ଗୌତମ ଗମ୍ଭୀରଙ୍କ ଦାବି ହେଲା ପୂରଣ, ଏହି ପୂର୍ବତନ ଖେଳାଳି ହେବେ ଟିମ୍ ଇଣ୍ଡିଆର ସହାୟକ କୋଚ୍ !
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମକୁ ଗୌତମ ଗମ୍ଭୀରଙ୍କ ରୂପେ ନୂଆ ମୁଖ୍ୟ କୋଚ୍ ମିଳିଛି । ଆଗାମୀ ଶ୍ରୀଲଙ୍କା ସିରିଜରୁ ସେ ଟିମ୍ର ଦାୟିତ୍ୱ ସମ୍ଭାଳିବେ । ଗମ୍ଭୀରଙ୍କ ସପୋର୍ଟିଂ ଷ୍ଟାଫରେ କିଏ-କିଏ ସାମିଲ ହେବେ ତାହା ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇ ନାହିଁ । କିନ୍ତୁ ଗମ୍ଭୀରଙ୍କ ସହ କାମ କରିବାକୁ ଥିବା ପୂର୍ବତନ ଖେଳାଳିଙ୍କ ନାଁ ସମାନକୁ ଆସିଛି ।ପୂର୍ବତନ ଅଲ୍ ରାଉଣ୍ଡର ଅଭିଷେକ ନାୟର ଏବଂ ନେଦରଲାଣ୍ଡର ପୂର୍ବତନ କ୍ରିକେଟ୍ ରିୟାନ ଟେନ୍ ଡୋସକେଟ୍ ଟିମ୍ ଇଣ୍ଡିଆର ସହାୟକ କୋଚ୍ ହୋଇପାରନ୍ତି । ତେବେ ବିସିସିଆଇ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଗୌତମ ଗମ୍ଭୀରଙ୍କ ସପୋର୍ଟ ଷ୍ଟାଫ୍ ବାବାଦରେ କୌଣସି ପ୍ରକାର ଅଫିସିଆଲ୍ ଘୋଷଣା ହୋଇ ନାହିଁ । କ୍ରିକ୍ବଜ୍ର ରିପୋର୍ଟ ଅନୁସାରେ, ଟିମ୍ ଇଣ୍ଡିଆର ଫିଲ୍ଡିଂ କୋଚ୍ ଭାବେ ଟି.ଦିଲୀପଙ୍କ କାର୍ଯ୍ୟକାଳ ବଢିପାରେ । ଏହା ପୂର୍ବରୁ ରାହୁଲ ଦ୍ରାବିଡ଼ଙ୍କ ସପୋର୍ଟିଂ ଷ୍ଟାଫରେ ବି ଟି.ଦିଲୀପ ସପୋର୍ଟିଂ ଷ୍ଟାଫ୍ ଥିଲେ । ଟି.ଦିଲୀପଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆର ଫିଲ୍ଡିଂରେ ଅନେକ ସୁଧାର ଆସିଛି ।ଅଭିଷେକ ନାୟର ଏବଂ ଟେନ୍ ଜୋସକଟେ ଦୁହିଁଙ୍କୁ ସହାୟକ କୋଚ୍ ଭାବେ ନିଯୁକ୍ତ କରାଯିବ । ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ମୋର୍ନେ ମୋର୍କଲ ଗମ୍ଭୀରଙ୍କ କୋଚିଂ ଟିମରେ ବୋଲିଂ କୋଚର ଭୂମିକା ଗ୍ରହଣ କରିବାର ପୂରା ସମ୍ଭାବନା ରହିଛି । ଏହି ତିନିଜଣ ପୂର୍ବରୁ ଗମ୍ଭୀରଙ୍କ ସହ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମକୁ ଗୌତମ ଗମ୍ଭୀରଙ୍କ ରୂପେ ନୂଆ ମୁଖ୍ୟ କୋଚ୍ ମିଳିଛି । ଆଗାମୀ ଶ୍ରୀଲଙ୍କା ସିରିଜରୁ ସେ ଟିମ୍ର ଦାୟିତ୍ୱ ସମ୍ଭାଳିବେ । ଗମ୍ଭୀରଙ୍କ ସପୋର୍ଟିଂ ଷ୍ଟାଫରେ କିଏ-କିଏ ସାମିଲ ହେବେ ତାହା ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇ ନାହିଁ । କିନ୍ତୁ ଗମ୍ଭୀରଙ୍କ ସହ କାମ କରିବାକୁ ଥିବା ପୂର୍ବତନ ଖେଳାଳିଙ୍କ ନାଁ ସମାନକୁ ଆସିଛି ।
