ଗୌରବ ଗୋଗୋଇଙ୍କ ପୁଅ-ଝିଅ ଭାରତୀୟ ନାଗରିକ ନୁହନ୍ତି, ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ଦାବି

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କୁ ନେଇ ଶୁକ୍ରବାର ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଗୋଗୋଇଙ୍କ ସନ୍ତାନ ଭାରତୀୟ ନାଗିରକ ନୁହନ୍ତି । ଆସାମ ସିଏମ୍ କହିଛନ୍ତି, 'ମୋ ପାଖରେ ପ୍ରମାଣ ଅଛି ଯେ ଗୌରବ ଗୋଗୋଇଙ୍କ ପୁଅ ଓ ଝିଅ ଭାରତୀୟ ନାଗରିକ ନୁହନ୍ତି । ସେ ପାକିସ୍ତାନରେ ୧୫ ଦିନ ଯାଏ କଣ କରୁଥିଲେ ଆମେ ତାର ତଦନ୍ତ କରୁଛୁ । ସେଠାରେ କୌଣସି ପର୍ଯ୍ୟଟନ ସ୍ଥଳ ନାହିଁ । କେବଳ ଆତଙ୍କବାଦୀ ଆଡ୍ଡା ରହିଛି । ସେ ସେଠାକୁ ଯାଇଥିବା ୧୦୦ ପ୍ରତିଶତ ସ୍ପଷ୍ଟ ହୋଇଛି । କିନ୍ତୁ ୧୫ ଦିନ ଯାଏ ସେ ସେଠାରେ କଣ କରୁଥିଲେ ? ଏହା ଏକ ବଡ଼ ପ୍ରଶ୍ନ ?' ସେ କହିଛନ୍ତି ଯେ ରବର୍ଟ ଭଦ୍ରା ଓ ଗୌରବ ଗୋଗୋଇ ଭାରତ ଅପେକ୍ଷା ପାକିସ୍ତାନର ଅଧିକ ଚିନ୍ତା କରୁଛନ୍ତି । Assam CM Himanta Biswa Sarma says, "I have evidence that Gaurav Gogoi's son and daughter are not Indian citizens. We are examining what he did there (Pakistan) for 15 days. There is no tourism place in Pakistan; it is only a terrorist adda. It is 100 per cent confirmed that he… pic.twitter.com/IPGy3xYl8S— ANI (@ANI) May 2, 2025ଗୋଗୋଇଙ୍କ ପାକିସ୍ତାନ ସହ ସମ୍ପର୍କ ଥିବା ନେଇ ହିମନ୍ତ ବିଶ୍ୱ ଶର୍ମା ଲାଗାତର ଅଭିଯୋଗ କରୁଛନ୍ତି । ଏକ୍ସରେ ରହସ୍ୟମ

ଗୌରବ ଗୋଗୋଇଙ୍କ ପୁଅ-ଝିଅ ଭାରତୀୟ ନାଗରିକ ନୁହନ୍ତି, ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ଦାବି

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କୁ ନେଇ ଶୁକ୍ରବାର ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଗୋଗୋଇଙ୍କ ସନ୍ତାନ ଭାରତୀୟ ନାଗିରକ ନୁହନ୍ତି । ଆସାମ ସିଏମ୍ କହିଛନ୍ତି, 'ମୋ ପାଖରେ ପ୍ରମାଣ ଅଛି ଯେ ଗୌରବ ଗୋଗୋଇଙ୍କ ପୁଅ ଓ ଝିଅ ଭାରତୀୟ ନାଗରିକ ନୁହନ୍ତି । ସେ ପାକିସ୍ତାନରେ ୧୫ ଦିନ ଯାଏ କଣ କରୁଥିଲେ ଆମେ ତାର ତଦନ୍ତ କରୁଛୁ । ସେଠାରେ କୌଣସି ପର୍ଯ୍ୟଟନ ସ୍ଥଳ ନାହିଁ । କେବଳ ଆତଙ୍କବାଦୀ ଆଡ୍ଡା ରହିଛି । ସେ ସେଠାକୁ ଯାଇଥିବା ୧୦୦ ପ୍ରତିଶତ ସ୍ପଷ୍ଟ ହୋଇଛି । କିନ୍ତୁ ୧୫ ଦିନ ଯାଏ ସେ ସେଠାରେ କଣ କରୁଥିଲେ ? ଏହା ଏକ ବଡ଼ ପ୍ରଶ୍ନ ?' ସେ କହିଛନ୍ତି ଯେ ରବର୍ଟ ଭଦ୍ରା ଓ ଗୌରବ ଗୋଗୋଇ ଭାରତ ଅପେକ୍ଷା ପାକିସ୍ତାନର ଅଧିକ ଚିନ୍ତା କରୁଛନ୍ତି । 

ଗୋଗୋଇଙ୍କ ପାକିସ୍ତାନ ସହ ସମ୍ପର୍କ ଥିବା ନେଇ ହିମନ୍ତ ବିଶ୍ୱ ଶର୍ମା ଲାଗାତର ଅଭିଯୋଗ କରୁଛନ୍ତି । ଏକ୍ସରେ ରହସ୍ୟମୟ ପୋଷ୍ଟର ଗୋଟିଏ ଦିନ ପରେ ଆସାମ ସିଏମ୍ ଆଜି ଏହି ଟିପ୍ପଣୀ କରିଛନ୍ତି । ଗୋଟିଏ ଦିନ ପୂର୍ବେ ସେ ଲେଖିଥିଲେ, 'ମୁଁ ପୂରା ଦାୟିତ୍ୱ ସହ କହିବାକୁ ଚାହୁଁଛି- ଆସାମର ଜଣେ ସାଂସଦଙ୍କ ପିଲାମାନେ ଏବେ ଭାରତୀୟ ନାଗରିକ ନୁହନ୍ତି । ଏହା ତ କେବଳ ଆରମ୍ଭ । ଏବେ ଅନେକ କିଛି ସାମନାକୁ ଆସିବା ବାକି ଅଛି ।'

ସିଏମ୍ ଶର୍ମା ଏବଂ ଗୋଗୋଇଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଆରୋପ ପ୍ରତ୍ୟାରୋପ ଅନେକ ଦିନ ଧରି ଚାଲିଛି । ପାଞ୍ଚ ଦିନ ପୂର୍ବେ, ଶର୍ମା ଏକ୍ସରେ କଂଗ୍ରେସ ସାଂସଦଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ । ଏହି ପ୍ରଶ୍ନଗୁଡ଼ିକ ସାଂସଦଙ୍କ ପାକିସ୍ତାନ ଗସ୍ତ ଏବଂ ତାଙ୍କ ପରିବାରର ପାକିସ୍ତାନ ସ୍ଥିତ ଏକ NGO ସହିତ ସମ୍ପର୍କ ବିଷୟରେ ଥିଲା । ଗୋଗୋଇଙ୍କ ନାଁ ନ ନେଇ, ଶର୍ମା ପଚାରିଥିଲେ ଯେ କଂଗ୍ରେସ ନେତା ଲଗାତାର ୧୫ ଦିନ ପାଇଁ ପାକିସ୍ତାନ ଗସ୍ତ କରିଥିଲେ କି ? ଏବଂ ଗସ୍ତର ଉଦ୍ଦେଶ୍ୟ ସମ୍ପର୍କରେ ସ୍ପଷ୍ଟୀକରଣ ମାଗିଥିଲେ ।