ଓଟିଟି ଲଭର୍ସଙ୍କ ପାଇଁ ଖୁସି ଖବର, ଏହି ଦିନ ରିଲିଜ୍ ହେବ ‘ପଞ୍ଚାୟତ ୪’

ମୁମ୍ବାଇ: ଆମାଜନ ପ୍ରାଇମ୍ ଭିଡିଓର ଓ୍ଵେବସିରିଜ୍‌ ‘ପଞ୍ଚାୟତ’କୁ ନେଇ ପ୍ରଶଂସକଙ୍କ ପାଇଁ ଆସିଛି ଖୁସିର ଖବର। ଓଟିଟିରେ ବେଶ ଲୋକପ୍ରିୟତା ହାସଲ କରିଥିବା ପଞ୍ଚାୟତର ନୂଆ ସିଜିନର ତାରିଖ ଘୋଷଣା  ହୋଇଛି। ୨୦୨୦ରେ ଆରମ୍ଭ ହୋଇଥିବା ଏହି ସିରିଜ୍‌କୁ ପାଞ୍ଚ ବର୍ଷ ପୂରିଛି। ଏହି ଉପଲକ୍ଷେ ଏହାର ନିର୍ମାତା ‘ପଞ୍ଚାୟତ ୪’ ଜୁଲାଇ ୨ରେ ରିଲିଜ୍ ହେବ ବୋଲି ଘୋଷଣା କରିଛି। ଆଉ ‘ପଞ୍ଚାୟତ ୪’ କେବେ ଆସିବ ତାକୁ ନେଇ ଜାରି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି।ଆାମାଜନ ପ୍ରାଇମ ଭିଡିଓ ପକ୍ଷରୁ କୁହାଯାଇଛି ଯେ, ‘ପଞ୍ଚାୟତ ୪’ ଆହୁରି ଅଧିକ ଡ୍ରାମା, ହାସ୍ୟରୋଳ ଓ ଭାବବିହ୍ଵଳ ହେବାକୁ ଯାଉଛି। ଏହି ନୂଆ ସିଜିନ ଦର୍ଶକଙ୍କୁ ଫୁଲେରାର ଏହ ଦୁନିଆକୁ ଅଧିକ ନିକଟତର କରାଇବ। Also read: 'ଲାପତା ଲେଡିଜ୍‌' ଉପରେ କାହାଣୀ ଚୋରି ଅଭିଯୋଗ, ସୋସିଆଲ ମିଡିଆରେ ଟ୍ରୋଲ ହେଲେ କିରଣ ରାଓ‘ପଞ୍ଚାୟତ ୪’ରେ ଜିତେନ୍ଦ୍ର କୁମାର, ନୀନା ଗୁପ୍ତା, ରଘୁବୀର ଯାଦବ, ଫୈସଲ ମଲ୍ଲିକ, ଚନ୍ଦନ ରୟ, ସାନଭିକା, ଦୁର୍ଗେଶ କୁମାର, ସୁନୀତା ରାଜବାର ଓ ପଙ୍କଜ ଝା ନଜର ଆସିବେ। ଏହାକୁ ଦ ଭାଇରଲ୍ ଫିଭର(TVF) ପ୍ରସ୍ତୁତ କରିଛି। ଚନ୍ଦନ କୁମାର ଏହାର କାହାଣୀ ରଚନା କରିଥିବା ବେଳେ ଦୀପକ କୁମାର ମିଶ୍ର ଓ ଅକ୍ଷତ ବିଜୟବର୍ଗୀୟ ଏହାର ନିର୍ଦ୍ଦେଶନା ଦେଇଛନ୍ତି। କେଉଁଠି ସରିଥିଲା ‘ପଞ୍ଚାୟତ ୩’ର କାହାଣୀ ?‘ପଞ୍ଚାୟତ ୩’ର ଶେଷ ଭାଗରେ ଫୁଲେରାର ପ୍ରଧାନ(ରଘ

ଓଟିଟି ଲଭର୍ସଙ୍କ ପାଇଁ ଖୁସି ଖବର, ଏହି ଦିନ ରିଲିଜ୍ ହେବ ‘ପଞ୍ଚାୟତ ୪’

