ଗ୍ରୀନ୍ ଚିଲିଜ୍ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୨୮।୧୨ (ଅଭୟ ଦାଶ):ରାଜ୍ୟର ଅଗ୍ରଣୀ ଫୁଡ୍ ପ୍ଲାଟ୍ଫର୍ମ ‘ଗ୍ରୀନ୍ ଚିଲିଜ’ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ଶୁକ୍ରବାର ବ୍ରହ୍ମପୁରର ରୁକ୍ମିଣୀ ସିନେମା ହଲ୍ ରୋଡ୍ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଗ୍ରୀନ୍ ଚିଲିଜ କାଫେ ଆଣ୍ଡ କ୍ୟାଟରିଂ’ର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ, ଗ୍ରୀନ୍ ଚିଲିଜ୍ର ପ୍ରତିଷ୍ଠାତା ଏମ୍.କେଶବ ରାଓ, ଏମ୍. ଜୟପ୍ରସାଦ ରାଓଙ୍କ ସମେତ […] The post ଗ୍ରୀନ୍ ଚିଲିଜ୍ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ appeared first on Dharitri Odia News.
ଭୁବନେଶ୍ୱର,୨୮।୧୨ (ଅଭୟ ଦାଶ):ରାଜ୍ୟର ଅଗ୍ରଣୀ ଫୁଡ୍ ପ୍ଲାଟ୍ଫର୍ମ ‘ଗ୍ରୀନ୍ ଚିଲିଜ’ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ଶୁକ୍ରବାର ବ୍ରହ୍ମପୁରର ରୁକ୍ମିଣୀ ସିନେମା ହଲ୍ ରୋଡ୍ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଗ୍ରୀନ୍ ଚିଲିଜ କାଫେ ଆଣ୍ଡ କ୍ୟାଟରିଂ’ର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ, ଗ୍ରୀନ୍ ଚିଲିଜ୍ର ପ୍ରତିଷ୍ଠାତା ଏମ୍.କେଶବ ରାଓ, ଏମ୍. ଜୟପ୍ରସାଦ ରାଓଙ୍କ ସମେତ ବ୍ରହ୍ମପୁର ଡେପୁଟି ମେୟର ଇଂ. ବିବେକ ରେଡ୍ଡୀ, ଅର୍ବାନ ବ୍ୟାଙ୍କ ସଭାପତି ଆର.ମୁରଲୀ ମୋହନ, କର୍ପୋରେଟର ଟି. କିଶୋର, ବିଧାୟକ ପ୍ରତିନିଧି ଅଶୋକ କୁମାର ଶୁକ୍ଳା, ସାମାଜିକ କର୍ମୀ ଟି. ଗୋପୀ, ଦୁର୍ଗା ପଣ୍ଡା,ଅଜୟ ମହାରଣା, ସନ୍ତୋଷ ପାଣିଗ୍ରାହୀ ଓ ଦିନେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ଗ୍ରୀନ୍ ଚିଲିଜର ନିର୍ଦ୍ଦେଶକ ଏମ୍.ତେଜେଶ୍ୱର ରାଓ କହିଛନ୍ତି, ବ୍ରହ୍ମପୁର ସହରରେ ଆମେ ଆମର ପ୍ରଥମ ରେଷ୍ଟୁରାଣ୍ଟ ଆଣ୍ଡ କାଫେକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭକରି ବେଶ୍ ଉତ୍ସାହିତ ଅଛୁ। ଏପରିକି ଏଠାରେ ଚାଇନିଜ୍, ତନ୍ଦୁରି, ବିରିଆନି ଓ ବାମ୍ୱୋ ଚିକେନର ବିଭିନ୍ନ ଭେରାଇଟିର ଖାଦ୍ୟ ସହ ଗୁଣାତ୍ମକ ଓ ଉନ୍ନତମାନର ପରିବେଶରେ ଗ୍ରାହକଙ୍କୁ ସୁସ୍ବାଦ୍ଧ ଖାଦ୍ୟ ପସରା ଯୋଗାଇଦେବା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତି ଅଛୁ। ଅପରପକ୍ଷରେ ଏଠାରେ ପ୍ରଦାନ କରାଯାଉଥିବା ଖାଦ୍ୟ ସହ ସେବା ସଭିଙ୍କୁ ସୁହାଇଲା ଭଳି ଏବଂ ସୁଲଭ ଦର ରଖାଯାଇଛି ବୋଲି ସେ ମତବ୍ୟକ୍ତ କରିଥିଲେ।
The post ଗ୍ରୀନ୍ ଚିଲିଜ୍ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ appeared first on Dharitri Odia News.