ଗୌଡ଼ପାଲି ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଦିବସ

ସମ୍ବଲପୁର:ଜମନକିରା ବ୍ଲକ କୁଲୁଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୌଡ଼ପାଲି ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଦିବସ ଆଜି ମାଘ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିରେ ପାଳନ ହୋଇଛି। ଏହି ଅବସରରେ ମନ୍ଦିରରେ ଶ୍ରୀ ସତ୍ୟନାରାୟଣ ମହାପ୍ରଭୂଙ୍କ ପୂଜା କର୍ମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିସ୍ମୟ ନାଥ ଶର୍ମା ଓ ତାଙ୍କ ପତ୍ନୀ ଶିବାନୀ ନାଥ ଶର୍ମା କର୍ତ୍ତା ଦାୟିତ୍ତ୍ଵ ନିର୍ବାହ କରିଥିବା ବେଳେ ପଣ୍ଡିତ ଶ୍ରୀକାନ୍ତ ପଣ୍ଡା ପୂଜା କାର୍ଯ୍ୟ କରିଥିଲେ। ଗ୍ରାମର ସମସ୍ତ ଗ୍ରାମବାସୀ, […] The post ଗୌଡ଼ପାଲି ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଦିବସ appeared first on Odisha.News.

ଗୌଡ଼ପାଲି ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଦିବସ

ସମ୍ବଲପୁର:ଜମନକିରା ବ୍ଲକ କୁଲୁଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୌଡ଼ପାଲି ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଦିବସ ଆଜି ମାଘ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିରେ ପାଳନ ହୋଇଛି। ଏହି ଅବସରରେ ମନ୍ଦିରରେ ଶ୍ରୀ ସତ୍ୟନାରାୟଣ ମହାପ୍ରଭୂଙ୍କ ପୂଜା କର୍ମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିସ୍ମୟ ନାଥ ଶର୍ମା ଓ ତାଙ୍କ ପତ୍ନୀ ଶିବାନୀ ନାଥ ଶର୍ମା କର୍ତ୍ତା ଦାୟିତ୍ତ୍ଵ ନିର୍ବାହ କରିଥିବା ବେଳେ ପଣ୍ଡିତ ଶ୍ରୀକାନ୍ତ ପଣ୍ଡା ପୂଜା କାର୍ଯ୍ୟ କରିଥିଲେ। ଗ୍ରାମର ସମସ୍ତ ଗ୍ରାମବାସୀ, ଆବାଳ ବୃଦ୍ଧବନିତା ମନ୍ଦିରରେ ଉପସ୍ଥିତ ରହି ମହାପ୍ରଭୂଙ୍କ ଆଶୀର୍ବାଦ ନେଇଥିଲେ। ପ୍ରକାଶ ଯୋଗ୍ୟ, ୨୦୧୦ ମସିହା ମାଘ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିରେ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ଆଜିକାର ଏହି ଦିବସ ପାଳନ ସକାଶେ ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି।

The post ଗୌଡ଼ପାଲି ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଦିବସ appeared first on Odisha.News.