ଗ୍ରାହକ ସନ୍ତୁଷ୍ଟିକୁ ଗୁରୁତ୍ୱ ଦେଲେ ସଫଳତା ମିଳେ

ସମ୍ବଲପୁରସ୍ଥିତ ଜାଶ୍‌ ହୋଣ୍ଡାର ନିର୍ଦ୍ଦେଶକ ସମଶେର୍‌ ସିଂ ହୁରା ଏକ ବ୍ୟବସାୟଭିତ୍ତିକ ପରିବାରରେ ଜନ୍ମ ନେଇଥିବାବେଳେ ତାଙ୍କର ଅଟୋମୋବାଇଲ ଶିଳ୍ପ ପ୍ରତି ଖୁବ୍‌ ରୁଚି ରହିଥିଲା। ସୁଯୋଗର ସଦୁପଯୋଗ କରି ସର୍ବଦା ଅର୍ଥପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ସମଶେର୍‌ ୨୦ ବର୍ଷ ପୂର୍ବେ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ(ଏଚ୍‌ଏମ୍‌ଏସ୍‌ଆଇ)ରେ ଯୋଗଦେଇଥିଲେ। ସେବେଠାରୁ ସେ ସଫଳତାର ମଙ୍ଗ ଧରିଆସିଛନ୍ତି। ଧରିତ୍ରୀ ତରଫରୁ ତାଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତ୍‌କାର। ପ୍ର-୨ ଚକିଆ ଯାନ ଶିଳ୍ପ […] The post ଗ୍ରାହକ ସନ୍ତୁଷ୍ଟିକୁ ଗୁରୁତ୍ୱ ଦେଲେ ସଫଳତା ମିଳେ appeared first on Dharitri Odia News.

ଗ୍ରାହକ ସନ୍ତୁଷ୍ଟିକୁ ଗୁରୁତ୍ୱ ଦେଲେ ସଫଳତା ମିଳେ

ସମ୍ବଲପୁରସ୍ଥିତ ଜାଶ୍‌ ହୋଣ୍ଡାର ନିର୍ଦ୍ଦେଶକ ସମଶେର୍‌ ସିଂ ହୁରା ଏକ ବ୍ୟବସାୟଭିତ୍ତିକ ପରିବାରରେ ଜନ୍ମ ନେଇଥିବାବେଳେ ତାଙ୍କର ଅଟୋମୋବାଇଲ ଶିଳ୍ପ ପ୍ରତି ଖୁବ୍‌ ରୁଚି ରହିଥିଲା। ସୁଯୋଗର ସଦୁପଯୋଗ କରି ସର୍ବଦା ଅର୍ଥପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ସମଶେର୍‌ ୨୦ ବର୍ଷ ପୂର୍ବେ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ(ଏଚ୍‌ଏମ୍‌ଏସ୍‌ଆଇ)ରେ ଯୋଗଦେଇଥିଲେ। ସେବେଠାରୁ ସେ ସଫଳତାର ମଙ୍ଗ ଧରିଆସିଛନ୍ତି। ଧରିତ୍ରୀ ତରଫରୁ ତାଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତ୍‌କାର।

