ଭାଜପାର ବଢିଲା ଟେନଶନ: ବିଜେଡି କରିଦେଲା ଏପରି ଦାବି, ଭାଜପାରେ ହଲଚଲ!

ଭୁବନେଶ୍ୱର,୨୬।୯: ପ୍ରେସମିଟ୍‌ କରି ଜାତିଭିତ୍ତିକ ଜନଗଣନା ଦାବି କଲା ବିଜୁ ଜନତା ଦଳ। ଗଣମାଧ୍ୟକୁ ସମ୍ବୋଧନ କରି ଶାସକ ଭାଜପା ଆଗରେ ଏପରି ଦାବି ରଖିଛନ୍ତି ରାଜ୍ୟ ସଭା ଏମପି ସସ୍ମିତ ପାତ୍ର, ଶୁଭାଶିଷ ଖୁଣ୍ଟିଆ ଓ ମୁଖପାତ୍ର ଲେନିନ ମହାନ୍ତି। ବିଜେଡି କହିଛି, ଭାଜପା ସରକାର ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରନ୍ତୁ। ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସିଙ୍କୁ ୨୭% ସଂରକ୍ଷଣ ଦିଅନ୍ତୁ। ନବୀନ ସରକାର ଓବିସିଙ୍କ ପାଇଁ ସବୁବେଳେ ଲଢ଼େଇ କରି ଆସୁଛନ୍ତି। ଆମେ […] The post ଭାଜପାର ବଢିଲା ଟେନଶନ: ବିଜେଡି କରିଦେଲା ଏପରି ଦାବି, ଭାଜପାରେ ହଲଚଲ! appeared first on Dharitri Odia News.

ଭାଜପାର ବଢିଲା ଟେନଶନ: ବିଜେଡି କରିଦେଲା ଏପରି ଦାବି, ଭାଜପାରେ ହଲଚଲ!

ଭୁବନେଶ୍ୱର,୨୬।୯: ପ୍ରେସମିଟ୍‌ କରି ଜାତିଭିତ୍ତିକ ଜନଗଣନା ଦାବି କଲା ବିଜୁ ଜନତା ଦଳ। ଗଣମାଧ୍ୟକୁ ସମ୍ବୋଧନ କରି ଶାସକ ଭାଜପା ଆଗରେ ଏପରି ଦାବି ରଖିଛନ୍ତି ରାଜ୍ୟ ସଭା ଏମପି ସସ୍ମିତ ପାତ୍ର, ଶୁଭାଶିଷ ଖୁଣ୍ଟିଆ ଓ ମୁଖପାତ୍ର ଲେନିନ ମହାନ୍ତି।

ବିଜେଡି କହିଛି, ଭାଜପା ସରକାର ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରନ୍ତୁ। ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସିଙ୍କୁ ୨୭% ସଂରକ୍ଷଣ ଦିଅନ୍ତୁ। ନବୀନ ସରକାର ଓବିସିଙ୍କ ପାଇଁ ସବୁବେଳେ ଲଢ଼େଇ କରି ଆସୁଛନ୍ତି। ଆମେ ସବୁବେଳେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରି ଆସୁଛି । କିନ୍ତୁ କେନ୍ଦ୍ର ସରକାର ସବୁବେଳେ ଓବିସିଙ୍କୁ ଅଣଦେଖା କରି ଆସୁଛନ୍ତି।

ତେବେ ଏହାପୂର୍ବରୁ ଲୋକ ସଭାରେ ବଜେଟ ଆଲୋଚନାବେଳେ ଜାତି ଜନଗଣନା ଜୋର ଧରିଥିଲା। ଯାହାକୁ ନେଇ ପ୍ରତି ରାଜ୍ୟରୁ ସଂସଦ ଯାଏଁ ତୁମ୍ବି ତୋଫାନ ଦେଖାଯାଇଥିଲା। ଏପରିକି ଜନଗଣନା ପ୍ରସଙ୍ଗକୁ ନେଇ ଅନୁରାଗ ଠାକୁର ବିରୋଧୀଦଳର ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ଯାହାଙ୍କୁ ନିଜ ଜାତି ଜଣା ନାହିଁ, ସେ ଜନଗଣନା ବିଷୟରେ କହୁଛନ୍ତି। ଏହି ପ୍ରସଙ୍ଗ ନେଇ ପୁରା ଇଣ୍ଡିଆ ମେଣ୍ଟ ଏନଡିଏ ସରକାରଙ୍କୁ ଘେରିଥିବାବେଳେ ଏବେ ବିଜେଡି ବି ଏହାକୁ ସମର୍ଥନ ଦେଇଛି।

The post ଭାଜପାର ବଢିଲା ଟେନଶନ: ବିଜେଡି କରିଦେଲା ଏପରି ଦାବି, ଭାଜପାରେ ହଲଚଲ! appeared first on Dharitri Odia News.