ପତିତପାବନପଡାବାସୀ ତୁଷୁରା ଥାନାରେ ମାମଲା ଦାୟର କରିଥିଲେ । ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଆଜି ପତିତପାବନପଡାର ଲୋକମାନେ ତୁଷୁରାଥାନାକୁ ଯାଇ ପଚରାଉଚରା କରିଥିଲେ । ଏହି ସମୟରେ ପୁଲିସ ସହ ଯୁକ୍ତିତର୍କ ପରେ,ପୁଲିସ ପ୍ରଥମେ ଲୋକଙ୍କୁ ଆକ୍ରମଣ କରିଥିଲେ । ପରେ ଲୋକମାନେ ମଧ୍ୟ ପୁଲିସକୁ ନିସ୍ତୁକ ଛେଚିଥିଲେ । […]

ଗୋଷ୍ଠୀ ସଂଘର୍ଷକୁ ନେଇ ତୁଷୁରା ଥାନାରେ ଉତ୍ତେଜନା : ପୁଲିସକୁ ଲୋକଙ୍କ ଆକ୍ରମଣ, ପୁଲିସ ବି ଗୋଡ଼ାଇ ପିଟିଲା
Tension at Tusura police station over group clash

ବଲାଙ୍ଗୀର : ବଲାଙ୍ଗୀର ତୁଷୁରା ଥାନା ସମ୍ମୁଖରେ ପୁଲିସ-ଜନତା ମୁହାଁମୁହିଁ । ଗୋଦାମପଡା-ପତିତପାବନପଡା ମଧ୍ୟରେ ପୂର୍ବରୁ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ପତିତପାବନପଡାବାସୀ ତୁଷୁରା ଥାନାରେ ମାମଲା ଦାୟର କରିଥିଲେ । ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଆଜି ପତିତପାବନପଡାର ଲୋକମାନେ ତୁଷୁରାଥାନାକୁ ଯାଇ ପଚରାଉଚରା କରିଥିଲେ । ଏହି ସମୟରେ ପୁଲିସ ସହ ଯୁକ୍ତିତର୍କ ପରେ,ପୁଲିସ ପ୍ରଥମେ ଲୋକଙ୍କୁ ଆକ୍ରମଣ କରିଥିଲେ । ପରେ ଲୋକମାନେ ମଧ୍ୟ ପୁଲିସକୁ ନିସ୍ତୁକ ଛେଚିଥିଲେ ।

ଉଭୟ ପକ୍ଷରୁ ଥାନା ସମ୍ମୁଖରେ ଗଣ୍ଡଗୋଳ ଉଗ୍ରରୁପ ଧାରଣ କରିଥିଲା । ପୁଲିସ ଲୋକଙ୍କୁ ଓ ଲୋକେ ପୁଲିସଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ । କିଛି ସମୟ ପାଇଁ ଥାନା ସମ୍ମୁଖ ପାଲଟିଯାଇଥିଲା ରଣକ୍ଷେତ୍ର । ଘଟଣା ସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛନ୍ତି ।