ଇନ ଦିନ ମର୍‌ ଯାଉଁ… ଗୀତରେ ଡ୍ୟାନ୍ସ କରୁଥିଲେ ଶିକ୍ଷକ; ଆସିଲା ହାର୍ଟଆଟାକ୍‌: ଆଉ ତା’ପରେ

ପ୍ରତିଦିନ ଅନେକ ପ୍ରକାରର ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏମିତି ଏକ ଭାବପ୍ରବଣ ଭିଡିଓ ନିକଟରେ ଭାଇରାଲ ହୋଇଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ଏକ ଗୀତରେ ନାଚୁଛନ୍ତି। ତା’ପରେ ହଠାତ୍‌ ହାର୍ଟଆଟାକ୍‌ ଆସିବାରୁ ସେ ସଙ୍ଗେ ସଙ୍ଗେ ମୃତ୍ୟୁବରଣ କରନ୍ତି। ମୃତକ ଜଣଙ୍କ ହେଲେ ମନ୍ନାଲାଲ ଜାଖଡ। ରାଜସ୍ଥାନର ଜୟପୁରରୁ ଏହି ଖବର ଆସିଛି। ଏଠାରେ ମନ୍ନାଲାଲ ତାଙ୍କ ବଡ଼ ଭାଇଙ୍କ ଚାକିରି ଅବସର କର୍ଯ୍ୟକ୍ରମରେ ଆୟୋଜିତ ଏକ ସତସଙ୍ଗରେ ନାଚୁଥିଲେ। ‘ଇନ […] The post ଇନ ଦିନ ମର୍‌ ଯାଉଁ… ଗୀତରେ ଡ୍ୟାନ୍ସ କରୁଥିଲେ ଶିକ୍ଷକ; ଆସିଲା ହାର୍ଟଆଟାକ୍‌: ଆଉ ତା’ପରେ appeared first on Dharitri Odia News.

ଇନ ଦିନ ମର୍‌ ଯାଉଁ… ଗୀତରେ ଡ୍ୟାନ୍ସ କରୁଥିଲେ ଶିକ୍ଷକ; ଆସିଲା ହାର୍ଟଆଟାକ୍‌: ଆଉ ତା’ପରେ

ପ୍ରତିଦିନ ଅନେକ ପ୍ରକାରର ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏମିତି ଏକ ଭାବପ୍ରବଣ ଭିଡିଓ ନିକଟରେ ଭାଇରାଲ ହୋଇଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ଏକ ଗୀତରେ ନାଚୁଛନ୍ତି। ତା’ପରେ ହଠାତ୍‌ ହାର୍ଟଆଟାକ୍‌ ଆସିବାରୁ ସେ ସଙ୍ଗେ ସଙ୍ଗେ ମୃତ୍ୟୁବରଣ କରନ୍ତି। ମୃତକ ଜଣଙ୍କ ହେଲେ ମନ୍ନାଲାଲ ଜାଖଡ। ରାଜସ୍ଥାନର ଜୟପୁରରୁ ଏହି ଖବର ଆସିଛି।
ଏଠାରେ ମନ୍ନାଲାଲ ତାଙ୍କ ବଡ଼ ଭାଇଙ୍କ ଚାକିରି ଅବସର କର୍ଯ୍ୟକ୍ରମରେ ଆୟୋଜିତ ଏକ ସତସଙ୍ଗରେ ନାଚୁଥିଲେ। ‘ଇନ ଦିନ ମର୍‌ ଯାଉଁ ଲି କାନୁଢା ଥାହାରୀ ମୁସ୍କାନ କେ ମାରେ’ ଗୀତରେ ସେ ଡ୍ୟାନ୍ସ କରୁଥିଲେ। ଏହି ସମୟ ମଧ୍ୟରେ ତାଙ୍କର ହାର୍ଟଆଟାକ୍‌ ଆସିବାରୁ ସେ ତଳେ ପଡିଯାଇଥିଲେ। ସେଠାରେ ଠିଆ ହୋଇଥିବା ଲୋକମାନେ ହଠାତ୍‌ ଚିନ୍ତିତ ହେବାକୁ ଲାଗିଲେ। ଏହା ପରେ ମନ୍ନାଲାଲଙ୍କ ପରିବାର ସଦସ୍ୟ ତାଙ୍କୁ ଶୀଘ୍ର ଡାକ୍ତରଖାନା ନେଇଥିଲେ। ଏଠାରେ ଡାକ୍ତରମାନେ ମାନ୍ନାଲାଲଙ୍କୁ ମୃତ ଘୋଷଣା କରିଥିଲେ। ମାନ୍ନାଲାଲ ଜଣେ ସରକାରୀ ଶିକ୍ଷକ ଥିଲେ।

The post ଇନ ଦିନ ମର୍‌ ଯାଉଁ… ଗୀତରେ ଡ୍ୟାନ୍ସ କରୁଥିଲେ ଶିକ୍ଷକ; ଆସିଲା ହାର୍ଟଆଟାକ୍‌: ଆଉ ତା’ପରେ appeared first on Dharitri Odia News.