ଗ୍ରାମବିକାଶ ଶିକ୍ଷା ନିକେତନରେ ଅମୃତ ପାଠ୍ୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି:୨୬/୦୭ କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ ଓ ଇନ୍ଦ୍ରାବତୀ ପ୍ରଡ୍ୟୁସର ଗ୍ରୁପ ଦଳଗୁଡା ତରଫରୁ ଥୁଆମୂଳ ରାମପୁର ବ୍ଲକ କୁମଡାବାହାଲ ସ୍ଥିତ ଗ୍ରାମବିକାଶ ଶିକ୍ଷା ନିକେତନ ଠାରେ ଅମୃତ ପାଠ୍ୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷ ଅରବିନ୍ଦ ସ୍ବାଇଁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଅଡ୍ରି ସରପଞ୍ଚ ନନ୍ଦାଏ ମାଝୀ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ମାଣିକ୍ୟ ନାଏକ, ଚିନ୍ମୟ ବେହେରା, ପ୍ରିୟ […] The post ଗ୍ରାମବିକାଶ ଶିକ୍ଷା ନିକେତନରେ ଅମୃତ ପାଠ୍ୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ appeared first on Odisha.News.

ଗ୍ରାମବିକାଶ ଶିକ୍ଷା ନିକେତନରେ ଅମୃତ ପାଠ୍ୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି:୨୬/୦୭
କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ ଓ ଇନ୍ଦ୍ରାବତୀ ପ୍ରଡ୍ୟୁସର ଗ୍ରୁପ ଦଳଗୁଡା ତରଫରୁ ଥୁଆମୂଳ ରାମପୁର ବ୍ଲକ କୁମଡାବାହାଲ ସ୍ଥିତ ଗ୍ରାମବିକାଶ ଶିକ୍ଷା ନିକେତନ ଠାରେ ଅମୃତ ପାଠ୍ୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷ ଅରବିନ୍ଦ ସ୍ବାଇଁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଅଡ୍ରି ସରପଞ୍ଚ ନନ୍ଦାଏ ମାଝୀ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ମାଣିକ୍ୟ ନାଏକ, ଚିନ୍ମୟ ବେହେରା, ପ୍ରିୟ ରଞ୍ଜନ ମୁଣ୍ଡ, ଶିକ୍ଷକ ରଶ୍ମୀରଂଜନ ପଟ୍ଟନାୟକ, ଉପେନ୍ଦ୍ର ନାଏକ, ସଂପାଦିକା ପ୍ରମିଳା ଦଣ୍ଡସେନା ପ୍ରମୁଖ ମଞ୍ଚାସୀନ ହୋଇ ସଂଗଠନ ର ଉପାନ୍ତ ଅଞ୍ଚଳରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କୁ ଭୂୟସୀ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ବିଦ୍ଯାଳୟର ଛାତ୍ରୀମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା। ସଂଗଠନ ସଂପାଦକ ଅବିନାଶ ମୁଣ୍ଡ ଲକ୍ଷ୍ଯ ଉଦ୍ଦେଶ୍ଯ ଜ୍ଞାପନ କରିବା ସହ ଥୂଆମୁଳ ରାମପୁର ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ ରତ ଆର୍ଥିକ ଅନଗ୍ରସର ନବମ ଓ ଦଶମ ଶ୍ରେଣୀ ର ଛାତ୍ରଛାତ୍ରୀ ଙ୍କୁ ପାଠ୍ୟପୁସ୍ତକ ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ। ଶିକ୍ଷକ ରାମଚନ୍ଦ୍ର ନାଏକ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ କାହ୍ନୁ ପାଢୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଆର୍ଥିକ ଅନଗ୍ରସର ମେଧାବୀ ବିଦ୍ୟାର୍ଥୀଙ୍କୁ ତାଙ୍କର ଉଜ୍ଜ୍ବଳ ଭବିଷ୍ଯତ ନିମନ୍ତେ ପାଠ୍ୟ ପୁସ୍ତକ ପ୍ରଦାନ କରାଯାଇଥିଲା। ଗଣେଶ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମବିକାଶ ଶିକ୍ଷା ନିକେତନ ର ସୁଭମ ସଲିଲ, ପ୍ରଦୀପ କୁମାର ଅମରସେନ ତଥା ଛାତ୍ରଛାତ୍ରୀ, ଅବିଭାବକ, ଶିକ୍ଷାପ୍ରେମୀ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ସକ୍ରିୟ ଭାବେ ଅଂଶଗ୍ରହଣ କରି ସହଯୋଗ କରିଥିଲେ।

The post ଗ୍ରାମବିକାଶ ଶିକ୍ଷା ନିକେତନରେ ଅମୃତ ପାଠ୍ୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ appeared first on Odisha.News.