ଗୋଷ୍ଠୀ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନ ଓ ବିଜ୍ଞାନ ମେଳା

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁରବ୍ଲକ ସଦରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେଗୋଷ୍ଠି ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନ ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ ଯୋଗଦେଇ ମେଳାକୁ ଫିତା କାଟି ଉଦଘାଟନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ  ସୁଦୀପ କୁମାର ଦାସ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗରୀ, ବିଜୟ କୁମାର ସେଠୀ, ପବିତ୍ର ମୋହନ […]

ଗୋଷ୍ଠୀ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନ ଓ ବିଜ୍ଞାନ ମେଳା
କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁରବ୍ଲକ ସଦରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେଗୋଷ୍ଠି ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନ ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ ଯୋଗଦେଇ ମେଳାକୁ ଫିତା କାଟି ଉଦଘାଟନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ  ସୁଦୀପ କୁମାର ଦାସ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗରୀ, ବିଜୟ କୁମାର ସେଠୀ, ପବିତ୍ର ମୋହନ ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୁଡୁଲ୍ଲା ନାଗେଶ ରାଓ ଉପସ୍ଥିତ ରହିଥିଲେ।
ବ୍ଲକର ପ୍ରତ୍ୟେକ ବିଦ୍ୟାଳୟ ରୁମୋଟ ୨୦୦ବିଦ୍ୟର୍ଥୀ ବିଜ୍ଞାନ ମେଳାରେ ଭାଗ ନେଇ ଥିବା ବେଳେ ୮୦ ଟି ପ୍ରକଳ୍ପ ପଦର୍ଶନୀ କରିଥିଲେ। ବିଚାରକ ଭାବେ ସିରିପୁର ବାଳିକା ଉଚ୍ଚ ମହାବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ନାଗେଶ କୁମାର ପାତିକା ,ଆଦର୍ଶ ବିଦ୍ୟାଳୟର ବିଜ୍ଞାନ ଅଧ୍ୟାପକ ଆଲୋକ କୁମାର ପଟ୍ଟନାୟକ, ଗଣିତ ଅଧ୍ୟାପକ ବିଜୟ ପତ୍ରି ରହିଥିଲେ।
ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ସୁବୁଦ୍ଧି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନ ନାରାୟଣପୁର ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ପ୍ରତିମା ପ୍ରସ୍କା, ତୃତୀୟ ସ୍ଥାନ କଲ୍ୟାଣସିଂହପୁର ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀ ର ଛାତ୍ର ଅର୍ଣ୍ଣଦା ପ୍ରସାଦ ତ୍ରିପାଠୀ, ଚତୁର୍ଥ ସ୍ଥାନ ଶିକରପାଇ ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ର ସୁନେଲି ଦାସ, ପଞ୍ଚମ ସ୍ଥାନ ସରକାରୀ  ଏସଏସଡି କାନସୁର ବିଦ୍ୟାଳୟ ଷଷ୍ଠ ଶ୍ରେଣୀ ଛାତ୍ରି  ଲିପି କୁନାକା, ଷଷ୍ଠ ସ୍ଥାନରେ ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ର ଏ ହରିଶ କୁମାର ଓ ସପ୍ତମ ସ୍ଥାନ ରେ ଶୁଲିପଦର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର କୁନା ମହାନନ୍ଦିଆ ଉର୍ଣ୍ଣିତ ହୋଇଛନ୍ତି।
ଉଦଯାପିତ ମେଳାରେ ବିଇଓ ସୁଦୀପ କୁମାର ଦାସ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ତହସିଲଦାର  ରଞ୍ଜନ କୁମାର ମାନସେଠ ,ବକ୍ତା ଭାବେ ଶିକରପାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ଗିରି, ସମ୍ମାନୀୟ ଭାବେ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ଦଳେଇ, ତିନୋଟି ଏବିଏଓ ପ୍ରମୁଖ ମଞ୍ଚାସିନ ରହିଥିଲେ ।କୃତି ଛାତ୍ର ଛାତ୍ରୀ ଙ୍କୁ ଅତିଥୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି। ଏହି ୭ ଜଣ ଛାତ୍ର ଛାତ୍ରୀମାନେ ଜିଲାସ୍ତରକୁ ମନୋନୀତ ହୋଇଛନ୍ତି। ଏହି ମେଳାକୁ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସମସ୍ତ ସିଆରସିସି, ପ୍ରତ୍ୟେକ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।