ପୂର୍ବତନ ଅଲ୍ ରାଉଣ୍ଡର ଅଭିଷେକ ନାୟର ଏବଂ ନେଦରଲାଣ୍ଡର ପୂର୍ବତନ କ୍ରିକେଟ୍ ରିୟାନ ଟେନ୍ ଡୋସକେଟ୍ ଟିମ୍ ଇଣ୍ଡିଆର ସହାୟକ କୋଚ୍ ହୋଇପାରନ୍ତି । ତେବେ ବିସିସିଆଇ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଗୌତମ ଗମ୍ଭୀରଙ୍କ ସପୋର୍ଟ ଷ୍ଟାଫ୍ ବାବାଦରେ କୌଣସି ପ୍ରକାର ଅଫିସିଆଲ୍ ଘୋଷଣା ହୋଇ ନାହିଁ । କ୍ରିକ୍ବଜ୍ର ରିପୋର୍ଟ ଅନୁସାରେ, ଟିମ୍ ଇଣ୍ଡିଆର ଫିଲ୍ଡିଂ କୋଚ୍ ଭାବେ ଟି.ଦିଲୀପଙ୍କ କାର୍ଯ୍ୟକାଳ ବଢିପାରେ । ଏହା ପୂର୍ବରୁ ରାହୁଲ ଦ୍ରାବିଡ଼ଙ୍କ ସପୋର୍ଟିଂ ଷ୍ଟାଫରେ ବି ଟି.ଦିଲୀପ ସପୋର୍ଟିଂ ଷ୍ଟାଫ୍ ଥିଲେ । ଟି.ଦିଲୀପଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆର ଫିଲ୍ଡିଂରେ ଅନେକ ସୁଧାର ଆସିଛି ।
ଅଭିଷେକ ନାୟର ଏବଂ ଟେନ୍ ଜୋସକଟେ ଦୁହିଁଙ୍କୁ ସହାୟକ କୋଚ୍ ଭାବେ ନିଯୁକ୍ତ କରାଯିବ । ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ମୋର୍ନେ ମୋର୍କଲ ଗମ୍ଭୀରଙ୍କ କୋଚିଂ ଟିମରେ ବୋଲିଂ କୋଚର ଭୂମିକା ଗ୍ରହଣ କରିବାର ପୂରା ସମ୍ଭାବନା ରହିଛି । ଏହି ତିନିଜଣ ପୂର୍ବରୁ ଗମ୍ଭୀରଙ୍କ ସହ କାମ କରିସାରିଛନ୍ତି । ଗୌତମ ଗମ୍ଭୀର ଆଇପିଏଲ୍ ୨୦୨୪ରେ କୋଲକାତା ନାଇଟ୍ ରାଇଡର୍ସଙ୍କ ପାଇଁ ଅଭିଷେକ ନାୟର ଏବଂ ରିୟାନ ଟେନ୍ ଡୋସକଟେଙ୍କ ସହ କାମ କରିଥିଲେ । ଦୁହେଁ ଟିମକୁ ଚାମ୍ପିୟନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଅନ୍ୟପଟେ ଗମ୍ଭୀର ଏବଂ ମୋର୍କଲ ଆଇପିଏଲ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ପାଇଁ କାମ କରିଛନ୍ତି । ରିପୋର୍ଟ ଅନୁସାରେ ଟି.ଦିଲୀପ ଏବଂ ଅଭିଷେକ ନାୟର ଟିମ୍ ସହ ଶ୍ରୀଲଙ୍କା ଗସ୍ତ କରିବେ । କିନ୍ତୁ ଟେନ୍ ଡୋସକେଟ୍ ଏବଂ ମୋର୍କଲ କେବେ ଟିମ୍ ସହ ଯୋଡ଼ି ହେବେ ତାହା ସ୍ପଷ୍ଟ ହୋଇ ନାହିଁ ।