ଗ୍ରାହକଙ୍କ ଲାଗି ବ୍ୟାଙ୍କମାନଙ୍କର ଆଲର୍ଟ, ଖାତାରେ ରଖିବାକୁ ହେବ ମିନିମମ ବାଲାନ୍ସ

ନୂଆଦିଲ୍ଲୀ ୨୨।୧୦: ଅଧିକାଂଶ ବ୍ୟାଙ୍କ ଏବେ ସେଭିଂସ ଆକାଉଣ୍ଟ ଖୋଲିଲେ ନ୍ୟୁନତମ ବଲାନ୍ସ ରଖିବାକୁ ସର୍ତ୍ତ ରଖୁଛନ୍ତି। ଏହାର ଅର୍ଥ ଆକାଉଣ୍ଟ ହୋଲ୍ଡରଙ୍କୁ ତାଙ୍କ ବ୍ୟାଙ୍କ ଖାତାରେ ସର୍ବଦା ଏକ ନିର୍ଦ୍ଧାରିତ ରାଶି ଜମା ରଖିବାକୁ ହୋଇଥାଏ। ନଚେତ ବ୍ୟାଙ୍କ ପ୍ରତି ମାସରେ ଗ୍ରାହକଙ୍କଠାରୁ  ନନ ମେଣ୍ଟେନାନ୍ସ ଚାର୍ଜ ଅସୁଲ କରନ୍ତି। ତେବେ ଆସନ୍ତୁ ଜାଣିବା ସଞ୍ଚୟ ଆକାଉଣ୍ଟରେ ଅନୁନ୍ୟ କେତେ ରାଶି ଜମା ରଖିଲେ ମେଣ୍ଟେନାନ୍ସ ଚାର୍ଜ ଦେବାକୁ ପଡିବ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ନୂଆ ଗାଇଡ ଲାଇନ ଅନୁସାରେ ବ୍ୟାଙ୍କମାନେ ଗ୍ରାହକଙ୍କ ନିମନ୍ତେ ଆକାଉଣ୍ଟରେ ଏକ ନିଶ୍ଚିତ ରାଶି ସର୍ବଦା ଜମା ରଖିବାକୁ  ଗାଇଡଲାଇନ ଜାରି କରିଛନ୍ତି। ସେହି ଅନୁସାର ଇଣ୍ଡସଇଣ୍ଡ ବ୍ୟାଙ୍କ ମେଟ୍ରୋ ଓ ବଡ଼ ସହରାଞ୍ଚଳରେ ସଞ୍ଚୟ ବ୍ୟାଙ୍କ ଖାତାରେ ଅନୁନ୍ୟ ୧୦ ହଜାର ଟଙ୍କା ବାଲାନ୍ସ ରଖିବାକୁ କହୁଛନ୍ତି। ଏହି ରାଶି ଛୋଟ ସହରାଞ୍ଚଳ ପାଇଁ ୫ ହଜାର ଟଙ୍କା ରଖାଯାଇଛି। ଖାତାରେ ମିନିମମ ବାଲାନ୍ସ ନ ରହିଲେ ବ୍ୟାଙ୍କ ନନ ମେଣ୍ଟେନାନ୍ସ ଚାର୍ଜ ଅସୁଲ କରିବେ। ଇୟେସ ବ୍ୟାଙ୍କର ମଧ୍ୟ ସର୍ତ୍ତ ଇଣ୍ଡସଇଣ୍ଡ ବ୍ୟାଙ୍କ ସହିତ ସମାନ। ଏହି ବ୍ୟାଙ୍କ ମେଟ୍ରୋ ଅଥବା ବଡ଼ ସହରାଞ୍ଚଳର ଶାଖାରେ ଆକାଉଣ୍ଟ ରଖିଥିଲେ ୧୦ ହଜାର ଟଙ୍କା ଜମା ରଖିବାକୁ ପଡିବ ସେହିପରି ଛୋଟ ସହରାଞ୍ଚଳରେ ଏହି ସୀମା ୫ ହଜାର ଟଙ୍କା ରହିଛି। ଆଇସିଆଇସିଆଇ ବ୍ୟାଙ୍କର ସର୍ତ୍ତ ମଧ୍ୟ ସ

