ଗ୍ରାହକଙ୍କୁ ଜୋମାଟୋର ଭାବପ୍ରବଣଭରା ନିବେଦନ: ଦୟାକରି ଦ୍ୱିପ୍ରହରେ ଖାଦ୍ୟ ଅର୍ଡର କରନ୍ତୁ ନାହିଁ
ନୂଆଦିଲ୍ଲୀ: ଗ୍ରାହକଙ୍କୁ ଜୋମାଟୋର ଭାବପ୍ରବଣଭରା ନିବେଦନ। ଦୟାକରି ଖରାବେଳଟାରେ ଖାଦ୍ୟ ଅର୍ଡର କରନ୍ତୁ ନାହିଁ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ରାସ୍ତାଘାଟରେ, ଚାଲୁ ଚାଲୁ ଲୋକଙ୍କର ଜୀବନ ଚାଲିଯାଇଛି। ତେଣୁ ନିଜ କର୍ମଚାରୀଙ୍କ ସୁରକ୍ଷା ଜମାଟୋ ଗ୍ରାହକଙ୍କୁ ଏଭଳି ନିବେଦନ କରିଛି। ଅତି ଆବଶ୍ୟକ ନ ପଡ଼ିଲେ ଦ୍ୱିପ୍ରହରେ ଖାଦ୍ୟ ଅର୍ଡର କରନ୍ତୁ ନାହିଁ। କାରଣ ଦ୍ୱିପ୍ରହରରେ ଅର୍ଡର କଲେ ଡେଲିଭରି କର୍ମଚାରୀଙ୍କୁ ଅର୍ଡର ଦେବା ପାଇଁ ପ୍ରବଳ ଖରାପ ଗରମର ସମ୍ମୁଖୀନ ହେବାକୁ ପଡ଼ୁଛି। ଶନିବାର ସୋସିଆଲ୍ ମିଡିଆ ସାଇଟ ଏକ୍ସରେ ପୋଷ୍ଟ ଗ୍ରାହଙ୍କୁ ଏପରି ନିବେଦନ କରିଛି ଜୋମାଟୋ।ସୂଚନା ଥାଉକି ବର୍ତ୍ତମାନ ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରାପ ଗରମ ଯୋଗୁ ଦେଶର ବିଭିନ୍ନ ରାଜ୍ୟରେ ଲୋକେ ପ୍ରାଣ ହରାଉଛନ୍ତି। କିଛି ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀରେ ତାପମାତ୍ରା ପାଖାପାଖି ୫୦ ଡିଗ୍ରୀ ହୋଇଛି।ଓଡ଼ିଶା ବିହାର, ରାଜସ୍ଥାନ, ଉତ୍ତର ପ୍ରଦେଶ, ଝାଡଖଣ୍ଡ ଏବଂ ଦିଲ୍ଲୀରେ ହିଟ୍ଷ୍ଟ୍ରୋକ ଯୋଗୁ ଏକାଧିକ ଲୋକଙ୍କର ମୃତ୍ୟୁ ହୋଇଛି। ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୦୦ ପାର୍ ହୋଇଥିବା ବେଳେ ସରକାର ଆକଳନ ଅନୁସାରେ ଏହା ୫୬କୁ ବୃଦ୍ଧି ପାଇଛି। ଏନେଇ ରବିବାର(ଜୁନ ୨) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକ କରି ଦେଶରେ ଗ୍ରୀଷ୍ମ ପ୍ରବାହର ସ୍ଥିତି ସମ୍ପର୍କରେ ସମୀକ୍ଷା କ
ନୂଆଦିଲ୍ଲୀ: ଗ୍ରାହକଙ୍କୁ ଜୋମାଟୋର ଭାବପ୍ରବଣଭରା ନିବେଦନ। ଦୟାକରି ଖରାବେଳଟାରେ ଖାଦ୍ୟ ଅର୍ଡର କରନ୍ତୁ ନାହିଁ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ରାସ୍ତାଘାଟରେ, ଚାଲୁ ଚାଲୁ ଲୋକଙ୍କର ଜୀବନ ଚାଲିଯାଇଛି। ତେଣୁ ନିଜ କର୍ମଚାରୀଙ୍କ ସୁରକ୍ଷା ଜମାଟୋ ଗ୍ରାହକଙ୍କୁ ଏଭଳି ନିବେଦନ କରିଛି। ଅତି ଆବଶ୍ୟକ ନ ପଡ଼ିଲେ ଦ୍ୱିପ୍ରହରେ ଖାଦ୍ୟ ଅର୍ଡର କରନ୍ତୁ ନାହିଁ। କାରଣ ଦ୍ୱିପ୍ରହରରେ ଅର୍ଡର କଲେ ଡେଲିଭରି କର୍ମଚାରୀଙ୍କୁ ଅର୍ଡର ଦେବା ପାଇଁ ପ୍ରବଳ ଖରାପ ଗରମର ସମ୍ମୁଖୀନ ହେବାକୁ ପଡ଼ୁଛି। ଶନିବାର ସୋସିଆଲ୍ ମିଡିଆ ସାଇଟ ଏକ୍ସରେ ପୋଷ୍ଟ ଗ୍ରାହଙ୍କୁ ଏପରି ନିବେଦନ କରିଛି ଜୋମାଟୋ।
ସୂଚନା ଥାଉକି ବର୍ତ୍ତମାନ ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରାପ ଗରମ ଯୋଗୁ ଦେଶର ବିଭିନ୍ନ ରାଜ୍ୟରେ ଲୋକେ ପ୍ରାଣ ହରାଉଛନ୍ତି। କିଛି ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀରେ ତାପମାତ୍ରା ପାଖାପାଖି ୫୦ ଡିଗ୍ରୀ ହୋଇଛି।
ଓଡ଼ିଶା ବିହାର, ରାଜସ୍ଥାନ, ଉତ୍ତର ପ୍ରଦେଶ, ଝାଡଖଣ୍ଡ ଏବଂ ଦିଲ୍ଲୀରେ ହିଟ୍ଷ୍ଟ୍ରୋକ ଯୋଗୁ ଏକାଧିକ ଲୋକଙ୍କର ମୃତ୍ୟୁ ହୋଇଛି। ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୦୦ ପାର୍ ହୋଇଥିବା ବେଳେ ସରକାର ଆକଳନ ଅନୁସାରେ ଏହା ୫୬କୁ ବୃଦ୍ଧି ପାଇଛି।
ଏନେଇ ରବିବାର(ଜୁନ ୨) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକ କରି ଦେଶରେ ଗ୍ରୀଷ୍ମ ପ୍ରବାହର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ଯେଉଁ ରାଜ୍ୟଗୁଡ଼ିକ ଅଧିକ ପ୍ରଭାବିତ ସେଠି ଉପଯୁକ୍ତ ବ୍ୟବସ୍ଥା କରିବା ସହ ସତର୍କତା ଅବଲମ୍ବନ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।