ମୁମ୍ବାଇ: ଆମାଜନ ପ୍ରାଇମ୍ ଭିଡିଓର ଓ୍ଵେବସିରିଜ୍‌ ‘ପଞ୍ଚାୟତ’କୁ ନେଇ ପ୍ରଶଂସକଙ୍କ ପାଇଁ ଆସିଛି ଖୁସିର ଖବର। ଓଟିଟିରେ ବେଶ ଲୋକପ୍ରିୟତା ହାସଲ କରିଥିବା ପଞ୍ଚାୟତର ନୂଆ ସିଜିନର ତାରିଖ ଘୋଷଣା  ହୋଇଛି। ୨୦୨୦ରେ ଆରମ୍ଭ ହୋଇଥିବା ଏହି ସିରିଜ୍‌କୁ ପାଞ୍ଚ ବର୍ଷ ପୂରିଛି। ଏହି ଉପଲକ୍ଷେ ଏହାର ନିର୍ମାତା ‘ପଞ୍ଚାୟତ ୪’ ଜୁଲାଇ ୨ରେ ରିଲିଜ୍ ହେବ ବୋଲି ଘୋଷଣା କରିଛି। ଆଉ ‘ପଞ୍ଚାୟତ ୪’ କେବେ ଆସିବ ତାକୁ ନେଇ ଜାରି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି।

ଆାମାଜନ ପ୍ରାଇମ ଭିଡିଓ ପକ୍ଷରୁ କୁହାଯାଇଛି ଯେ, ‘ପଞ୍ଚାୟତ ୪’ ଆହୁରି ଅଧିକ ଡ୍ରାମା, ହାସ୍ୟରୋଳ ଓ ଭାବବିହ୍ଵଳ ହେବାକୁ ଯାଉଛି। ଏହି ନୂଆ ସିଜିନ ଦର୍ଶକଙ୍କୁ ଫୁଲେରାର ଏହ ଦୁନିଆକୁ ଅଧିକ ନିକଟତର କରାଇବ। 

Also read: 'ଲାପତା ଲେଡିଜ୍‌' ଉପରେ କାହାଣୀ ଚୋରି ଅଭିଯୋଗ, ସୋସିଆଲ ମିଡିଆରେ ଟ୍ରୋଲ ହେଲେ କିରଣ ରାଓ

‘ପଞ୍ଚାୟତ ୪’ରେ ଜିତେନ୍ଦ୍ର କୁମାର, ନୀନା ଗୁପ୍ତା, ରଘୁବୀର ଯାଦବ, ଫୈସଲ ମଲ୍ଲିକ, ଚନ୍ଦନ ରୟ, ସାନଭିକା, ଦୁର୍ଗେଶ କୁମାର, ସୁନୀତା ରାଜବାର ଓ ପଙ୍କଜ ଝା ନଜର ଆସିବେ। ଏହାକୁ ଦ ଭାଇରଲ୍ ଫିଭର(TVF) ପ୍ରସ୍ତୁତ କରିଛି। ଚନ୍ଦନ କୁମାର ଏହାର କାହାଣୀ ରଚନା କରିଥିବା ବେଳେ ଦୀପକ କୁମାର ମିଶ୍ର ଓ ଅକ୍ଷତ ବିଜୟବର୍ଗୀୟ ଏହାର ନିର୍ଦ୍ଦେଶନା ଦେଇଛନ୍ତି। 

କେଉଁଠି ସରିଥିଲା ‘ପଞ୍ଚାୟତ ୩’ର କାହାଣୀ ?

‘ପଞ୍ଚାୟତ ୩’ର ଶେଷ ଭାଗରେ ଫୁଲେରାର ପ୍ରଧାନ(ରଘୁବୀର  ଯାଦବ)ଙ୍କୁ ଗୁଳି ବାଜିଥିଲା। ଫୁଲେରା ଗାଁର ଲୋକେ ଏହାର ଦୋଷ ବିଧାୟକ ଜୀ(ପଙ୍କଜ ଝା)ଙ୍କ ଗୁଣ୍ଡା ଉପରେ ଦେଇଥିଲେ। ଏହି ସମୟରେ ସଚିବ ଜୀ(ଜିତେନ୍ଦ୍ର କୁମାର) ଓ ବିଧାୟକଙ୍କ ଲୋକଙ୍କ ମଧ୍ୟରେ ଭୟଙ୍କର ମାରପିଟ୍ ହୋଇଥିଲା। ଏହା ପରେ ସମସ୍ତଙ୍କୁ ଜେଲ୍‌ରେ ବସିଥିବା ‘ପଞ୍ଚାୟତ ୩’ର ଶେଷ ଦୃଶ୍ୟରେ ଦେଖିବାକୁ ମିଳିିଥିଲା। ତେଣୁ ‘ପଞ୍ଚାୟତ ୪’ରେ ଜଣା ପଡ଼ିବ ଯେ, କିଏ ଏବଂ କାହିଁକି ପ୍ରଧାନ ଜୀଙ୍କ ଉପରେ ଗୁଳି ଚଳାଇଥିଲା।