ଗ୍ରାହକ ହୋଇ କିଣିବା ବାହାନାରେ ଆସି ଗହଣା ଦୋକାନରୁ….

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗ୍ରାହକ ହୋଇଆସି ଜଣେ ବ୍ୟକ୍ତି ଦୋକାନରୁ ସୁନା ଗହଣା ଚୋରାଇ ନେଇଛନ୍ତି। ଦୋକାନ ମାଲିକ ସତ୍ୟନାରାୟଣ ସେନାପତି ଏହି ସମ୍ପର୍କରେ ବଡ଼ବଜାର ଥାନାରେ ଅଭିଯୋଗ କରିଛନ୍ତି। ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରି ପୋଲିସ ତଦନ୍ତ କରୁଛି। ବଡ଼ବଜାରରେ ଥିବା କେଶବ ଜୁଏଲାରୀର ମାଲିକ ଗୁରୁବାର ଶୋ’ କେସରେ ରଖିଥିବା ସୁନାଗହଣା ଷ୍ଟକ ଯାଞ୍ଚ କରିବା ବେଳେ ଏକ କାନଫୁଲ ନ ଥିବା ଦେଖି ଥିଲେ। ଦୋକାନରେ କାମ କରୁଥିବା ସମସ୍ତ […] The post ଗ୍ରାହକ ହୋଇ କିଣିବା ବାହାନାରେ ଆସି ଗହଣା ଦୋକାନରୁ…. appeared first on Dharitri Odia News.

ଗ୍ରାହକ ହୋଇ କିଣିବା ବାହାନାରେ ଆସି ଗହଣା ଦୋକାନରୁ….

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗ୍ରାହକ ହୋଇଆସି ଜଣେ ବ୍ୟକ୍ତି ଦୋକାନରୁ ସୁନା ଗହଣା ଚୋରାଇ ନେଇଛନ୍ତି। ଦୋକାନ ମାଲିକ ସତ୍ୟନାରାୟଣ ସେନାପତି ଏହି ସମ୍ପର୍କରେ ବଡ଼ବଜାର ଥାନାରେ ଅଭିଯୋଗ କରିଛନ୍ତି। ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରି ପୋଲିସ ତଦନ୍ତ କରୁଛି।

ବଡ଼ବଜାରରେ ଥିବା କେଶବ ଜୁଏଲାରୀର ମାଲିକ ଗୁରୁବାର ଶୋ’ କେସରେ ରଖିଥିବା ସୁନାଗହଣା ଷ୍ଟକ ଯାଞ୍ଚ କରିବା ବେଳେ ଏକ କାନଫୁଲ ନ ଥିବା ଦେଖି ଥିଲେ। ଦୋକାନରେ କାମ କରୁଥିବା ସମସ୍ତ କର୍ମଜାରୀଙ୍କୁ ସେ ପଚରାଉଚରା କରିଥିଲେ। ଶେଷରେ ଦୋକାନରେ ଲାଗିଥିବା କ୍ୟାମେରା ଯାଞ୍ଚ କରିବାରୁ ଗତ ୧୫ ତାରିଖ ଅପରାହ୍ନରେ ଜଣେ ବ୍ୟକ୍ତି କାନଫୁଲ କିଣିବା ବାହାନାରେ ଦେଖୁଥିବା ଜଣାପଡିଥିଲା। ସେଠାରେ ଥିବା ଦୋକାନ କର୍ମଚାରୀ ଜଣକ ଅନ୍ୟ କିଛି କାମ କରୁଥିବା ଦେଖି କୌଶଳ କ୍ରମେ ଗ୍ରାହକ ଜଣକ ସେଠାରୁ ସାଢ଼େ ୬ ଗ୍ରାମ ଓଜନର ସୁନା କାନଫୁଲକୁ ପକେଟରେ ରଖି ବାହାରକୁ ଚାଲିଯାଇଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି। ଦୋକାନ ମାଲିକ ଏନେଇ ଥାନାରେ ଅଭିଯୋଗ କରିବା ସହ ଉକ୍ତ ଫୁଟେଜଟିକୁ ମଧ୍ୟ ପୋଲିସକୁ ଦେଇଛନ୍ତି। ଏନେଇ ପୋଲିସ ଏକ ମାମଲା ମାମଲା(ନଂ. ୩୨୭/୨୪) ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

The post ଗ୍ରାହକ ହୋଇ କିଣିବା ବାହାନାରେ ଆସି ଗହଣା ଦୋକାନରୁ…. appeared first on Dharitri Odia News.