ଗ୍ରାସୀମ କମ୍ପାନୀରେ ଅଘଟଣ: ଗ୍ୟାସ ପାଇପ୍‌ ଫାଟି ଚାରି ଆହତ

ଗଞ୍ଜାମ,୨୪।୫(ବିଦ୍ୟାଧର ସାହୁ):ଗଞ୍ଜାମ ସହର ସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ ଶୁକ୍ରବାର ଅଘଟଣ ଘଟିଛି। କମ୍ପାନୀର ଗ୍ୟାସ ପାଇପ ଫାଟି ଚାରି ଶ୍ରମିକ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଆଶଙ୍କା କରାଯାଉଛି। ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର କମ୍ପାନୀ ପକ୍ଷରୁ ବିଦ୍ୟୁତ ସରବରହ ବନ୍ଦ କରାଯାଇ ଗ୍ୟାସ ପାଇପ ଗୁଡିକ ମରାମତି କାର୍ଯ୍ୟ ଚାଲିଥିଲା। ଅସାବଧାନତା ଯୋଗୁ ଗ୍ୟାସ ପାଇପ୍‌ଟି ହଠାତ୍‌ ଫାଟି ଯାଇଥିଲା। ଫଳରେ ସେଠାରେ କାର୍ଯ୍ୟରତ ସମସ୍ତ ଶ୍ରମିକ ଆହତ ହୋଇଥିଲେ। ଖବର ଖବର […] The post ଗ୍ରାସୀମ କମ୍ପାନୀରେ ଅଘଟଣ: ଗ୍ୟାସ ପାଇପ୍‌ ଫାଟି ଚାରି ଆହତ appeared first on Dharitri Odia News.

ଗ୍ରାସୀମ କମ୍ପାନୀରେ ଅଘଟଣ: ଗ୍ୟାସ ପାଇପ୍‌ ଫାଟି ଚାରି ଆହତ

ଗଞ୍ଜାମ,୨୪।୫(ବିଦ୍ୟାଧର ସାହୁ):ଗଞ୍ଜାମ ସହର ସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ ଶୁକ୍ରବାର ଅଘଟଣ ଘଟିଛି। କମ୍ପାନୀର ଗ୍ୟାସ ପାଇପ ଫାଟି ଚାରି ଶ୍ରମିକ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଆଶଙ୍କା କରାଯାଉଛି। ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର କମ୍ପାନୀ ପକ୍ଷରୁ ବିଦ୍ୟୁତ ସରବରହ ବନ୍ଦ କରାଯାଇ ଗ୍ୟାସ ପାଇପ ଗୁଡିକ ମରାମତି କାର୍ଯ୍ୟ ଚାଲିଥିଲା। ଅସାବଧାନତା ଯୋଗୁ ଗ୍ୟାସ ପାଇପ୍‌ଟି ହଠାତ୍‌ ଫାଟି ଯାଇଥିଲା। ଫଳରେ ସେଠାରେ କାର୍ଯ୍ୟରତ ସମସ୍ତ ଶ୍ରମିକ ଆହତ ହୋଇଥିଲେ।
ଖବର ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ କମ୍ପାନୀ ଫାଟକ ନିକଟରେ ପହଞ୍ଚି ଫଟୋ ଉତ୍ତୋଳନ କରୁଥିବା ବେଳେ କମ୍ପାନୀରେ ସିକ୍ୟୁରିଟି ମୁଖ୍ୟ ଲିପିକ ମହାନ୍ତି ଖବରଦାତାଙ୍କୁ ଦୁର୍ବ୍ୟବହାର କରିଥିଲେ। ପରେ କମ୍ପାନୀ ଆଇଆର ମୁଖ୍ୟ ପୁରସ୍ତମ ଶର୍ମା ଏବଂ ସିଏସଆର ମୁଖ୍ୟ ସୁସ୍ମିତା ବେହେରା ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଅନ୍ୟପଟେ ଗଞ୍ଜାମ ତହସିଲଦାର ଓ ଥାନା ଆଇଆସି ନମିତା ପାତ୍ର ଗ୍ରାସୀମ କମ୍ପାନୀ କର୍ମକର୍ତାଙ୍କ ସହ ଆଲୋଚନା କରିଛନ୍ତି। ଏନେଇ ଗଣମାଧ୍ୟମ ପ୍ରତିନିଧି ମାନେ ସୁରକ୍ଷା ଅଧିକାରୀ ମହାନ୍ତିଙ୍କ ଦୁର୍ବ୍ୟବହାର ସମ୍ପର୍କରେ ୟୁନିଟ ହେଡ଼ଙ୍କ ଠାରେ ଅଭିଯୋଗ କରିବେ ବୋଲି ଜଣାପଡିଛି।

The post ଗ୍ରାସୀମ କମ୍ପାନୀରେ ଅଘଟଣ: ଗ୍ୟାସ ପାଇପ୍‌ ଫାଟି ଚାରି ଆହତ appeared first on Dharitri Odia News.