ପ୍ର-୨ ଚକିଆ ଯାନ ଶିଳ୍ପ କ୍ଷେତ୍ରରେ ପ୍ରବେଶ ପାଇଁ କିପରି ମନ ବଳାଇଲେ ?
ଉ- ଭାରତରେ ପରିବହନ କ୍ଷେତ୍ରରେ ୨ଚକିଆ ଯାନର ବେଶ୍‌ ଚାହିଦା ଥିବାରୁ ୨୦ ବର୍ଷ ତଳେ ଏହି କ୍ଷେତ୍ରରେ ପାଦ ଦେଇଥିଲି। ଲୋକଙ୍କୁ ଗୁଣାତ୍ମକ ସେବା ପ୍ରଦାନ ସବୁବେଳେ ମୋର ଲକ୍ଷ୍ୟ ରହିଆସିଥିଲା। ଆଜି ପର୍ଯ୍ୟନ୍ତ ତାହାକୁ କାର୍ଯ୍ୟକାରୀ କରିଆସୁଛି।
ପ୍ର- ଭାରତର ଗ୍ରାମୀଣ ବଜାରରେ ୨ ଚକିଆ ଯାନର ଚାହିଦା ବଢ଼ିବାରେ ଲାଗିଛି। ଓଡ଼ିଶାରେ ଆପଣ ଏହାର ସ୍ଥିତି କିପରି ଦେଖୁଛନ୍ତି?
ଉ- ନିଶ୍ଚିତ। କ୍ରମାଗତ ଭାବେ ଗ୍ରାମୀଣ ଓ ଅର୍ଦ୍ଧସହରାଞ୍ଚଳରେ ୨ ଚକିଆ ଯାନର ଚାହିଦା ବଢ଼ିବାରେ ଲାଗିଛି। ସଡ଼କପଥର ଭିତ୍ତିଭୂମିରେ ବିସ୍ତାର, ଲୋକଙ୍କ ଆୟ ବୃଦ୍ଧି ସହ ଗ୍ରାମୀଣ ଉନ୍ନତୀକରଣ ଯୋଜନା ଆଦି ଭିନ୍ନ ଭିନ୍ନ କାରକ ଏହି ଚାହିଦା ବୃଦ୍ଧିରେ ସହାୟକ ହେଉଛି। ହୋଣ୍ଡା ଯାନଗୁଡ଼ିକ ଅପେକ୍ଷାକୃତ ଶସ୍ତା, ଭଲ ଇନ୍ଧନ କ୍ଷମତା ଏବଂ ସ୍ଥାୟିତ୍ୱ କାରଣରୁ ଏହିସବୁ ଅଞ୍ଚଳରେ ଲୋକପ୍ରିୟ ହୋଇପାରିଛି।
ପ୍ର- ସମ୍ବଲପୁରର ଏକ ଅଗ୍ରଣୀ ହୋଣ୍ଡା ଡିଲର ଭାବେ କେଉଁସବୁ ଆହ୍ବାନର ସାମ୍ନା କରିବାକୁ ପଡ଼ୁଛି?
ଉ- ଅନ୍ୟ ବ୍ୟବସାୟ ଭଳି ଦୁଇଚକିଆ ଯାନ ଶିଳ୍ପ ମଧ୍ୟ ବିଭିନ୍ନ ଆହ୍ବାନର ସାମ୍ନା କରିଥାଏ। ଇନ୍ଧନ ଦର କମ୍‌ ବେଶି ହେବା, ସରକାରୀ ନିୟମକୁ କାର୍ଯ୍ୟକାରୀ କରିବା ଭଳି ବିଭିନ୍ନ ସମସ୍ୟାର ମୁକାବିଲା କରିବାକୁ ପଡ଼ିଥାଏ। ସେହିପରି ବିକ୍ରୟ ପରେ ଗ୍ରାହକଙ୍କୁ ଲଗାତର ସେବା ପ୍ରଦାନ ସହ ସେମାନଙ୍କ ସନ୍ତୋଷ ଗୁରୁତ୍ୱପୂର୍ଣ୍ଣ। ଗ୍ରାମୀଣ ବଜାର ଅନେକ ସମୟରେ ଆର୍ଥିକ ଆହ୍ବାନର ସାମ୍ନା କରିଥାଏ, ଯାହାକି ବ୍ୟବସାୟକୁ ପ୍ରଭାବିତ କରିଥାଏ।
ପ୍ର- ବୈଦ୍ୟୁତିକ ଯାନ(ଇଭି) ପରିବହନ କ୍ଷେତ୍ରରେ ସ୍ଥାୟିତ୍ୱ ହାସଲ କରିବ ବୋଲି ଭାବୁଛନ୍ତି କି?
ଉ- ଇନ୍ଧନ ଦରରେ ଲଗାତର ବୃଦ୍ଧି ଏବଂ ପରିବେଶ ସୁରକ୍ଷାକୁ ବିଚାରକୁ ନେଲେ ଇଭି ଭବିଷ୍ୟତରେ ପରିବହନ କ୍ଷେତ୍ରରେ ସ୍ଥାୟିତ୍ୱ ହାସଲ କରିବ, ଏଥିରେ ସନ୍ଦେହ ନାହିଁ। ହୋଣ୍ଡା ଏକ ଜଣାଶୁଣା ବ୍ରାଣ୍ଡ ହୋଇଥିବାବେଳେ ଏହା ମଧ୍ୟ ଇଭି ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରୁଛି। ମାତ୍ର