ଗ୍ରାହକଙ୍କ ଲାଗି ବ୍ୟାଙ୍କମାନଙ୍କର ଆଲର୍ଟ, ଖାତାରେ ରଖିବାକୁ ହେବ ମିନିମମ ବାଲାନ୍ସ

ନୂଆଦିଲ୍ଲୀ ୨୨।୧୦: ଅଧିକାଂଶ ବ୍ୟାଙ୍କ ଏବେ ସେଭିଂସ ଆକାଉଣ୍ଟ ଖୋଲିଲେ ନ୍ୟୁନତମ ବଲାନ୍ସ ରଖିବାକୁ ସର୍ତ୍ତ ରଖୁଛନ୍ତି। ଏହାର ଅର୍ଥ ଆକାଉଣ୍ଟ ହୋଲ୍ଡରଙ୍କୁ ତାଙ୍କ ବ୍ୟାଙ୍କ ଖାତାରେ ସର୍ବଦା ଏକ ନିର୍ଦ୍ଧାରିତ ରାଶି ଜମା ରଖିବାକୁ ହୋଇଥାଏ। ନଚେତ ବ୍ୟାଙ୍କ ପ୍ରତି ମାସରେ ଗ୍ରାହକଙ୍କଠାରୁ  ନନ ମେଣ୍ଟେନାନ୍ସ ଚାର୍ଜ ଅସୁଲ କରନ୍ତି। ତେବେ ଆସନ୍ତୁ ଜାଣିବା ସଞ୍ଚୟ ଆକାଉଣ୍ଟରେ ଅନୁନ୍ୟ କେତେ ରାଶି ଜମା ରଖିଲେ ମେଣ୍ଟେନାନ୍ସ ଚାର୍ଜ ଦେବାକୁ ପଡିବ ନାହିଁ। 

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ନୂଆ ଗାଇଡ ଲାଇନ ଅନୁସାରେ ବ୍ୟାଙ୍କମାନେ ଗ୍ରାହକଙ୍କ ନିମନ୍ତେ ଆକାଉଣ୍ଟରେ ଏକ ନିଶ୍ଚିତ ରାଶି ସର୍ବଦା ଜମା ରଖିବାକୁ  ଗାଇଡଲାଇନ ଜାରି କରିଛନ୍ତି। ସେହି ଅନୁସାର ଇଣ୍ଡସଇଣ୍ଡ ବ୍ୟାଙ୍କ ମେଟ୍ରୋ ଓ ବଡ଼ ସହରାଞ୍ଚଳରେ ସଞ୍ଚୟ ବ୍ୟାଙ୍କ ଖାତାରେ ଅନୁନ୍ୟ ୧୦ ହଜାର ଟଙ୍କା ବାଲାନ୍ସ ରଖିବାକୁ କହୁଛନ୍ତି। ଏହି ରାଶି ଛୋଟ ସହରାଞ୍ଚଳ ପାଇଁ ୫ ହଜାର ଟଙ୍କା ରଖାଯାଇଛି। ଖାତାରେ ମିନିମମ ବାଲାନ୍ସ ନ ରହିଲେ ବ୍ୟାଙ୍କ ନନ ମେଣ୍ଟେନାନ୍ସ ଚାର୍ଜ ଅସୁଲ କରିବେ। 

ଇୟେସ ବ୍ୟାଙ୍କର ମଧ୍ୟ ସର୍ତ୍ତ ଇଣ୍ଡସଇଣ୍ଡ ବ୍ୟାଙ୍କ ସହିତ ସମାନ। ଏହି ବ୍ୟାଙ୍କ ମେଟ୍ରୋ ଅଥବା ବଡ଼ ସହରାଞ୍ଚଳର ଶାଖାରେ ଆକାଉଣ୍ଟ ରଖିଥିଲେ ୧୦ ହଜାର ଟଙ୍କା ଜମା ରଖିବାକୁ ପଡିବ ସେହିପରି ଛୋଟ ସହରାଞ୍ଚଳରେ ଏହି ସୀମା ୫ ହଜାର ଟଙ୍କା ରହିଛି। ଆଇସିଆଇସିଆଇ ବ୍ୟାଙ୍କର ସର୍ତ୍ତ ମଧ୍ୟ ସମାନ। ତେବେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ବଡ଼ ସହରାଞ୍ଚଳମାନଙ୍କରେ ଆକାଉଣ୍ଟ ଥିଲେ ସର୍ବନିମ୍ନ ଜମା ରାଶି ୩ ହଜାର ଟଙ୍କା ଓ ଛୋଟ ସହରାଞ୍ଚଳରେ ଏହି ସୀମା ୨ ହଜାର ଟଙ୍କା ରହିଛି। ଏହାଠୁ କମ ରାଶି ରହିଲେ ନନ ମେଣ୍ଟେନାନ୍ସ ଚାର୍ଜ ଅସୁଲ କରାଯିବ। 

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ର ବଡ଼ ସହରାଞ୍ଚଳମାନଙ୍କରେ ଥିବା ବ୍ୟାଙ୍କ ଶାଖାରେ ଆକାଉଣ୍ଟ ଥିଲେ ଏହି ରାଶି ୨ ହଜାର ଟଙ୍କା ଓ ଗ୍ରାମୀଣ ଅଞ୍ଚଳର ଶାଖାରେ ଆକାଉଣ୍ଟ ଥିଲେ ୧ ହଜାର ଟଙ୍କା ସର୍ବନିମ୍ନ ରାଶି ବ୍ୟାଙ୍କରେ ଜମା ରହୁଥିବା ଦରକାର। ଏଚଡିଏଫସି ବ୍ୟାଙ୍କ ବଡ଼ ସହରାଞ୍ଚଳମାନଙ୍କ ପାଇଁ ଏହି ରାଶି ୧୦ ହଜାର ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଛୋଟ ସହରାଞ୍ଚଳରେ ୫ହଜାର ଓ ଗ୍ରାମାଞ୍ଚଳ ଶାଖାରେ ୨୫୦୦ ଟଙ୍କା ସର୍ବନିମ୍ନ ରାଶି ଜମା ରଖିବାକୁ ପଡିବ।