ଲୋକମାନେ ଇଭି ଗ୍ରହଣ କରିବା ପାଇଁ ଚାର୍ଜିଂ ଷ୍ଟେଶନ, ବ୍ୟାଟେରି ଟେକ୍ନୋଲୋଜିର ଉନ୍ନତୀକରଣ ସହ ସରକାରୀ ପ୍ରୋତ୍ସାହନ ଭଳି କାରକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସହରାଞ୍ଚଳରେ ଇଭି ବିକ୍ରି ଦ୍ରୁତ ଭାବେ ବଢ଼ିଚାଲିଥିବାବେଳେ ଗ୍ରାମାଞ୍ଚଳରେ ଏହାର ଚାହିଦା ବୃଦ୍ଧି ପାଇଁ ସମୟ ଲାଗିବ।
ପ୍ର- ଗ୍ରାହକ ସନ୍ତୁଷ୍ଟୀକରଣକୁ କେତେ ଗୁରୁତ୍ୱ ରଖେ?
ଉ- ଗ୍ରାହକ ସନ୍ତୁଷ୍ଟୀକରଣ ଆମ ବ୍ୟବସାୟର ମେରୁଦଣ୍ଡ। ଜଣେ ସନ୍ତୁଷ୍ଟ ଗ୍ରାହକ ଯେ କେବଳ ଆମ ପାଖକୁ ଲେଉଟିଥାଏ ତାହା ନୁହେଁ, ବରଂ ବ୍ରାଣ୍ଡ ଆମ୍ବାସାଡର ପାଲଟି ଯାଇଥାଏ। କାରଣ ସେ ତାଙ୍କ କଥାରେ ନୂଆ ଗ୍ରାହକ ସୃଷ୍ଟି କରିଥାନ୍ତି। ବ୍ୟବସାୟରେ ସ୍ବଚ୍ଛତା, ନିର୍ଦ୍ଧାରିତ ସମୟରେ ସେବା ପ୍ରଦାନ, ବାଧାହୀନ କ୍ରୟ ଅନୁଭୂତି କାରଣରୁ ଆମେ ଏକ ସୁଦୃଢ଼ ଗ୍ରାହକ ବେସ୍‌ ପ୍ରସ୍ତୁତ କରିପାରିଛୁ।
ପ୍ର- ଜଣେ ସଫଳ ଉଦ୍ୟୋଗୀ ଭାବେ ଆପଣଙ୍କ ଯାତ୍ରା କିପରି ରହିଛି?
ଉ- ଦୀର୍ଘବର୍ଷ ମଧ୍ୟରେ ଅଟୋମୋବାଇଲ କ୍ଷେତ୍ରରେ ବିପ୍ଳବ ସହ ଜ୍ଞାନକୌଶଳରେ ଉନ୍ନତୀକରଣ, ଗ୍ରାହକଙ୍କ ରୁଚି ଓ ଆଶାରେ ଖୁବ୍‌ ପରିବର୍ତ୍ତନ ହୋଇଛି। ଦେଶରେ ୧୩ ଗୋଲ୍ଡ ଡିଲର ମଧ୍ୟରୁ ଗୋଟିଏ ଏବଂ ଓଡ଼ିଶାର ଏକମାତ୍ର ଗୋଲ୍ଡ ଡିଲର ହେବା ନିଶ୍ଚିତ ଭାବେ ଆମର ନିଷ୍ଠା ଓ କଠିନ ପରିଶ୍ରମକୁ ଦର୍ଶାଉଛି। ନୂଆ କରି କେହି ଏକ୍ଷେତ୍ରରେ ଭବିଷ୍ୟତ ଗଢ଼ିବାକୁ ଚାହୁଁଥିଲେ, ସବୁବେଳେ ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ ପ୍ରତିବଦ୍ଧ ହେବା ଦରକାର। ଏହା ସହ ବଦଳୁଥିବା ଟ୍ରେଣ୍ଡ୍‌କୁ ଗ୍ରହଣ କରିବା ଆବଶ୍ୟକ। ଅଟୋମୋବାଇଲ ବ୍ୟବସାୟ କେବଳ ଯାନ ବିକ୍ରିି ନୁହେଁ, ବରଂ ପରସ୍ପର ସହ ବିଶ୍ୱାସର ସମ୍ପର୍କ ଗଢ଼ିବାର ପ୍ରକ୍ରିୟା। ଗ୍ରାହକଙ୍କ ସନ୍ତୁଷ୍ଟୀକରଣକୁ ଧ୍ୟାନରେ ରଖିଲେ ସଫଳତା ଆପେ ଆସି ପହଞ୍ଚିବ।
-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର

The post ଗ୍ରାହକ ସନ୍ତୁଷ୍ଟିକୁ ଗୁରୁତ୍ୱ ଦେଲେ ସଫଳତା ମିଳେ appeared first on Dharitri Odia News.